Categories: ଜାତୀୟ

ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ

ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କେତେକ ବିଷୟକୁ ବନ୍ଦ କରିଦିଆଯାଇଥିଲା। ପରେ ଏହି ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଥିଲା। ତେବେ ମହାରାଷ୍ଟ୍ର, ଓଡ଼ିଶା ଏବଂ ଦିଲ୍ଲୀରେ କରୋନା ସଂକ୍ରମଣ ଜାରି ରହିଥିବାରୁ ଏହି ପରୀକ୍ଷା କରାଯିବା ସମ୍ଭବ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ତେଣୁ ଏସବୁ ପରୀକ୍ଷାକୁ ବାତିଲ କରାଯାଇଥିବା ସେ ସୁପ୍ରିମ୍‌କୋର୍ଟରେ କହିଛନ୍ତି। ଅବଶିଷ୍ଟ ବିଷୟରେ ଗତ ୩ଟି ପରୀକ୍ଷାରେ ଛାତ୍ରୀଛାତ୍ର ରଖିଥିବା ନମ୍ବର ଆଧାରରେ ମୂଲ୍ୟାଙ୍କନ କରାଯିବ ବୋଲି କୁହାଯାଉଛି।

Share