ଅଞ୍ଜନାଙ୍କଠାରୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର କରିଥିଲା। ମାମଲାର ତଦନ୍ତ ଭାର ନେଇଥିବା ସିବିଆଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଛି। ବିବନଙ୍କ ବିରୋଧରେ ଦୃଢ଼ ତଥ୍ୟ ଯୋଗାଡ କରିବାରେ ଲାଗି ପଡ଼ିଛି। ଶୁକ୍ରବାର ସିବିଆଇର ୨ଜଣିଆ ଟିମ୍‌ ପୀଡିତା ଅଞ୍ଜନାଙ୍କ ଘରକୁ ଯାଇଥିଲା। ଏହି ସମୟରେ ସିବିଆଇ ଅଧିକାରୀମାନେ ଅଞ୍ଜନାଙ୍କ ସହ ପ୍ରାୟ ୩୦ ମିନିଟ୍‌ ଆଲୋଚନା କରିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗଣବଳାତ୍କାର ପଛରେ ରହିଥିବା ଷଡଯନ୍ତ୍ର ଦିଗକୁ ନେଇ କ’ଣ ତଦନ୍ତ କରାଯାଉଛି ସେନେଇ ଅଞ୍ଜନା ସିବିଆଇ ଅଧିକାରୀଙ୍କୁ ପଚାରିଥବଲେ। ହେଲେ ତଦନ୍ତ ଚାଲିଥିବାରୁ କିଛି କହିହେବ ନାହିଁ। ଚାର୍ଜଶିଟ୍‌ ଦାଖଲ ପରେ ଜଣାପଡିବ ବୋଲି ସିବିଆଇ ଅଧିକାରୀମାନେ କହିଥିଲେ। ଏଥିସହିତ ବିବନଙ୍କ ଘରକୁ ମଧ୍ୟ ସିବିଆଇ ଟିମ୍‌ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଖୁବ୍‌ଶୀଘ୍ର ତଦନ୍ତ ଶେଷ କରାଯାଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ, ଏହି ମାମଲାରେ ପୂର୍ବରୁ ୨ଜଣ ଗିରଫ ହୋଇ ଜେଲ ଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ୨୨ବର୍ଷ ଧରି ଫେରାର ଥିଲେ। ଗତ ଫେବୃୟାରୀ ୨୧ରେ କମିଶନରେଟ୍‌ ପୋଲିସ ବିବନଙ୍କୁ ପୁଣେ ଆମ୍ବି ଭ୍ୟାଲିରୁ ଗିରଫ କରିଥିଲା। ମାମଲା ସିବିଆଇ ହାତରେ ଥିବାରୁ ଗିରଫ ପରେ ପୋଲିସ ବିବନଙ୍କୁ ସିବିଆଇକୁ ହସ୍ତାନ୍ତର କରିଥିଲା। ଏହା ପରଠାରୁ ଚାର୍ଜଶିଟ୍‌ ଦାଖଲ କରିବାକୁ ସିବିଆଇ ମାମଲାର ଅଧିକ ତଦନ୍ତ କରୁଛି। ଘଟଣା ପରେ ବିବନ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲେ। ସେଠାରେ ଆତ୍ମଗୋପନ କରି କିପରି ରହୁଥିଲେ ଆଦି ସମସ୍ତ ଦିଗରେ ସିବିଆଇ ଛାନ୍‌ଭିନ୍‌ କରିଥିଲା। ବିବନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍‌ ରିକ୍ରିଏଶନ କରିଥିଲା। ଏଥିସହିତ ଝାରପଡ଼ା ଜେଲ୍‌ରେ ବିବନଙ୍କର ମଧ୍ୟ ଟିଆଇ ପରେଡ୍‌ ହୋଇଥିଲା। ଅଞ୍ଜନା ଓ ପ୍ରତ୍ୟକ୍ଷଦର୍ଶୀ ତାଙ୍କ କାର୍‌ର ଡ୍ରାଇଭର ଉଭୟ ବିବନଙ୍କୁ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri