ମାଲବାହୀ ଟ୍ରେନ୍‌ରୁ ବଗି ଛିଡ଼ିଗଲା

ଭୁବନେଶ୍ୱର,୧୬।୭(ଅଭିଜିତ ଦାସ)ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭୁ ନ ଥିବାବେଳେ ଗୋଟିକ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି। କେଉଁଠି ଟ୍ରେନ୍‌ରେ ନିଆଁ ଲାଗିଲାଣି ତ ଆଉ କେଉଁଠି ଲାଇନ୍‌ଚ୍ୟୁତ ହେଲାଣି। ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟୁଥିବାବେଳେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରର ବାଣୀବିହାର ଷ୍ଟେଶନ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ନଂ.୪୩୨/୨୮ରୁ ୨୪ ବଗି ଅଲଗା ହୋଇଯାଇଥିଲା। ଫଳରେ ଉକ୍ତ ଲାଇନ୍‌ରେ ଆସୁଥିବା ବିଶାଖା ଏକ୍ସପ୍ରେସ୍‌ ସମେତ ଅନ୍ୟ ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଅଟକି ରହିଥିଲା। ଏହା ଜଣାପଡିବା ପରେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଡୋଲମାଇଟ୍‌ ପଥର ବୋଝେଇ ଉକ୍ତ ମାଲବାହୀ ଟ୍ରେନ୍‌ଟି ମେରାମଣ୍ଡଳୀ ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୬୦ଟି ବଗି ରହିଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ଡାଉନ୍‌ ଲାଇନ୍‌ରେ ଭୁବନେଶ୍ୱର ଷ୍ଟେଶନ ଅତିକ୍ରମ କରି ବାଣୀବିହାର ଷ୍ଟେଶନ ଦେଇ ଯାଉଥିବାବେଳେ ୩୭ତମ ବଗି ଇଞ୍ଜିନ ପାର୍ଶ୍ୱରୁ ଛିଡ଼ି ଯାଇଥିଲା। ଅଲଗା ହୋଇଯାଇଥିବା ୨୪ ବଗିର ପଛରେ ଥିବା କର୍ମଚାରୀଙ୍କଠାରୁ ଜାଣିବା ପରେ ଲୋକୋ ପାଇଲଟ୍‌ ଟ୍ରେନ୍‌ଟିକୁ ଅଟକାଇଥିଲେ। ସେତେବେଳକୁ ଇଞ୍ଜିନ ୨ଶହ ମିଟର ଆଗକୁ ପଳାଇଥିଲା। ତେବେ ଟ୍ରେନ୍‌ଟି ବ୍ରେକ୍‌ ହେବା ସମୟରେ ପଛରେ ଗଡୁଥିବା ଅଲଗା ଅଂଶ ସଂଯୋଗ ବଗି ସହ ଧକ୍କା ହୋଇଥିଲା। ଏହି ସମୟରେ ଜୋର୍‌ରେ ଶବ୍ଦ ହୋଇଥିବା ଷ୍ଟେଶନ ଓ ଆଖପାଖ ଅଞ୍ଚଳରେ ଥିବା ଲୋକେ ଶୁଣିବାକୁ ପାଇ ଟ୍ରେନ୍‌ ପାଖକୁ ଦୌଡ଼ିଥିଲେ। ପରେ ଘଟଣା ସମ୍ପର୍କରେ ଭୁବନେଶ୍ୱର ଷ୍ଟେଶନକୁ ଅବଗତ କରାଯାଇଥିଲା। ଉକ୍ତ ଲାଇନ୍‌ରେ ଚଳାଚଳ କରୁଥିବା ୩ ଯାତ୍ରୀବାହୀ ଟ୍ରେନ୍‌କୁ ଅଟକାଯାଇଥିଲା। ବିଶାଖା ଏକ୍ସପ୍ରେସ୍‌ ମାଲବାହୀ ଟ୍ରେନ୍‌ର ଠିକ୍‌ ୫୦ ମିଟର ଦୂରରେ ଅଟକି ରହିଥିଲା। ତା’ ପଛକୁ ପଛ ପୁରୀ-ତାଳଚେର ଓ ନୟାଗଡ-ଭଦ୍ରକ ଟ୍ରେନ୍‌ ମଧ୍ୟ ଉକ୍ତ ଡାଉନ୍‌ ଲାଇନ୍‌ରେ ଛିଡା ହୋଇଥିଲା। ପରେ ରେଳ ବିଭାଗର ବୈଷୟିକ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ପରେ ତୁରନ୍ତ ଲାଇନ୍‌କୁ ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଇଥିଲା। ଇଞ୍ଜିନ ସହ ଥିବା ବଗିଗୁଡିକୁ ମଞ୍ଚେଶ୍ୱର ଷ୍ଟେଶନକୁ ନିଆଯାଇଥିଲା ଓ ଅଲଗା ହୋଇଥିବା ବଗିଗୁଡିକୁ ଭୁବନେଶ୍ୱର ଷ୍ଟେଶନକୁ ନିଆଯିବା ପରେ ରାତି ପ୍ରାୟ ୯ଟା ପରେ ଅଟକିଥିବା ସମସ୍ତ ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।
ଘଟଣା ସମ୍ପର୍କରେ ମାଲବାହୀ ଟ୍ରେନ୍‌ର ଗୁଡ୍‌ସ ମ୍ୟାନେଜର ଜି.ରଘୁନାଥ କହିଛନ୍ତି ମାଲବାହୀ ଟ୍ରେନ୍‌ରେ ଲକିଂ ସିଷ୍ଟମର କପ୍ଲିଂରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଏଭଳି ପରିସ୍ଥିତି ଉପୁଜିଲା। ମାଲବାହୀ ଟ୍ରେନ୍‌ର ବଗିଗୁଡିକ ଚାପ ଦ୍ୱାରା ସଂଯୋଗ କରାଯାଇଥାଏ। ବଗି ନଂ.SWR 28696ରେ ଏଭଳି ତ୍ରୁଟି କାରଣରୁ ବଗିରେ ଥିବା ଇଣ୍ଟରଲକିଂ ସିଷ୍ଟମ୍‌ଟି ଭାଙ୍ଗି ଯାଇଥିଲା। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଡାଉନ୍‌ ଲାଇନ୍‌ରେ ଅଟୋମେଟିକ୍‌ ବ୍ଲକ୍‌ ସିଷ୍ଟମ ସିଗ୍‌ନାଲ ରହିଛି। ଫଳରେ ଗୋଟିଏ ଟ୍ରାକ୍‌ରେ ୩ରୁ ୪ଟି ଟ୍ରେନ୍‌ ପରସ୍ପରଠାରୁ ୧୦୦ରୁ ୨୦୦ ମିଟର ମଧ୍ୟରେ ଯାତ୍ରା କରିପାରିବେ। ତେଣୁ ମାଲ୍‌ବାହୀ ଟ୍ରେନ୍‌ ବଗି ଅଲଗା ହେବା ସୂଚନା ମିଳିବା ପରେ ଉକ୍ତ ଲାଇନ୍‌ରେ ଥିବା ଅନ୍ୟ ଟ୍ରେନ୍‌ଗୁଡିକୁ ଆବଶ୍ୟକତା ଅନୁସାରେ ପଛକୁ ପଛ ରଖାଯାଇଥିଲା।
ସୂଚନା ମୁତାବକ, ଗତ ଜୁନ୍‌ ୨ରେ ବାଲେଶ୍ୱର ବାହାନଗାଠାରେ ଭୟଙ୍କର ରେଳ ଦୁର୍ଘଟଣାରେ ଏବେସୁଦ୍ଧା ୨୯୩ଜଣଙ୍କ ମୃତ୍ୟୁ ଘଟିଛି। ଏହାର କିଛିଦିନ ବ୍ୟବଧାନ ପରେ ଜୁନ୍‌ ୭ରେ ଯାଜପୁର ରୋଡ୍‌ ଷ୍ଟେଶନରେ ଟ୍ରାକ୍‌ରେ ରହିଥିବା ମାଲବାହୀ ଟ୍ରେନ୍‌ ବଗିଗୁଡିକ ପବନବର୍ଷାରେ ଗଡିବାରୁ ଏହା ତଳେ ଆଶ୍ରୟ ନେଇଥିବା ୭ଜଣଙ୍କ ଜୀବନ ଯାଇଥିଲା। ସେହିପରି ୯ ଜୁନ୍‌ରେ ନୂଆପଡାଠାରେ ଦୁର୍ଗ-ପୁରୀ ଏକ୍ସପ୍ରେସର ଏସି ବଗିରେ ନିଆଁ ଲାଗିଯାଇଥିଲା। ୭ ଜୁଲାଇରେ ହାଓଡାରୁ ହାଇଦ୍ରାବାଦ୍‌ ଅଭିମୁଖେ ଯାତ୍ରା କରୁଥିବା ଫଲକନାମା ଏକ୍ସପ୍ରେସ୍‌ର ୪ଟି ଏସି ବଗିରେ ନିଆଁ ଲାଗିଥିଲା। ୧୦ ଜୁଲାଇରେ ବ୍ରହ୍ମପୁର ନିକଟରେ ବିବେକ୍‌ ଏକ୍ସପ୍ରେସରେ ନିଆଁ ଲାଗିଥିବାବେଳେ ୧୪ ଜୁଲାଇରେ ଜଳେଶ୍ୱର ନିକଟରେ ଥିବା ଲକ୍ଷ୍ମଣନାଥ ଷ୍ଟେଶନରେ ଏକ ମେମୁ ଟ୍ରେନ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ରେଳ ଯାତ୍ରା ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri