ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର, ୩।୧ (ବ୍ୟୁରୋ):ରାଜଧାନୀର କାନ୍ଥ ବଖାଣୁଛି ଓଡ଼ିଶାର ଏତିହ୍ୟ, ସଂସ୍କୃତି ଓ ପରମ୍ପରାର ଗାଥା। ଶିଳ୍ପୀଙ୍କ ରଙ୍ଗତୂଳୀରେ ସାଧବ ପୁଅଙ୍କ ବୋଇତଯାତଠାରୁ ଆରମ୍ଭ କରି ପଟ୍ଟଚିତ୍ର, ମନ୍ଦିର, ଖଣ୍ଡଗିରି, ଉଦୟଗିରି, ଧଉଳି ଶାନ୍ତିସ୍ତୁପ ଭଳି ବିଭିନ୍ନ କଳାକୃତି ଜୀବନ୍ତ ପ୍ରତ୍ୟେୟ ହେଉଛି। ସହରର ପ୍ରମୁଖ ରାସ୍ତାଗୁଡିକ ନୂଆ ନୂଆ ଲାଗୁଛି। ଆଗକୁ ହକି ବିଶ୍ୱକପ୍‌ ଥିବାରୁ ନବବଧୂ ପରି ସଜେଇ ହେଉଛି ସହର। ପାର୍କରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ସାଜସଜ୍ଜା ଚାଲିଛି। ବିଏମ୍‌ସି, ବିଡିଏ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌, ଏନ୍‌ଏଚ୍‌ଆଇ, ଟିପିସିଓଡିଏଲ୍‌, ଓ୍ବାଟ୍‌କୋ, କ୍ରୁଟ୍‌ ସମସ୍ତେ ମିଳିତ ଭାବେ କାମ କରୁଛନ୍ତି। ସହରର କାନ୍ଥବାଡ଼ରେ ଚିତ୍ର ଆଙ୍କିବା ପାଇଁ ମୋଟ୍‌ ୨୮ଟି ଗ୍ରୁପ୍‌ରେ ପ୍ରାୟ ୫ଶହ ଜଣ ଶିଳ୍ପୀ ନିୟୋଜିତ ହୋଇଛନ୍ତି। ଏମାନଙ୍କୁ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଗାଇଡ୍‌ କରାଯାଉଛି। ୧୩ ତାରିଖରୁ ବିଶ୍ୱକପ୍‌ ହକି ଆରମ୍ଭ ହେଉଥିବାରୁ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଚିତ୍ରକଳା ନୁହେଁ ବରଂ ସହରର ବିଭିନ୍ନ ଛକ ସ୍ଥାନ, ଓଭରବ୍ରିଜ୍‌ ତଳ ଆଦି ୫୧ ସ୍ଥାନରେ ପ୍ରସ୍ତର, ସ୍କ୍ରାପ୍‌, ଟେରାକୋଟା ଭସ୍କର୍ଯ୍ୟ ଶୋଭା ପାଇବ। ଇତି ମଧ୍ୟରେ ଜୟଦେବ ବିହାରରେ ହକି ବିଶ୍ୱକପ୍‌ ମଡେଲ ସ୍ଥାପନ କରାଯାଇଛି। ଏଥିପାଇଁ କଳାଭୂମିରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର ଷ୍ଟାମ୍ପ-୩.୦ ଆୟୋଜନ କରାଯାଇଥିଲା। ଏଠାରେ ରାଜ୍ୟ ତଥା ଦେଶବିଦେଶର ବିଶିଷ୍ଟ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଭାସ୍କର୍ଯ୍ୟ କଳାକୁ ସହରରେ ସ୍ଥାନିତ କରାଯିବ।
ଏଥିସହ ସହରକୁ ସୁନ୍ଦର କରିବା ପାଇଁ ସବୁଜିମା ଉପରେ ଗୁରୁତ୍ୱ ଦିଆଯାଉଛି। ଭଳିକି ଭଳି ଫୁଲର ସମ୍ଭାରରେ ସଜେଇ ହେଉଛି ସହର। ରାସ୍ତା ମେଡିଆନ୍‌ଠାରୁ ଆରମ୍ଭ କରି ଓଭରବ୍ରିଜ୍‌ ତଳ, ରାସ୍ତାକଡ଼ରେ ବିଭିନ୍ନ ଫୁଲଗଛ, ଅର୍ନାମେଣ୍ଟାଲ ଟ୍ରି ଏବଂ ଘାସ ବିଛାଇ ସବୁଜିମା ସୃଷ୍ଟି କରାଯାଉଛି। ଏହା ରାଜଧାନୀବାସୀ ବିଶେଷକରି ହକି ପାଇଁ ବାହାରୁ ଆସିବାକୁ ଥିବା ଖେଳାଳି, ଅତିଥି ଓ ପ୍ରଶଂସକଙ୍କ ପାଇଁ ଏକ ନୂତନ ପରିବେଶ ପ୍ରଦାନ କରିବ।
ଅପରପକ୍ଷେ ଏବେଠୁ ରାଜଧାନୀରେ ହକି ଫିଭର୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ସହରବାସୀଙ୍କୁ ଏଥିରେ ସାମିଲ କରିବା ପାଇଁ ବିଏମ୍‌ସି, ବିଡିଏ ପକ୍ଷରୁ ଜୋର୍‌ଦାର ପ୍ରୟାସ କରାଯାଉଛି। ସହରରେ ହକିର ପ୍ରଚାର ପ୍ରସାରକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୦ ପର୍ଯ୍ୟନ୍ତ ‘ଚକ୍‌ଦେ ଭୁବନେଶ୍ୱର’ ଥିମ୍‌ ଅଧୀନ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଜାରି ରହିଛି। ‘ମ୍ୟୁଜିକ୍‌ ଇନ୍‌ ପାର୍କ’ ମାଧ୍ୟମରେ ଲୋକଙ୍କୁ ହକି ସହିତ ଯୋଡ଼ିବାର ପ୍ରୟାସ କରାଯାଉଛି। ପୂର୍ବରୁ ଆଇଜି ପାର୍କରେ ଏହି କାର୍ଯ୍ୟକ୍ରମ ସରିଥିବାବେଳେ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ୩ଦିନ ବିଜୁ ପଟ୍ଟନାୟକ ପାର୍କରେ ଏହା ଆୟୋଜିତ ହୋଉଛି। ଅପରାହ୍ନ ୫ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଝୁମିବେ ଶ୍ରୋତା। ପରେ ବୁଦ୍ଧଜୟନ୍ତୀ ପାର୍କ, ବିଡିଏ ସିଟି ସେଣ୍ଟର, ଏକାମ୍ର କାନନ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ପାର୍କ, ମଧୁସୂଦନ ପାର୍କରେ ଏହାର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିଭରି ସୋସିଆଲ ମିଡିଆରେ ମଧ୍ୟ ହକିକୁ ନେଇ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ହକିକୁ ନେଇ ର଼୍ୟାପ୍‌ ସଙ୍ଗ୍‌ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଯୁବପିଢୀ ଖୁବ୍‌ ପସନ୍ଦ କରୁଛନ୍ତି। ‘ପୂରା ଖେଳ ପୂରା ଖେଳ’ ନାମରେ ଏହି ର଼୍ୟାପ୍‌କୁ ରାପର ବିଗ୍‌ ଡିଲ୍‌ ଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri