ବିନା ଚକରେ ଚାଲୁଛି କାର୍‌

ରୋମ୍‌,୨।୭: ଗାଡ଼ି ତିଆରିଠାରୁ ଆରମ୍ଭକରି ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ନିର୍ମାଣ କ୍ଷେତ୍ରରେ ଟେକ୍‌ନୋଲୋଜିର ବଡ଼ ଅବଦାନ ରହିଛି। ସେହିପରି ବିଭିନ୍ନ ଅଟୋମୋବାଇଲ କମ୍ପାନୀ ଏବେ ଉନ୍ନତ ଜ୍ଞାନକୌଶଳକୁ ବ୍ୟବହାର କରି ଆଡ୍‌ଭାନ୍ସଡ ଓ ନୂଆ ପ୍ରଣାଳୀର କାର୍‌, ବାଇକ୍‌ ତିଆରି କରିବାରେ ଲାଗିଛନ୍ତିି। ଏମିତି କିଛି କାର୍‌ ରହିଛି, ଯାହା କୌଣସି ଘରଠାରୁ କମ୍‌ ନୁହେଁ। ଏବେ କିନ୍ତୁ ଇଣ୍ଟରନେଟ୍‌ରେ ଏକ କାର୍‌ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି କାର୍‌ଟି ବିଶ୍ୱର ସବୁଠାରୁ ନିଚା କାର୍‌ ବୋଲି କୁହାଯାଉଛି।
ସୋସିଆଲ ମିଡିଆରେ ଛାଇଯାଇଥିବା ଏହି କାର୍‌ରେ ପ୍ରବେଶ ପାଇଁ ଡୋର୍‌ ନାହିଁ କି ଟାୟାର ନାହିଁ। ଏହାସତ୍ତ୍ୱେ କାର୍‌ଟି ଅବାଧରେ ଅନ୍ୟ କାର୍‌ ଭଳି ରାସ୍ତାରେ ଯାଉଛି। ଯଦିଓ ଏହି ନିଚା କାର୍‌ରେ କାହାରିକୁ ବସିବାର ସୁଯୋଗ ମିଳିବ ନାହିଁ କିନ୍ତୁ କାର୍‌କୁ ଦେଖି ଅନେକଙ୍କ ମନରେ କୌତୂହଳ ଜାତ ହେଉଛି। କାରାମଘେଡୋନ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାର ଭିଡିଓ ଶେୟାର କରାଯାଇଛି। ଏଥିରେ କେବଳ ବୋନେଟ୍‌ ଓ ଓ୍ବିଣ୍ଡୋ ସେଡ୍‌ସ ରହିଛି। ଇଟାଲୀର କେତେଜଣ ଅଟୋମୋବାଇଲ୍‌ ଇଞ୍ଜିନିୟର ଏହାକୁ ତିଆରି କରିଛନ୍ତି। କାର୍‌ରେ ଲାଗିଥିବା କାଠପଟା ଦେହରେ ଏକ ରୋବୋ ଖଞ୍ଜାଯାଇଛି, ଯାହା କାର୍‌ ଡ୍ରାଇଭର ଭାବେ କାର୍ଯ୍ୟ କରୁଛି। ସମ୍ପୂର୍ଣ୍ଣ କାର୍‌ଟି ରୋବୋ ଦ୍ୱାରା ନିୟନ୍ତ୍ରିତ ହେଉଥିବାବେଳେ ଏଥିରେ ଗୋପ୍ରୋ କ୍ୟାମେରା ଫିଟ୍‌ କରାଯାଇଛି। କ୍ୟାମେରା ଜରିଆରେ ରାସ୍ତାର କ୍ଲିୟର ଭିୟୁ ରୋବୋ ପାଖରେ ପହଞ୍ଚୁଛି, ଯାହା ଦ୍ୱାରା ଜନଗହଳି ରାସ୍ତାରେ ମଧ୍ୟ କାର୍‌ଟି ଗଡ଼ିପାରୁଛି। ଟାୟାର ଓ ଡୋର୍‌ ବିହୀନ ଏକ ସିଆନ୍‌ (ସବୁଜ ଓ ନୀଳ ମିଶ୍ରିତ) ରଙ୍ଗର କାର୍‌ ରାସ୍ତାରେ ଯାଉଥିବାର ଭିଡିଓ ଟୁଇଟରରେ ମଧ୍ୟ ବହୁଳ ପ୍ରସାର ହେବାରେ ଲାଗିଛି। ଅଦ୍ୟାବଧି ୩୮ ନିୟୁତ ଲୋକ ଏହାକୁ ଦେଖିସାରିଥିବାବେଳେ ଭିଡିଓକୁ ୧୧.୪ ଲକ୍ଷ ଲାଇକ୍‌ ମିଳିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri