ସମୟର ଆହ୍ବାନ

ଡ. ଭାରତ ଭୂଷଣ ରଥ

ଅଯୋଧ୍ୟା ନରେଶ ଦଶରଥ ପତ୍ନୀ କୈକେୟୀଙ୍କୁ ତିନିଗୋଟି ବର ପ୍ରଦାନ କରିଥିଲେ। ଦିନ ଆସିଲା, କୈକେୟୀ ଦଶରଥଙ୍କୁ ସେହି ବର ପ୍ରାର୍ଥନା କଲେ। କୈକେୟୀଙ୍କର ପ୍ରଥମ ବର ଥିଲା; ରାମଚନ୍ଦ୍ର ଚତୁର୍ଦ୍ଦଶ ବର୍ଷ ବନବାସ କରିବେ। ଏହା ଏଭଳି ଏକ ସମୟ ଥିଲା, ଯେତେବେଳେ ଶ୍ରୀରାମ ଅଯୋଧ୍ୟାର ରାଜପଦରେ ଆସୀନ ହେବା ପାଇଁ ପ୍ରସ୍ତୁତ ହେଉଥିଲେ। ରାତି ପାହିଲେ ସେ ହୋଇଥାନ୍ତେ ଅଯୋଧ୍ୟାର ରାଜା। କୈକେୟୀଙ୍କର ଅନ୍ୟ ଏକ ବର ପ୍ରାର୍ଥନା ଥିଲା; ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହେବେ। ଭରତ ଯଦି ରାଜ୍ୟଭାର ଗ୍ରହଣ କରିଥାନ୍ତେ ତେବେ ଶ୍ରୀରାମ ଭବିଷ୍ୟତରେ କେବେ ମଧ୍ୟ ଅଯୋଧ୍ୟାର ରାଜା ହୋଇପାରି ନ ଥାନ୍ତେ। ଏପଟେ ପିତା ଦଶରଥ ନିଜ ପ୍ରତିଜ୍ଞା ଅପେକ୍ଷା ପୁତ୍ର ରାମଙ୍କ ଅଯୋଧ୍ୟାରେ ଅବସ୍ଥାନକୁ ଗୁରୁତ୍ୱ ଦେଉଥାନ୍ତି। ଏ ସବୁ ସତ୍ତ୍ୱେ ଶ୍ରୀରାମ ନିଜ ଜୀବନର ସମସ୍ତ ସୁଖସୁବିଧା ଏବଂ ପ୍ରତିଷ୍ଠାକୁ ଜଳାଞ୍ଜଳି ଦେଇ ପିତାଙ୍କ ସମ୍ମାନ ରକ୍ଷା କରିଥିଲେ। ସେ ସହର୍ଷ ଚତୁର୍ଦ୍ଦଶ ବର୍ଷ ବନବାସ ଲାଗି ଚାଲିଗଲେ। ଏଠି ପ୍ରଶ୍ନ ଉଠେ ଆମେ ଭାରତୀୟମାନେ ଶ୍ରୀରାମଙ୍କଠାରୁ କ’ଣ ଶିକ୍ଷାଲାଭ କଲେ? ବିଶେଷକରି ଯୁବବର୍ଗଙ୍କ ପାଇଁ ଏ ପ୍ରଶ୍ନ ଅବଶ୍ୟ ଚିନ୍ତନୀୟ।
ଆମେ ଦେଖୁ ସମାଜରେ ଅନେକ ବ୍ୟକ୍ତି ଦୀର୍ଘ ଦଶନ୍ଧି ଧରି ସଂଘର୍ଷମୟ ଜୀବନକୁ ଅତିବାହିତ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ଦାରିଦ୍ର୍ୟର କଷାଘାତରେ ଜୀବନକୁ ଅତିବାହିତ କରି ନିଜର ଲକ୍ଷ୍ୟ ପୂର୍ଣ୍ଣ କରନ୍ତି। ତାଙ୍କର ସହନଶକ୍ତି ଏବଂ ଲକ୍ଷ୍ୟ ସାଧନର ନିଷ୍ଠା କାଳକ୍ରମେ ତାଙ୍କୁ ସମାଜରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ସେହିଭଳି ଯୋଗଜନ୍ମା ସାଧକମାନଙ୍କୁ ଦେଖିଲେ ସ୍ବତଃ ଆମେ ନତମସ୍ତକ ହୋଇଯାଉ। ସମାଜ ତାଙ୍କର ନିଷ୍ଠାପୂର୍ଣ୍ଣ ସାଧନାକୁ ସମ୍ମାନ ନ ଦେଇ ରହିପାରେନାହିଁ। କିନ୍ତୁ ତନ୍ମଧ୍ୟରୁ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଗୋଟିଏ ପକ୍ଷରେ ସଫଳତାର ଶିଖର ସ୍ପର୍ଶକରି ସମାଜ ପାଇଁ ଅନୁକରଣୀୟ ସିଦ୍ଧାନ୍ତ ପାଲଟିଥିବାବେଳେ ଅପରପକ୍ଷରେ ନିଜେ ଜନ୍ମ ଦେଇଥିବା ସନ୍ତାନସନ୍ତତିମାନଙ୍କର ନିନ୍ଦନୀୟ କାର୍ଯ୍ୟକଳାପ ଦ୍ୱାରା ମାନସିକ ଭାବେ ପୀଡ଼ିତ ହେଉଛନ୍ତି। ପିଲାମାନେ ପ୍ରତିଷ୍ଠିତ ମା’ବାପାଙ୍କର ପରିଚୟ ନେଇ ସମାଜରେ ସମ୍ମାନିତ ହେଉଛନ୍ତି।
ପିତୃଅର୍ଜିତ ଧନରେ ଅୟସ କରୁଛନ୍ତି। କିନ୍ତୁ ଭୁଲି ଯାଉଛନ୍ତି ପ୍ରତିବଦଳରେ ମା’ବାପାଙ୍କର ସମ୍ମାନ ରକ୍ଷା କରିବାର ଗୁରୁଦାୟିତ୍ୱଟିକୁ। ପ୍ରାଚୁର୍ଯ୍ୟ ଭିତରେ ରହି ନିଶାଦ୍ରବ୍ୟ ସେବନ, ଚାରିତ୍ରିକ ସ୍ଖଳନ, ସଙ୍ଗଦୋଷ ପ୍ରଭୃତିର ବଶବର୍ତ୍ତୀ ଏହି ପିଲାମାନେ ଧୀରେ ଧୀରେ ସମାଜ ସାମ୍ନାରେ ନିନ୍ଦିତ ହେଉଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ଲକ୍ଷ୍ୟ କରାଯାଉଛି ଯେ, ପଥଭ୍ରଷ୍ଟ ପିଲାମାନଙ୍କର ନିନ୍ଦା ଅପେକ୍ଷା ସାଧନାର ଶିଖର ସ୍ପର୍ଶକରି ସମାଜରେ ପ୍ରତିଷ୍ଠିତ ମା’ବାପାମାନଙ୍କୁ ଏହାର କୁଫଳ ବିଶେଷଭାବରେ ଭୋଗ କରିବାକୁ ପଡୁଛି। ଏହା ଦ୍ୱାରା ସମାଜ ବହୁଳ ପରିମାଣରେ କ୍ଷତିଗ୍ରସ୍ତ ହେଉଛି। ସମାଜ ତାଙ୍କର ଅନୁଭବକୁ ପ୍ରାଧାନ୍ୟ ଦେଇ ଯେଉଁ ଉପଦେଶ ଆଶା କରେ ସେହି ଉପଦେଶ ଦେବାରେ ବ୍ୟକ୍ତି ଅସମର୍ଥ ହୋଇଯାଉଛି।
ବିଶେଷକରି ଯେଉଁ ବ୍ୟକ୍ତି ଜୀବନରେ ଏକ ବିଶେଷ ଲକ୍ଷ୍ୟ ସାଧନ କରିବାରେ ସମର୍ଥ ହୋଇ ସମାଜରେ ପ୍ରତିଷ୍ଠିତ ସେ ନିଜକୁ ସହଜରେ ସାଲିସ୍‌ କରିପାରିବେ ନାହିଁ। ସମାଜରେ ତାଙ୍କର ନିନ୍ଦା ତାଙ୍କୁ ମୃତ୍ୟୁତୁଲ୍ୟ ମନେହେବ। ତେଣୁ ଲୋକଲଜ୍ଜାରୁ ଦୂରେଇ ରହିବା ପାଇଁ ସେ ନୀରବତା ଅବଲମ୍ବନ କରୁଛନ୍ତି। ଅନେକ ନିଜର ସମସ୍ତ ପ୍ରତିଷ୍ଠାକୁ ବୃଥା ମନେକରୁଛନ୍ତି। ଏମିତି ନାନା ଦୁଶ୍ଚିନ୍ତା ଭିତରେ ରହି ଦିନୁଦିନ ବ୍ୟକ୍ତି ରୋଗାକ୍ରାନ୍ତ ଏବଂ କ୍ଷୀଣ ହୋଇଯାଉଛି। ଏହି ଦୁର୍ଦ୍ଦଶାକୁ ଭୁକ୍ତଭୋଗୀ ବ୍ୟକ୍ତି ଯେତିକି ଭୋଗ କରନ୍ତି ତାଠାରୁ ଅଧିକ ଭୋଗ କରେ ସମାଜ। ଆମକୁ ମନେରଖିବାକୁ ହେବ ଗୋଟିଏ ବିଶିଷ୍ଟ କ୍ଷେତ୍ରରେ ଅନୁଭବୀ ଏବଂ ନିଜ କ୍ଷେତ୍ରରେ ମାର୍ଗଦର୍ଶନ ଦେବାର ସାମର୍ଥ୍ୟ ଥିବା ବ୍ୟକ୍ତି ସଂସାରରେ ଆଉ ଦ୍ୱିତୀୟ ନ ଥାନ୍ତି। ତେଣୁ ସେହି ବିଭୂତିମାନଙ୍କର ସାମାଜିକ ପ୍ରତିଷ୍ଠା ରକ୍ଷାର ସର୍ବପ୍ରଥମ ଉତ୍ତରଦାୟିତ୍ୱ ନିଜ ପରିବାର ସଦସ୍ୟଙ୍କର। ବେଳେବେଳେ ପ୍ରଶ୍ନ ଉଠେ ମା’ବାପାମାନେ ପିଲାମାନଙ୍କୁ ପାଳନ ପୋଷଣରେ ଅତ୍ୟଧିକ ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରିବା ସହିତ ବାଲ୍ୟକାଳରୁ ସେମାନଙ୍କର ବଦଖର୍ଚ୍ଚକୁ ତାଗିଦ ନ କରି ବିଳାସବ୍ୟସନପୂର୍ଣ୍ଣ ଜୀବନ ବିତାଇବା ପାଇଁ ସ୍ବାଧୀନତା ଦିଅନ୍ତି। ବାସ୍ତବରେ ଏହା ଅନେକ ପିଲାଙ୍କର ଭବିଷ୍ୟତକୁ ପ୍ରଭାବିତ କରେ ତେଣୁ ଏ କ୍ଷେତ୍ରରେ ମା’ବାପାମାନଙ୍କୁ ସତର୍କ ହେବାର ବେଳ ଆସିଛି। ତେବେ ପିଲାମାନେ ଏଥିପ୍ରତି ଅତ୍ୟଧିକ ଜାଗରୁକ୍‌ ହୋଇ ନିଜ ଘରର ସମ୍ପତ୍ତି ତଥା ସମାଜର ସମ୍ପତ୍ତିଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ଏ ବିଷୟକୁ ଗୁରୁତ୍ୱର ସହ ଚିନ୍ତନ କରିବା ସମୟର ଆହ୍ବାନ।
ମୋ-୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri