Posted inଭଦ୍ରକ

କେନାଲ ଶୁଖିଲା, ଜମିକୁ ମାଡ଼ିପାରୁନି ପାଣି

ଭଣ୍ଡାରିପୋଖରୀ, ୪ା୭ (ସ୍ବ.ପ୍ର.): ମୌସୁମୀ ଲୁଚକାଳି ଖେଳୁଛି। ବର୍ଷା ଅଭାବରୁ ବିଲରେ ପଡ଼ିଥିବା ଧୂଳିଆ ଧାନ ତଳି ଗଜା ମରୁଡ଼ି ହେବାକୁ ବସିଛି। ବର୍ଷାକୁ ଅନେଇ ବସିଥିବା ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଖରିଫ ଚାଷ ଲାଗି ଅଣ୍ଟା ଭିଡୁଥିବା ବେଳେ ଦୁର୍ବଳ ମୌସୁମୀ ବର୍ଷା ସେମାନଙ୍କୁ ଚିନ୍ତାରେ ପକାଇଛି। ଆଷାଢ଼ ଯାଇ ଶ୍ରାବଣ ହେବାକୁ ଆଉ କିଛି ଦିନ ବାକି ଅଛି। ହେଲେ ଧାନ ତଳି ଉତାରି ହୋଇପାରୁ ନାହିଁ। ଗଜା ବାହାରି ପାଣି ଅଭାବରୁ ତାହା ଗଛ ହୋଇପାରୁନି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗୋଟିଏ ପଟେ ନିଅଣ୍ଟିଆ ବର୍ଷାକୁ ଅନ୍ୟପଟେ ବ୍ଲକରେ ଥିବା କେନାଲଗୁଡ଼ିକ ଶୁଖିଲା ପଡ଼ିଛି।
ଭଣ୍ଡାରିପୋଖରୀ ପରି ଏକ କୃଷିପ୍ରଧାନ ନିର୍ବାଚନମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ପର୍ଯ୍ୟାପ୍ତ ଜଳସେଚନ ହୋଇପାରି ନାହିଁ। ଯେଉଁ ଅଞ୍ଚଳକୁ କେନାଲ ସଂଯୋଗ ହୋଇଛି, ସେ କେନାଲରେ ବି ଟୋପାଏ ପାଣି ନାହିଁ। ଫଳରେ ଚାଷଜମିକୁ ପାଣି ମାଡ଼ିପାରୁ ନାହିଁ। ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏହି ଅଞ୍ଚଳର ଚାଷୀ ମରୁଡ଼ି ଆଶଙ୍କା ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ବିଲରେ ଟ୍ରାକ୍ଟର କିମ୍ବା ଲଙ୍ଗଳ ବୁଲିପାରୁ ନାହିଁ। କେନାଲରେ ପାଣି ଆସିଲେ ଅନେକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରନ୍ତା। ୫ ଓ ୬ ନଂ. କେନାଲ ସମେତ ପ୍ରାୟ ସମସ୍ତ କେନାଲରେ ପାଣି ଛଡ଼ାଗଲେ ବିଶେଷକରି ଜଳମଣ୍ଡୁଆ, ଦଇପୁର, ବିଷ୍ଣୁପୁର ଆଦି ପଞ୍ଚାୟତର ଚାଷୀକୁଳ ଉପକୃତ ହୋଇପାରନ୍ତେ ବୋଲି ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ ଓ ଜଳମଣ୍ଡୁଆ ସମିତିସଭ୍ୟ ଜୀବନାନନ୍ଦ ବାରିକ ପ୍ରକାଶ କରିଛନ୍ତି। ସମସ୍ତ ଲିଫ୍ଟ ଇରିଗେଶନ ସିଷ୍ଟମ ମରାମତି କରି ଜଳ ଯୋଗାଇବା ସହ କେନାଲକୁ ପାଣି ଛଡ଼ାଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ବାରିକପୁର ଜଳସେଚନ ଡିଭିଜନର କନିଷ୍ଠ ଯନ୍ତ୍ରୀ ନରସିଂହ ସୋରେନଙ୍କୁ ପଚାରିବାରୁ ଆସନ୍ତା ୧୦ ତାରିଖ ସୁଦ୍ଧା କେନାଲରେ ପାଣି ଛଡ଼ାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri