କେନାଲ ପୋତି ହୋଇଗଲାଣିି, ଜମିକୁ ମାଡୁନି ପାଣି

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଛି। କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଶର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସେଚନ ପାଇଁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏହାର ଶାଖା କେନାଲମାନ ଖୋଳାଯାଇ ଜଳସେଚନ କରାଯାଉଛି। ହେଲେ ବିଭାଗର ଅଣଦେଖା ଓ ମରାମତି ଅଭାବରୁ କେନାଲ ପୋତି ହୋଇ ଚାଷ ଜମିକୁ ପାଣି ଯାଉନାହିଁ। ମାତ୍ର ରାଜସ୍ବ ବିଭାଗ ଖାତାରେ ଥିବା ଜଳସେଚନ ଅଞ୍ଚଳର ଜଳକର ନେବାରେ ହେଳା କରୁ ନ ଥିବା କୃଷକମାନେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ଜଳସମ୍ପଦ ସବ୍‌ଡିଭିଜନ ଅଧୀନରେ ଥିବା କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଦୋବନ୍ଧା, ସୋବଳା, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନପୁର, ତମାଳଶାସନ, ଅରୁଆ, କେଶପୁର ଆଦି ଅଞ୍ଚଳର ଜମିକୁ କେନାଲ ନାହିଁ। ସେହିପରି ପଟ୍ଟାମୁଣ୍ଡାଇର ଭାତହାଣ୍ଡି ଉତିକଣ ଅଞ୍ଚଳର ଖଣନ୍ତା, ଓଉପଦା, ସଂସାରପାଳ ଆଦି ପଞ୍ଚାୟତର କେତେକ ଅଞ୍ଚଳର ଜମିକୁ କେନାଲ ପାଣି ଯାଉନାହିଁ। ପଟ୍ଟାମୁଣ୍ଡାଇ ମେନ୍‌ କେନାଲରୁ ବାହାରି ଥିବା ଶାଖା କେନାଲର ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବରୁ ପୋତି ହୋଇ ପାଣି ଜମିକୁ ପହଞ୍ଚତ୍ ପାରୁନାହିଁ। କିନ୍ତୁ ରାଜସ୍ବ ବିଭାଗ ଏହି ଅଞ୍ଚଳର ଅଧିବାସୀଙ୍କୁ ଜଳକର ଦାବି କରୁଛି। ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବା ସହ କେନାଲ ଖନନ ଅଥବା ଜଳକର ଉଚ୍ଛେଦ ପାଇଁ ଦାବି କରୁଛନ୍ତି।
ସାମାଜିକ କର୍ମୀ ରଞ୍ଜନ କୁମାର ସାହୁ କହିଛନ୍ତି, ୨୦୦୬ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ରାଜ୍ୟର ପ୍ରତି ବ୍ଲକରେ ସର୍ବନିମ୍ନ ୩୫ ପ୍ରତିଶତ ଜମିକୁ ଜଳସେଚିତ କରାଯିବ। ଘୋଷଣାର ୧୬ବର୍ଷ ପରେ ବାସ୍ତବରେ କେତେ ବ୍ଲକରେ ଏହି ଲକ୍ଷ୍ୟ ହାସଲ ହେଲା ତାହା ଯେତିକି ବିବାଦୀୟ, ସେତିକି କୁହେଳିକା ଭିତରେ ରହିଛି। ଗତ ବିଧାନସଭାରେ ରାଜ୍ୟରେ ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୬୫ଟିରେ ୩୫ ପ୍ରତିଶତ ଜଳସେଚନ ସୁବିଧା ରହିଛି ବୋଲି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ। ମାତ୍ର ନିୟମତଃ କେତେ ଜମି ଜଳସେଚନଭୁକ୍ତ ହୋଇଛି ତାହା ଯୁଗ୍ମ (ରାଜସ୍ବ ଓ ଜଳସେଚନ ବିଭାଗ) ସର୍ଭେ ଜରିଆରେ ନିର୍ଦ୍ଧାରିତ ହୋଇଥାଏ। ବିଡ଼ମ୍ବନା ହେଲା, ଜଳସେଚନ ବିଭାଗ ଯେତେ ଜମିରେ ୩୫ ପ୍ରତିଶତ ଜଳସେଚନ କଥା କହୁଛନ୍ତି, ତାହା ସରକାରଙ୍କ ଉଭୟ ବିଭାଗ ମିଳିତ ସର୍ଭେ କରିନାହାନ୍ତି। ପଟ୍ଟାମୁଣ୍ଡାଇ ବ୍ଲକରେ କେନାଲ ଖନନ ବେଳେ ଯେଉଁ ଜମିରେ ଜଳ ଯୋଗାଇ ଦିଆଯାଉଥିଲା ଏବେ ସେଠାକୁ ପାଣି ମାଡୁନାହିଁ ନା କେନାଲ ନାହିଁ। ଜମି ମାଲିକମାନେ ଜଳକର ଦେଉଥିବା ଅଭିଯୋଗ କରିଛନ୍ତି। ଗୋଗୁଆ ଅଞ୍ଚଳର ପବିତ୍ର ସାମଲ କହିଛନ୍ତି, ଦୀର୍ଘଦିନ ହେବ ରାଜସ୍ବ ବିଭାଗ ପକ୍ଷରୁ ଚାଷୀକୁଳ ଜଳକର ଦେବାକୁ କର ଧାର୍ଯ୍ୟ ହୋଇଥିଲା। ଏହାକୁ ନେଇ ଆପତ୍ତି ପରେ ୧୯୯୭ ଜୁଲାଇ ୨୨ରେ ଚିଠି ନଂ.୩୩୨୮୪ରେ ଜିଲାପାଳ ତଦନ୍ତ କରିବାକୁ ସୁପାରିସ ହୋଇଥିଲା। ସେହିବର୍ଷ ଅଗଷ୍ଟ ୪ରେ ତତ୍କାଳୀନ ଜିଲାପାଳ ଚିଠି ନଂ.୯୩୫୪ରେ ପଟ୍ଟାମଣ୍ଡାଇ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଏ ନେଇ ପ୍ରକୃତ ଯାଞ୍ଚ ନ କରିବାରୁ ୧୯୯୮ରୁ ଏପର୍ଯ୍ୟନ୍ତ ଜଳକର ନ ନେବା ପାଇଁ ପରାମର୍ଶ ଦେଇଥିଲେ। ସେବେଠାରୁ ଗ୍ରାମବାସୀ କେବଳ ଭୂମିକର ଦେଇ ଆସୁଛନ୍ତି। ମାତ୍ର ଏବେ ରାଜସ୍ବ ବିଭାଗ ବକେୟା ଜଳକର ଦାବି କରିଛି। ଜଳକର ନ ଦେଲେ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର ଯୋଗାଇ ଦିଆଯାଉନାହିଁ, ଯାହା ଅନ୍ୟାୟ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ରାଜସ୍ବ ବିଭାଗ ତଦନ୍ତ କରି ଆବଶ୍ୟକ ପ୍ରମାଣପତ୍ର ଯୋଗାଇଦେବାର ବ୍ୟବସ୍ଥା କରିବ। ଏଥିସହ ଜଳସେଚନ ସମସ୍ୟା ଦୂର କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri