କେନ୍ଦ୍ର ଋଣ ବୋଝ ୧୦୧ ଲକ୍ଷ କୋଟିକୁ ବଢ଼ିଲା

ନୂଆଦିଲ୍ଲୀ,୨୦।୯: ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଲାଏବିଲିଟି ବା ଋଣ ବୋଝ ୧୦୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୨୦ ମାର୍ଚ୍ଚ ସୁଦ୍ଧା ୯୪.୬ ଲକ୍ଷ କୋଟି ଟଙ୍କା ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ଗତ ବର୍ଷ ଜୁନ ଶେଷ ସୁଦ୍ଧା ସରକାରଙ୍କ ଋଣ ଭାର ୮୮.୧୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ମୋଟ ଋଣର ପ୍ରାୟ ୨୮.୬% ବକେୟା ଦୀର୍ଘ ମିଆଦୀ ପ୍ରତିଭୂତି ଆକାରରେ ରହିଛି। ଏହାର ୩୯.୦% ଓନରଶିପ ବ୍ୟାଙ୍କ ଏବଂ ୨୬.୨% ବୀମା କମ୍ପାନୀଗୁଡିକ ନିକଟରେ ରହିଥିବା ସୂଚନା ରହିଛି।
ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ କେନ୍ଦ୍ର ସରକାର ୩.୪୬ ଲକ୍ଷ କୋଟି ଟଙ୍କାର ପ୍ରତିଭୂତି ଜାରି କରିଛନ୍ତି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୨.୨୧ ଲକ୍ଷ କୋଟି ଟଙ୍କା ରହିଥିଲା। ନୂଆକରି ଜାରି କରାଯାଇଥିବା ପ୍ରତିଭୂତିର ହାରାହାରି ଅବଧି ୧୪ ବର୍ଷ ରହିଛି। ଏହା ଗତ ଆର୍ଥତ୍କ ବର୍ଷ ଶେଷ ତ୍ରୈମାସରେ ୧୬ ବର୍ଷ ରହିଥିଲା ବୋଲି ରାଷ୍ଟ୍ରାୟତ୍ତ ଋଣ ପରିଚାଳନା ସେଲ୍‌(ପିଡିଏମ୍‌ସି) ଡାଟାରୁ ଜଣାପଡିଛି। ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ସମୟରେ କେନ୍ଦ୍ର ସରକାର କ୍ୟାଶ ମ୍ୟାନେଜମେଣ୍ଟ ବିଲ୍‌ ଜାରିଥିଲେ। ଏହା ଦ୍ୱାରା ୮୦ ହଜାର କୋଟି ଟଙ୍କା ଉଠାଣ କରାଯାଇଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଜୁନ ତ୍ରୈମାସରେ ସ୍ବତନ୍ତ୍ର ଓପନ ମାର୍କେଟ ଅପରେଶନ(ଓଏମ୍‌ଓ) ଦ୍ୱାରା ସରକାରୀ ପ୍ରତିଭୂତି କ୍ରୟ ଏବଂ ବିକ୍ରିୟ କରିଛି। ଏଥିଲାଗି ପ୍ରତି ଥର ୧୦ ହାଜର କୋଟି ଟଙ୍କା ସୀମା ଧାର୍ଯ୍ୟ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଲାଏବିଲିଟି ଆଡଜଷ୍ଟମେଣ୍ଟ ପ୍ରୋଗ୍ରାମ(ଏଲ୍‌ଏଏଫ୍‌) ଅଧୀନରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ଏବଂ ସ୍ବତନ୍ତ୍ର ନଗଦ ସୁବିଧା ଦ୍ୱାରା ୪.୫୧ ଲକ୍ଷ କୋଟି ଟଙ୍କା ପରିଚାଳନା କରିଛି। ପ୍ରଥମ ତ୍ରୈମାସରେ ସରକାରୀ ପ୍ରତିଭୂତିରେ ସୁଧହାର ୫.୮୫% ରହିଛି। ଏହାର ପୂର୍ବ ତ୍ରୈମାସରେ ଏହା ୬.୭୦% ରହିଥିଲା।
୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ମୋଟ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୫% ( ୭.୯୬ ଲକ୍ଷ କୋଟି) ରହିବା ନେଇ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରିବର୍ତ୍ତିତ ବିତ୍ତୀୟ ନିଅଣ୍ଟ ବଜେଟର ୩.୮%( ୭.୬୬ ଲକ୍ଷ କୋଟି) ଧାର୍ଯ୍ୟ ହୋଇଥିଲା। ୨୦୨୦ର ଏପ୍ରିଲ-ଜୁନ୍‌ ଅବଧିରେ ବିତ୍ତୀୟ ନିଅଣ୍ଟ ୬.୬୨ ଲକ୍ଷ କୋଟି ଟଙ୍କା ରହିଛି, ଯାହା ବଜେଟ ଆକଳନର ୮୩.୨%। ୨୦୧୯-୨୦ରେ ଏହି ଅବଧିରେ ବିତ୍ତୀୟ ନିଅଣ୍ଟ ୬୧.୪% ସ୍ତରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri