କେନ୍ଦ୍ର ସାମୁଦ୍ରିକ ମତ୍ସ୍ୟ ବିଲ୍‌କୁ ବିରୋଧ

ପାରାଦୀପ,୧୪ା୫(ସ୍ବ.ପ୍ର.): ଦେଶର ୯ ଉପକୂଳବର୍ତ୍ତୀ ରାଜ୍ୟ ଓ ଆଣ୍ଡାମାନ ଦୀପରେ ପ୍ରାୟ ୨ କୋଟିରୁ ଅଧିକ ମତ୍ସ୍ୟଜୀବୀ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ଏବେ କେନ୍ଦ୍ର ସରକାର ସାଗରମାଳା ଯୋଜନା ନାମରେ ମତ୍ସ୍ୟଜୀବୀମାନଙ୍କ ଦାନାପାଣି ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ ଚଳାଇଛନ୍ତି। କେବଳ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଆଇନ କରି ନଦୀ ସମୁଦ୍ର ସୀମା ସେମାନଙ୍କ ଅଧୀନକୁ ଦେଇ ଦେଉଛନ୍ତି। ଏହି ଆଇନକୁ ରଦ୍ଦ କରି ମତ୍ସ୍ୟଜୀବୀ ସଂଗଠନ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାକୁ ବିଚାରକୁ ନିଆଯାଉ। ଏହାର ପୁନର୍ବିଚାର କରା ନ ଗଲେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ଏନ୍‌ଏଫ୍‌ଏଫ୍‌(ନ୍ୟାଶନାଲ ଫିଶ ଓ୍ବାର୍କର୍ସ ଫୋରମ)ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏନଏଫଏଫର ୯ ଜଣିଆ ପ୍ରତିନିଧି ଦଳ ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସି ଏସମ୍ପର୍କରେ ସୂଚନା ଦେଇଥିଲେ।
ଓଡ଼ିଶାକୁ ଏହି ଦଳ ଦୁଇ ଦିନିଆ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ପାଖରେ ମତ୍ସ୍ୟଜୀବୀଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିବ ବୋଲି ଉକ୍ତ ଫୋରମ୍‌ ପକ୍ଷରୁ କୁହାଯାଇଛି।
ଏହାର ଅଧ୍ୟକ୍ଷ ଲିଓ କୋଲାଶୋ କହିଛନ୍ତି, ୨୦୧୧- ୧୨ରେ ତତ୍କାଳୀନ ମତ୍ସ୍ୟ ପ୍ରାଣୀଧନ ପାଳନ ମନ୍ତ୍ରୀ ଜୟରାମ ରମେଶ ଏକ ଚିଠା ବିଲ୍‌ ଆଣିଥିଲେ। ସେଥିରେ ଅନେକ ମତ୍ସ୍ୟ କଲ୍ୟାଣ ପ୍ରସଙ୍ଗ ଥିଲା। ମାତ୍ର ଏବେର କେନ୍ଦ୍ର ସରକାର ସାଗରମାଳା ଯୋଜନାରେ ଦେଶର ଉପକୂଳବର୍ତ୍ତୀ ସମୁଦ୍ର ସୀମା ଓ ଅନେକ ନଦୀକୁ ଘରୋଇକରଣ କରିଛନ୍ତି। ଓଡିଶାର ୬ ଟି ନଦୀ ଏହି ଯୋଜନାରେ ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉକ୍ତ ଆଇନକୁ ଏବେ ଫୋରମ ପକ୍ଷରୁ ବିରୋଧ କରାଯାଇଛି। ଗତ ଏପ୍ରିଲ ୨୭ ରୁ ୨୯ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶରେ ବିଭିନ୍ନ ମତ୍ସ୍ୟ ସଂଗଠନ ସହ ଆଲୋଚନା କରିବା ପରେ ସେଠାକାର ସରକାରଙ୍କୁ ଏବିଷୟରେ ଅନୁରୋଧ କରିଛୁ। ଓଡିଶା ପରେ କେରଳ ଯିବୁ। ଏମିତି ୯ଟି ରାଜ୍ୟରେ ଥିବା ୧୫ଟି ବୃହତ୍‌ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା କରିବୁ ବୋଲି ଏନଏଫ୍‌ଏଫ୍‌ର ସମ୍ପାଦକ ଓଲେସିଓ ସିମାସ କହିଥିଲେ। ସେହିପରି ସଂଶୋଧିତ ଆଇନ ମଧ୍ୟରେ ସିଆରଜେଡ (କୋଷ୍ଟାଲ ରେଗୁଲେସନ ଜୋନ୍‌)ରହିଛି। ପୂର୍ବରୁ ନଦୀ ଓ ସମୁଦ୍ରର ୫୦୦ ମିଟର ମଧ୍ୟରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ ବୋଲି ନିୟମ ଥିଲା। କେନ୍ଦ୍ର ସରକାର ତାକୁ ହଟାଇ ଦେଇଛନ୍ତି। ଫଳରେ ଘରୋଇ ସଂସ୍ଥାଗୁଡ଼ିକ ଅବାଧରେ ନଦୀ ଓ ସମୁଦ୍ର ତଟରେ ବନ୍ଦର ଶିଳ୍ପ ଆଦି କରିପାରିବେ। ଏସବୁ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ଅବଗତ କରାଯିବା ପରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅବସରରେ ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ୟୁନିୟନ ପକ୍ଷରୁ ସଭାପତି ପ୍ରସନ୍ନ କୁମାର ବେହେରା ୭ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ସେଥିରେ ଦର୍ଶାଯାଇଛି, କଇଁଛ କଟକଣା ବେଳେ ଅଲଗା ରାଜ୍ୟରେ ମତ୍ସ୍ୟଜୀବୀଙ୍କୁ ସରକାର ସହାୟତା ରାଶି ଦେଉଛନ୍ତି। ଓଡିଶା ସରକାର ଏ କ୍ଷେତ୍ରରେ କିଛି ପଦକ୍ଷେପ ନେଉନାହାନ୍ତି। ଏନେଇ ପଦକ୍ଷେପ ନେବା ସହ ପ୍ରତ୍ୟେକ ସମବାୟ ସଂସ୍ଥାକୁ ହାତ ପାଣ୍ଠି ଦେବା, ଓଡିଶା ଉପକୂଳରେ ମତ୍ସ୍ୟ ଅବତରଣ କେନ୍ଦ୍ର କରିବା, ଓଡିଶାରେ ମାଛର ସୁପର ମାର୍କେଟ କରିବା, ସମସ୍ତ ନଦୀ ମୁହାଣ ଖନନ, ପୁରୀ ଓ ଗଞ୍ଜାମ ଜିଲାର ଜିଲେରି, ଓ୍ବାର୍ଡବାଲେଜି, ଗଙ୍ଗପୁତ୍ର ଓ ଖଲାସି ଜାତିର ମତ୍ସ୍ୟଜୀବୀଙ୍କୁ ତଫସିଲଭୁକ୍ତଜାତି ଭାବେ ମାନ୍ୟତା ଦେବା, ଡିଜେଲ ଓ କିରୋସିନରେ ସବ୍‌ସିଡି ପ୍ରଦାନ ଆଦି ଦାବି ଅନ୍ତର୍ଭୁକ୍ତ। ଏନ୍‌ଏଫ୍‌ଏଫ୍‌ ପ୍ରତିନିଧି ଦଳକୁ ପାରାଦୀପ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ପକ୍ଷରୁ ସ୍ବାଗତ କରାଯାଇଥିଲା। ସଭାପତି ଶ୍ରୀକାନ୍ତ ପରିଡା ପାରାଦୀପ ମାଛଧରା ବନ୍ଦର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଶେଷରେ ସମ୍ପାଦକ ଅରବିନ୍ଦ ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri