ପୁରୀ ସମୁଦ୍ରରେ ବୁଲୁଛି ଯୁଦ୍ଧ ଜାହାଜ, ହାଇ ଆଲର୍ଟ!

ପୁରୀ,୧୧ା୮( ଅଜିତ୍‌ କୁମାର ମହାନ୍ତି): ଏୟାର ଶୋ’ ପରେ ଏବେ ପୁରୀରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭାଲ୍‌ ଡେ। ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ନୌସେନା ଦିବସ ଅନୁଷ୍ଠିତ ହେବ। ଏହାପୂର୍ବରୁ ନୌସେନା ମୁଖ୍ୟଙ୍କ ସହ ନୌସେନାର ଅଧିକାରୀମାନେ ଶନିବାର ପୁରୀ ଆସି ବେଳାଭୂମିରେ ହାଇଡ୍ରୋଗ୍ରାଫି ସର୍ଭେ କରିଥିବା ବେଳେ ବିସ୍ତୃତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ପୁରୀ ବେଳାଭୂମିର ଅନତି ଦୂର ସମୁଦ୍ର ମଧ୍ୟରେ ନୌସେନାର ୫ଟି ଯୁଦ୍ଧ ଜାହାଜକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ଖୁସିବ୍ୟକ୍ତ କରିଛନ୍ତି। ବିଶେଷକରି ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ନୌସେନା ଦିବସ ଖବର ଶୁଣି ପୁରୀବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ସାଧାରଣ ଲୋକମାନେ ସମୁଦ୍ରକୂଳରେ ଉପସ୍ଥିତ ରହି ନୌସେନା ଦିବସରେ ବିଭିନ୍ନ କଳାକୌଶଳ ଦେଖି ଅଭିଜ୍ଞତା ହାସଲ କରିପାରିବେ।
ଶନିବାର ପୂର୍ବାହ୍ନରେ ପୁରୀ ବେଳାଭୂମିଠାରୁ ମାତ୍ର ୨୦୦ମିଟର ଦୂରରେ ନୌସେନାର ୫ଟି ଯୁଦ୍ଧ ଜାହାଜ ରହିଥିଲା। ଆଇଏନ୍‌ଏସ୍‌ ଜଳସ୍ବ, ଆଇଏନ୍‌ଏସ୍‌ କିଲଟନ୍‌, ଆଇଏନ୍‌ଏସ୍‌ ସୁମେଧା, ସରସ୍ବତୀ ଭଳି ଯୁଦ୍ଧ ଜାହାଜ ସମେତ ନୌସେନାର ଗୋଟିଏ ରେସ୍କ୍ୟୁ ଜାହାଜ ସମୁଦ୍ର ତଟରେ ସାମିଲ ହୋଇଥିଲା। ନୌସେନା ପକ୍ଷରୁ ୧୯୪୪ ମସିହାଠାରୁ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ହେଉଛି। ପୂର୍ବରୁ ଏହି ସ୍ବତନ୍ତ୍ର ଦିବସ ବମ୍ବେ, ବିଶାଖାପାଟଣା ଭଳି ବଡ଼ ବଡ଼ ସହରର ସମୁଦ୍ର କୂଳରେ ପାଳନ ହୋଇ ଆସୁଥିଲା। ତେବେ ଚଳିତ ବର୍ଷ ପୁରୀ ସମୁଦ୍ର ତଟରେ ଏହି ଦିବସ ପାଳନ କରିବାକୁ ନୌସେନା ନିଷ୍ପତ୍ତି ନେଇଛି। ଏଥିପାଇଁ ବହୁ ସଂଖ୍ୟାରେ ଜଳ ଜାହାଜ ପୁରୀ ଉପକୂଳକୁ ଆସିବ। ନୌସେନା ଦିବସ ପାଳନ ଅବସରରେ ଏହି ଜାହାଜ କଳା କୌଶଳ ପ୍ରଦର୍ଶନ କରିବ। ପୂର୍ବରୁ ପୁରୀ ଉପକୂଳରେ ବାୟୁସେନା ପକ୍ଷରୁ ଏୟାର ଶୋ’ ପ୍ରଦର୍ଶିତ ହୋଇ ସାରିଥିବାବେଳେ ଏବେ ନୌସେନା ତା’ର ବୀରତ୍ୱର କଳାକୌଶଳ ପ୍ରଦର୍ଶନ କରିବା ପାଇଁ ପୁରୀ ଉପକୂଳକୁ ମନୋନୀତ କରିଛି। ନୌସେନାର ମୁଖ୍ୟ ଆଡମିରାଲ୍‌ ଦିନେଶ୍‌ କେ. ତ୍ରିପାଠୀ ବ୍ଲୁ ଫ୍ଲାଗ୍‌ ବିଚ୍‌ ଯାଇ ଅଧିକାରୀଙ୍କ ସହ ନୌସେନା ଦିବସ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତେବେ ଆଗକୁ ଆହୁରି ନୌସେନା ଜାହାଜ ପୁରୀ ବେଳାଭୂମିକୁ ଆସିବାକୁ ଥିବାବେଳେ ନୌସେନା ଦିବସରେ ଚିତ୍ତାକର୍ଷକ ଶୋ’ ଦେଖିବାକୁ ମିଳିବ ବୋଲି ନୌସେନା ଅଧିକାରୀ କହିଛନ୍ତି। ଭାରତୀୟ ନୌସେନା ଅଧିକାରୀ ବୀରଜ ଚୌଧୁରୀ କହିଛନ୍ତି, ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଏଠାରେ ରହି ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ। ବିଭିନ୍ନ ଯୁଦ୍ଧ ବିମାନ ଏୟାର ଶୋ’ କରିବା ସହ ଯୁଦ୍ଧ ଯାହାଜ ବୋଟ୍‌ ଶୋ’ କରିବେ। ଶୋ’ ସହ କମାଣ୍ଡୋମାନେ ମଧ୍ୟ ଏହି ଅବସରରେ ବିଭିନ୍ନ ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରିବେ। ସମୁଦ୍ରରେ କେତେ ଗଭୀରତା ରହିଛି, ଜାହାଜଗୁଡ଼ିକ ଆସିପାରିବ କି ନାହିଁ ସେନେଇ ଏବେ ଅନୁଧ୍ୟାନ କରାଯାଉଛି। ବେଳାଭୂମି ଏବଂ ସମୁଦ୍ରର ସ୍ଥିତି ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଅନେକ ଜାହାଜ ଆସିବ। ଭାରତୀୟ ନୌସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ତେବେ ପୁରୀ ବେଳାଭୂମିଠାରୁ କମ୍‌ ଦୂରରେ ଲାଗିଥିବା ୫ଟି ନୌସେନା ଜାହାଜକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ବେଶ୍‌ ଖୁସି ପ୍ରକଟ କରିଛନ୍ତି। ପ୍ରଥମଥର ଓଡ଼ିଶାର ଜଗନ୍ନାଥ ଧାମ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଥିବାରୁ ପର୍ଯ୍ୟଟକମାନେ ଖୁସି ଜାହିର କରିଛନ୍ତି। ପୁରୀରେ ନୌସେନା ଦିବସ ପାଳନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାପ୍ରଭୁଙ୍କ ଦର୍ଶନ କରି ନୌସେନା ଅଧିକାରୀ ତ୍ରିପାଠୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଭାରତୀୟ ନୌସେନାର ନେଭି ଡେ’ ପାଳନ କରାଯାଇଥାଏ। ତେବେ ଚଳିତଥର ପୁରୀ ବେଳାଭୂମିରେ ଏହାକୁ ପାଳନ କରାଯିବାକୁ ସ୍ଥିର ହୋଇଛି, ଯାହା ଏକ ଗର୍ବ ଓ ଖୁସିର ବିଷୟ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?