ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡ଼ା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି : ବିଜେଡି

ଭୁବନେଶ୍ୱର, ୧୧।୮(ଅନିଲଦାସ): ଗତ ୮ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କୌଣସି ନୂଆ ରେଳଲାଇନ ମଞ୍ଜୁର ହୋଇନାହିଁ। କିଛି ପ୍ରକଳ୍ପ ବଜେଟରେ ମଞ୍ଜୁରୀ ପାଇ ମଧ୍ୟ କେନ୍ଦ୍ର ସରକାର ଶୀତଳଭଣ୍ଡାରରେ ରଖି ଦେଇଛନ୍ତି। ଅଣଭାଜପା ଶାସିତ ରାଜ୍ୟ ପ୍ରତି କେନ୍ଦ୍ର ସରକାର ଏଭଳି ଆଭିମୁଖ୍ୟ ସର୍ବଦା ପୋଷଣ କରିଆସିଛି ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି।
ଶଙ୍ଖଭବନଠାରେ ଶନିବାର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଗୁଣପୁର-ଥେରୁବାଲି ରେଳଲାଇନ ଏହାର ଜ୍ୱଳନ୍ତ ଉଦାହରଣ। ୨୦୧୭-୧୮ ବଜେଟରେ ଏହା ଅନୁମୋଦନ ହୋଇସାରିଥିଲେ ମଧ୍ୟ ଗତ ୭ବର୍ଷ ଧରି କେବଳ ରାଜ୍ୟ ସରକାରଙ୍କୁ ଜମି ଓ ଅର୍ଥ ମାଗିବା ଛଡ଼ା କେନ୍ଦ୍ର ସରକାର ଆଉ କିଛି କରିନାହାନ୍ତି। ରାଜ୍ୟ ସରକାର ଜମି ଦେଲା ପରେ ବି କୌଣସି କାର୍ଯ୍ୟାରମ୍ଭ ହୋଇନାହିଁ। ୭ବର୍ଷ ପୂର୍ବର ବଜେଟ ଅନୁମୋଦିତ ପ୍ରକଳ୍ପକୁ ବର୍ତ୍ତମାନ ପ୍ରଚାର କରାଯାଉଛି। କ୍ୟାବିନେଟ୍‌ରେ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପଗୁଡ଼ିକ କେବଳ ରାଜ୍ୟରୁ ଖଣିଜପଦାର୍ଥ ପରିବହନ କରିବା ପାଇଁ ଉଦ୍ଦିଷ୍ଟ। ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ କରିବା ପାଇଁ କେନ୍ଦୁଝର ଜିଲାରେ ଏହି ପ୍ରକଳ୍ପ ହେବ, ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ନୁହେଁ। ମାଲକାନଗିରି-ଭଦ୍ରାଚଳମ୍‌ ଏହାର ଦୃଷ୍ଟାନ୍ତ। ଇବ୍‌ ଥର୍ମାଲ ଓ ତାଳଚେରରୁ କୋଇଲା ଓ ଲୁହାପଥର ଏହି ବିକଳ୍ପ ରେଳଲାଇନ ମାଧ୍ୟମରେ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରକୁ ଯିବ। ଏହାଦ୍ୱାରା ଅନ୍ୟ ରାଜ୍ୟଗୁଡ଼ିକ ଉପକୃତ ହେବେ। ଯଦି ଗୋପାଳପୁର ବନ୍ଦରକୁ ଏହି ଲାଇନ ଯୋଡ଼ି ହୋଇଥାଆନ୍ତା, ତାହାହେଲେ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତା। ଚନ୍ଦ୍ରବାବୁ ନାଇଡୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପ୍ରକଳ୍ପମାନ କରାଯାଉଛି। ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର କ’ଣ ଅଗ୍ରଗତି ହୋଇଛି ସେ ପ୍ରଶ୍ନ କରିଛନ୍ତି। ପ୍ରତିବର୍ଷ ରେଳମନ୍ତ୍ରୀ ଓଡ଼ିଶାକୁ ୭ହଜାର/୮ହଜାର/୧୦ହଜାର କୋଟି ଟଙ୍କା ବଜେଟରେ ଘୋଷଣା କରୁଛନ୍ତି। ବଜେଟରେ ମଞ୍ଜୁରିପ୍ରାପ୍ତ ଅର୍ଥ ମଧ୍ୟରୁ କେତେ ବ୍ୟୟ ହୋଇଛି ପ୍ରଶ୍ନକଲେ ତାହାର ଉତ୍ତର ମିଳୁନାହିଁ। ଆଶ୍ଚର୍ଯ୍ୟର କଥା କୌଣସି ବର୍ଷ ବ୍ୟୟ ପରିମାଣ ୩ ହଜାର କୋଟି ଟଙ୍କା ଛୁଇଁପାରି ନାହିଁ। ପଦ୍ମପୁର ଉପନିର୍ବାଚନ ବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁରରେ ରେଳଲାଇନ ନିର୍ମାଣ ବାବଦରେ କରିଥିବା ଘୋଷଣା ଭୁଲି ଯାଇଛନ୍ତି ବୋଲି ଲେଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri