ଭୋଟ୍‌ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ

ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି ସହ ପୂର୍ବରୁ ଦୀର୍ଘ ୧୧ଦିନ ଧରି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସତ୍ତ୍ୱେ ଅଦ୍ୟାବଧି ସେମାନଙ୍କର ଦାବି ପୂରଣ ହୋଇପାରୁନାହିଁ। ଫଳରେ ଏହି ୨ଟି ଦାବି ଖୁବ୍‌ଶୀଘ୍ର ପୂରଣ ନ ହେଲେ ପଞ୍ଚାୟତବାସୀ ଆସନ୍ତା ଲୋକ ସଭା ଓ ବିଧାନସଭା ନିର୍ବାଚନର ଭୋଟ୍‌ ବର୍ଜନ କରିବେ ବୋଲି ଶନିବାର ଏକ ଅଟୋ ଯୋଗେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଞ୍ଚାୟତବାସୀଙ୍କୁ ଅବଗତ କରାଯାଇଥିବା ଦେଖିବାକୁ ମିଳିଛି।