ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡ଼ା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି : ବିଜେଡି

ଭୁବନେଶ୍ୱର, ୧୧।୮(ଅନିଲଦାସ): ଗତ ୮ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ। କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି। ଅଣଭାଜପା ଶାସିତ ରାଜ୍ୟ ପ୍ରତି କେନ୍ଦ୍ର ସରକାର ଏଭଳି ଆଭିମୁଖ୍ୟ ସର୍ବଦା ପୋଷଣ କରିଆସିଛି ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି।
ଶଙ୍ଖଭବନଠାରେ ଶନିବାର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଗୁଣପୁର-ଥେରୁବାଲି ରେଳଲାଇନ ଏହାର ଜ୍ୱଳନ୍ତ ଉଦାହରଣ। ୨୦୧୭-୧୮ ବଜେଟରେ ଏହା ଅନୁମୋଦନ ହୋଇସାରିଥିଲେ ମଧ୍ୟ ଗତ ୭ବର୍ଷ ଧରି କେବଳ ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡ଼ା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି। ରାଜ୍ୟ ସରକାର ଜମି ଦେଲା ପରେ ବି କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ। ୭ବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ବର୍ତ୍ତମାନ ପ୍ରଚାର କରାଯାଉଛି। କ୍ୟାବିନେଟ୍‌ରେ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପଗୁଡ଼ିକ କେବଳ ରାଜ୍ୟରୁ ଖଣିଜପଦାର୍ଥ ପରିବହନ କରିବା ପାଇଁ ଉଦ୍ଦିଷ୍ଟ। ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ କରିବା ପାଇଁ କେନ୍ଦୁଝର ଜିଲାରେ ଏହି ପ୍ରକଳ୍ପ ହେବ, ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନୁହେଁ। ମାଲକାନଗିରି-ଭଦ୍ରାଚଳମ୍‌ ଏହାର ଦୃଷ୍ଟାନ୍ତ। ଇବ୍‌ ଥର୍ମାଲ ଓ ତାଳଚେରରୁ କୋଇଲା ଓ ଲୁହାପଥର ଏହି ବିକଳ୍ପ ରେଳଲାଇନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ଯିବ। ଏହାଦ୍ୱାରା ଅନ୍ୟ ରାଜ୍ୟଗୁଡ଼ିକ ଉପକୃତ ହେବେ। ଯଦି ଗୋପାଳପୁର ବନ୍ଦରକୁ ଏହି ଲାଇନ ଯୋଡ଼ି ହୋଇଥାଆନ୍ତା, ତାହାହେଲେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତା। ଚନ୍ଦ୍ରବାବୁ ନାଇଡୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପ୍ରକଳ୍ପମାନ କରାଯାଉଛି। ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର କ’ଣ ଅଗ୍ରଗତି ହୋଇଛି ସେ ପ୍ରଶ୍ନ କରିଛନ୍ତି। ପ୍ରତିବର୍ଷ ରେଳମନ୍ତ୍ରୀ ଓଡ଼ିଶାକୁ ୭ହଜାର/୮ହଜାର/୧୦ହଜାର କୋଟି ଟଙ୍କା ବଜେଟରେ ଘୋଷଣା କରୁଛନ୍ତି। ବଜେଟରେ ମଞ୍ଜୁରିପ୍ରାପ୍ତ ଅର୍ଥ ମଧ୍ୟରୁ କେତେ ବ୍ୟୟ ହୋଇଛି ପ୍ରଶ୍ନକଲେ ତାହାର ଉତ୍ତର ମିଳୁନାହିଁ। ଆଶ୍ଚର୍ଯ୍ୟର କଥା କୌଣସି ବର୍ଷ ବ୍ୟୟ ପରିମାଣ ୩ ହଜାର କୋଟି ଟଙ୍କା ଛୁଇଁପାରି ନାହିଁ। ପଦ୍ମପୁର ଉପନିର୍ବାଚନ ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁରରେ ରେଳଲାଇନ ନିର୍ମାଣ ବାବଦରେ କରିଥିବା ଘୋଷଣା ଭୁଲି ଯାଇଛନ୍ତି ବୋଲି ଲେଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri