ଚର୍ଚ୍ଚାରେ ହତ୍ୟାର କାରଣ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୩୧ା୧:ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। କ୍ରାଇମ୍‌ବ୍ରାଞ୍ଚ ରବିବାରଠାରୁ ପହଞ୍ଚତ୍ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର, ଝାରସୁଗୁଡ଼ା ଏସ୍‌ପି ରାହୁଲ୍‌ ଜୈନ ସୁନ୍ଦରଗଡ଼ ଶଙ୍କରାସ୍ଥିତ ରିଜର୍ଭ ପୋଲିସ ଲାଇନକୁ ଯାଇ ସେଠାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ରବିବାର ରାତିରୁ ମାରାଥନ ଜେରା କରିଛନ୍ତି। ସୋମବାର ଅପରାହ୍ନରେ ଅଭିଯୁକ୍ତ ଗୋପାଳଙ୍କୁ ଗିରଫ ଦର୍ଶାଯାଇଥିଲା। ପରେ ତାଙ୍କୁ ସନ୍ଧ୍ୟା ୭ଟାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁନ୍ଦରଗଡ଼ରୁ ଝାରସୁଗୁଡ଼ା ଅଣାଯାଇ ରାତି ପ୍ରାୟ ୧୦ଟାରେ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପଟେ ଝାରସୁଗୁଡ଼ା ଏସ୍‌ପି ଜୈନ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ହେଲେ ପୋଲିସ ପୋଷାକରେ ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଗୋପାଳ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ତାହା ସ୍ପଷ୍ଟ କରାଯାଇନାହିଁ। ହତ୍ୟାର କାରଣ ଗୋପାଳ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ଏବଂ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି ନା ନାହିଁ, ସେନେଇ କ୍ରାଇମ୍‌ବ୍ରାଞ୍ଚ କିଛି କହୁ ନାହିଁ। ସାରା ଦେଶରେ ଏହି ହତ୍ୟାକାଣ୍ଡ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ହତ୍ୟାର କାରଣ ଉପରେ ସମସ୍ତଙ୍କ ନଜର ରହିଛି। ଖୋଦ୍‌ ଜଣେ ପୋଲିସ କର୍ମଚାରୀ ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପୂରା ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ଏବେ ହତ୍ୟା କାରଣ ସମ୍ପର୍କରେ ପର୍ଦ୍ଦାଫାଶ କରୁ ନ ଥିବା କୁହାଯାଉଛି। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ସ୍ପଷ୍ଟ ଭାବେ ଏହି ହତ୍ୟା ଘଟଣାକୁ ବଡ଼ ଏବଂ ଉପରସ୍ତରର ଷଡ଼ଯନ୍ତ୍ର ବୋଲି କହୁଛନ୍ତି। ଏପରି କି ସେମାନେ ତଦନ୍ତ କରୁଥିବା ସଂସ୍ଥା ଏବଂ ଅଧିକାରୀଙ୍କ ଉପରେ ଭରସା କରିପାରୁ ନାହାନ୍ତି। ଭାଜପା ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବାବେଳେ କଂଗ୍ରେସ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ କହିଛି।
ଅନ୍ୟପକ୍ଷରେ ମନ୍ତ୍ରୀଙ୍କୁ ଗୁଳି କରାଯିବା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ବାଇଁ ଥାନାରେ ଏତଲା ଦେଇଛନ୍ତି। ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଏଏସ୍‌ଆଇ ଗୋପାଳ ଗୁଳି କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ମନ୍ତ୍ରୀ ନବ ଦାସଙ୍କ କାର୍‌ ଗାନ୍ଧୀ ଛକ ନିକଟରେ ରବିବାର ମଧ୍ୟାହ୍ନ ୧୨ଟା ୧୫ମିନିଟରେ ପହଞ୍ଚତ୍ଥିଲା। ତାଙ୍କୁ କାର୍‌ ଭିତରୁ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ପାଛୋଟି ଆଣିବା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଏଏସ୍‌ଆଇ ଗୋପାଳ ନବଙ୍କୁ ଅତି ନିକଟରୁ ୯ଏମ୍‌ଏମ୍‌ ସର୍ଭିସ ପିସ୍ତଲ୍‌ରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ ଛାତିରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଆଇଆଇସି ସ୍ବାଇଁ ଏବଂ ରାମପୁର ପୋଲିସ ଫାଣ୍ଡିର କନଷ୍ଟେବଳ କେ.ସି. ପ୍ରଧାନ ଯେତେବେଳେ ଗୋପାଳଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ, ସେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଥାନାଧିକାରୀଙ୍କ ହାତ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହେବା ସହ ଜୀବନ ନାୟକ ନାମକ ଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଗୋପାଳଙ୍କ ଠାରୁ ପିସ୍ତଲ ଜବତ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ସୁନ୍ଦରଗଡ଼ ରିଜର୍ଭ ପୋଲିସ ଲାଇନ୍‌କୁ ନିଆଯାଇ ସେଠାରେ ରଖାଯାଇଥିଲା। ସେଠାରେ ସୁନ୍ଦରଗଡ଼ ଏସ୍‌ପି ଦାୟିତ୍ୱରେ ଥିବା ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ଗୋପାଳ କାହିଁକି ଗୁଳି କଲେ, ମନ୍ତ୍ରୀ ଦାସଙ୍କ ସହ ତାଙ୍କର ପୂର୍ବରୁ ଶତ୍ରୁତା ଥିଲା କି ନାହିଁ, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ୭ଦିନ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri