କେନ୍ଦ୍ର ଋଣ ବୋଝ ୧୦୧ ଲକ୍ଷ କୋଟିକୁ ବଢ଼ିଲା

ନୂଆଦିଲ୍ଲୀ,୨୦।୯: ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଲାଏବିଲିଟି ବା ଋଣ ବୋଝ ୧୦୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ୨୦୨୦ ମାର୍ଚ୍ଚ ସୁଦ୍ଧା ୯୪.୬ ଲକ୍ଷ କୋଟି ଟଙ୍କା ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ଗତ ବର୍ଷ ଜୁନ ଶେଷ ସୁଦ୍ଧା ସରକାରଙ୍କ ଋଣ ଭାର ୮୮.୧୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ମୋଟ ଋଣର ପ୍ରାୟ ୨୮.୬% ବକେୟା ଦୀର୍ଘ ମିଆଦୀ ପ୍ରତିଭୂତି ଆକାରରେ ରହିଛି। ଏହାର ୩୯.୦% ଓନରଶିପ ବ୍ୟାଙ୍କ ଏବଂ ୨୬.୨% ବୀମା କମ୍ପାନୀଗୁଡିକ ନିକଟରେ ରହିଥିବା ସୂଚନା ରହିଛି।
ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ କେନ୍ଦ୍ର ସରକାର ୩.୪୬ ଲକ୍ଷ କୋଟି ଟଙ୍କାର ପ୍ରତିଭୂତି ଜାରି କରିଛନ୍ତି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୨.୨୧ ଲକ୍ଷ କୋଟି ଟଙ୍କା ରହିଥିଲା। ନୂଆକରି ଜାରି କରାଯାଇଥିବା ପ୍ରତିଭୂତିର ହାରାହାରି ଅବଧି ୧୪ ବର୍ଷ ରହିଛି। ଏହା ଗତ ଆର୍ଥତ୍କ ବର୍ଷ ଶେଷ ତ୍ରୈମାସରେ ୧୬ ବର୍ଷ ରହିଥିଲା ବୋଲି ରାଷ୍ଟ୍ରାୟତ୍ତ ଋଣ ପରିଚାଳନା ସେଲ୍‌(ପିଡିଏମ୍‌ସି) ଡାଟାରୁ ଜଣାପଡିଛି। ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ସମୟରେ କେନ୍ଦ୍ର ସରକାର କ୍ୟାଶ ମ୍ୟାନେଜମେଣ୍ଟ ବିଲ୍‌ ଜାରିଥିଲେ। ଏହା ଦ୍ୱାରା ୮୦ ହଜାର କୋଟି ଟଙ୍କା ଉଠାଣ କରାଯାଇଛି। ସେହିଭଳି ରିଜର୍ଭ ବ୍ୟାଙ୍କ ଜୁନ ତ୍ରୈମାସରେ ସ୍ବତନ୍ତ୍ର ଓପନ ମାର୍କେଟ ଅପରେଶନ(ଓଏମ୍‌ଓ) ଦ୍ୱାରା ସରକାରୀ ପ୍ରତିଭୂତି କ୍ରୟ ଏବଂ ବିକ୍ରିୟ କରିଛି। ଏଥିଲାଗି ପ୍ରତି ଥର ୧୦ ହାଜର କୋଟି ଟଙ୍କା ସୀମା ଧାର୍ଯ୍ୟ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଲାଏବିଲିଟି ଆଡଜଷ୍ଟମେଣ୍ଟ ପ୍ରୋଗ୍ରାମ(ଏଲ୍‌ଏଏଫ୍‌) ଅଧୀନରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ଏବଂ ସ୍ବତନ୍ତ୍ର ନଗଦ ସୁବିଧା ଦ୍ୱାରା ୪.୫୧ ଲକ୍ଷ କୋଟି ଟଙ୍କା ପରିଚାଳନା କରିଛି। ପ୍ରଥମ ତ୍ରୈମାସରେ ସରକାରୀ ପ୍ରତିଭୂତିରେ ସୁଧହାର ୫.୮୫% ରହିଛି। ଏହାର ପୂର୍ବ ତ୍ରୈମାସରେ ଏହା ୬.୭୦% ରହିଥିଲା।
୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ମୋଟ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୫% ( ୭.୯୬ ଲକ୍ଷ କୋଟି) ରହିବା ନେଇ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପରିବର୍ତ୍ତିତ ବିତ୍ତୀୟ ନିଅଣ୍ଟ ବଜେଟର ୩.୮%( ୭.୬୬ ଲକ୍ଷ କୋଟି) ଧାର୍ଯ୍ୟ ହୋଇଥିଲା। ୨୦୨୦ର ଏପ୍ରିଲ-ଜୁନ୍‌ ଅବଧିରେ ବିତ୍ତୀୟ ନିଅଣ୍ଟ ୬.୬୨ ଲକ୍ଷ କୋଟି ଟଙ୍କା ରହିଛି, ଯାହା ବଜେଟ ଆକଳନର ୮୩.୨%। ୨୦୧୯-୨୦ରେ ଏହି ଅବଧିରେ ବିତ୍ତୀୟ ନିଅଣ୍ଟ ୬୧.୪% ସ୍ତରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri