ସ୍ତ୍ରୀ-ସ୍ବାମୀଙ୍କୁ ଧକ୍କା ଦେଇ ଫେରାର ମାରୁଥିଲା କାର୍‌, ବାଟରେ ହେଲା ଚକା ପଙ୍କଚର, ଆଉ ତା’ ପରେ…

କଲ୍ୟାଣସିଂହପୁର,୯ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍‌ ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବ ଭତ୍ରା ଓ ଶକୁନ୍ତଳା ଭତ୍ରା। ଉଭୟ ସ୍ତ୍ରୀ-ସ୍ବାମୀ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ କାର୍‌ର ଚକା ପଙ୍କଚର ହେବାରୁ ଗାଡ଼ିଟି କିଛି ଦୂରରେ ଅଟକି ଯାଇଥିଲା। ତେବେ କାର୍‌ରେ ଥିବା ଡ୍ରାଇଭର ସହ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସୌମ୍ୟରଞ୍ଜନ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ।

Dharitri –Odisha’s No.1 Trusted Odia Daily

Share