ନୂତନତ୍ୱର ଆହ୍ବାନ

ନୀତିନିର୍ଦ୍ଧାରକଙ୍କ ତୁଳନାରେ ଟେକ୍‌ନୋଲୋଜି ପୃଥିବୀକୁ ଶୀଘ୍ର ପରିବର୍ତ୍ତନ କରିଚାଲିଛି। ଫଳରେ ସମାଜ ଧ୍ରୁବୀକୃତ ହେଉଛି, ଅସମାନତା ବୃଦ୍ଧିପାଉଛି ଏବଂ ଏକଚ୍ଛତ୍ରବାଦ ଶାସନ ଓ କର୍ପୋରେଶନଗୁଡ଼ିକ ବାସ୍ତବତାକୁ ପରିବର୍ତ୍ତନ କରିବା ସହ ଗଣତନ୍ତ୍ରକୁ ଅଣଦେଖା କରୁଛନ୍ତି। ନିକଟରେ ଓପନ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା) ସିଇଓ ଶାମ୍‌ ଅଲ୍ଟମ୍ୟାନ ପ୍ରକାଶ କରିଛନ୍ତି ଯେ, ଏଆଇକୁ ନେଇ ସାଧାରଣ ଲୋକମାନେ ଅଧିକ ଭୟଭୀତ ହେଉଛନ୍ତି ଓ ଏହା ପଛରେ କାରଣ ଅଛି। ଶିକ୍ଷା, କାର୍ଯ୍ୟ ଓ ଯୁଦ୍ଧ କ୍ଷେତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଚିନ୍ତା ବଢ଼ାଇଦେଇଛି। ଏମିତିକି ଜଳବାୟୁ ପରିବର୍ତ୍ତନ ବ୍ୟାପକ କ୍ଷତି ଘଟାଇବାର ବହୂୁ ପୂର୍ବରୁ ଏଆଇ ସଭ୍ୟତାକୁ ଅସ୍ଥିର କରିବା ସମ୍ଭାବନା ଦେଖାଯାଇଛି। ଏଣୁ ତାଙ୍କ ଇଣ୍ଡଷ୍ଟ୍ରିକୁ ଆଇନ ନିର୍ମାତାମାନେ ସଞ୍ଚାଳନ କରିବା ଲାଗି ସେ ଆଗ୍ରହ ପ୍ରକାଶ କରିଛନ୍ତି। ଏଆଇ ଆହ୍ବାନର ମୁକାବିଲାରେ ଆମେ ଦୁଇଟି କଥା ଚିନ୍ତା କରିବା ଉଚିତ। ପ୍ରଥମରେ ଯାହା କରାଯିବା ଦରକାର ତାହା ତୁରନ୍ତ ହେବା ଦରକାର। ଯଦି ଆମେ ଅଧିକ ବିଳମ୍ବ କରୁ ତେବେ କ୍ଷତି ହେଲା ପରେ ପଦକ୍ଷେପ ନେଲା ଭଳି ସ୍ଥିତିରେ ଆମେ ରହିବା, ଯାହା ଘଟିଥିଲା ୧୯୬୮ ଆଣବିକ ଅପ୍ରସାର ଚୁକ୍ତି(ଏନ୍‌ପିଟି) କ୍ଷେତ୍ରରେ। ଏହା କରାଯିବାବେଳକୁ ୨୩ ବର୍ଷ ବିଳମ୍ବ ହୋଇଯାଇଥିଲା। ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅତିକମ୍‌ରେ କିଛି ଆଇନ ଅଣାଯାଇପାରିଥାଆନ୍ତା ତେବେ ଆଣବିକ ନିରସ୍ତ୍ରୀକରଣ କ୍ଷେତ୍ରରେ ଏନ୍‌ପିଟିର ଅନ୍ତିମ ଲକ୍ଷ୍ୟ ହାସଲ ହୋଇପାରିଥାଆନ୍ତା। ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି, ଅନିଶ୍ଚିତତା। ଏହା ଏଭଳି ଏକ ନୂଆ ବିଶ୍ୱ ଯେଉଁଠି ଏଆଇ ଉପରେ କାମ କରୁଥିବା ବ୍ୟକ୍ତିମାନେ ଜାଣି ନାହାନ୍ତି ଯେ ଆମକୁ ଏହି ଆବିଷ୍କାରଗୁଡ଼ିକ ଶେଷରେ କେଉଁଠି ନେଇ ପହଞ୍ଚାଇବ। ମହତ୍‌ ଉଦ୍ଦେଶ୍ୟ ରଖି ଯଦି ଏକ ଆଇନ ଗଢ଼ାଯାଏ ତେବେ ସକାରାମତ୍କ ପରିଣାମ ମିଳିପାରିବ। ଯେତେବେଳେ ଆମେରିକାର ପ୍ରତିଷ୍ଠାତାମାନେ ଅସ୍ତ୍ର ରଖିବା ଓ ଧାରଣ କରିବା ଅଧିକାରକୁ ନେଇ ଦ୍ୱିତୀୟ ସଂଶୋଧନ ଚିଠା ପ୍ରସ୍ତୁତ କରିଥିଲେ ସେତେବେଳେ ‘ଅସ୍ତ୍ର’ ଶବ୍ଦର ମୂଳ ଅର୍ଥ ବଦଳାଇଦେଲେ। ଫଳରେ ବନ୍ଧୁକ ଟେକ୍‌ନୋଲୋଜି ଭବିଷ୍ୟତରେ ପରିବର୍ତ୍ତନ ହୋଇଗଲା। ବାସ୍ତବରେ ସେମାନେ ସେତେବେଳେ ଏହା ଜାଣି ପାରି ନ ଥିଲେ।
ଅନିଶ୍ଚିତତା ଭାଗ୍ୟବାଦକୁ ପ୍ରତିପାଦିତ କରିପାରେନା। ଏବେ ବି ନୀତିନିର୍ଦ୍ଧାରକମାନେ ବ୍ୟାପକ ବିଚାର କଲେ ଆବିଷ୍କାର ପାଇଁ ପ୍ରଚେଷ୍ଟା ଚାଲିଥିବା ଏଆଇକୁ ପ୍ରଭାବୀଶୈଳୀରେ ନିୟନ୍ତ୍ରଣ କରିପାରିବେ। ଉଦାହରଣ ସ୍ବରୂପ, ଏଭଳି ଗୋଟିଏ ବିଚାର ସାମ୍ନାକୁ ଆସିଥିଲା ନିକଟରେ ହୋଇଥିବା ଆମେରିକାର ଏକ ସିନେଟ ସେସନ୍‌ରେ। କେବଳ ଚୟନ କରାଯାଇଥିବା କର୍ପୋରେଶନଗୁଡ଼ିକୁ ଏଆଇ ଉପରେ କାମ କରିବାକୁ ଅନୁମତି ଦେବାକୁ ଲାଇସେନ୍ସ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଏହା କରାଯାଇଥିଲା। ତେବେ ଏହି ପଦକ୍ଷେପ କିଛି ବିପଦ ସାମ୍ନାକୁ ଆଣିଛି। ଦେଖାଯାଇଛି, ଲାଇସେନ୍ସ ପ୍ରଦାନ ବହୁ ସମୟରେ ସମ୍ପର୍କବାଦ ଆଡକୁ ନେଇଛି। ଏଣୁୁ ଏହି ବ୍ୟବସ୍ଥାରେ କରାଯାଉଥିବା ବିଭ୍ରାଟରୁ ରାଜନୈତିକ ବ୍ୟକ୍ତିମାନଙ୍କୁ ଦୂରେଇ ରଖିବା ଲାଗି ଏକ ନୂଆ ଆଇନ ଆବଶ୍ୟକ। ତେବେ ଅତିରିକ୍ତ ନିୟନ୍ତ୍ରଣ ସହିତ ଗୋଟିଏ ଦେଶର ଏଆଇ ବିକାଶ କରିବା ଅର୍ଥ ନୁହେଁ ଅନ୍ୟଦେଶଗୁଡ଼ିକ ସମାନ ପ୍ରକାର ପଦକ୍ଷେପକୁ ଗ୍ରହଣ କରିବେ। ଏଆଇକୁ ନେଇ ଥିବା ବିରୋଧାଭାସକୁ ତୁମେ ସାମ୍ନା କରିବାର ସମ୍ଭାବନା ଅଛି। ସେଥିପାଇଁ ଅନେକ ଦେଶ ଦ୍ୱାରା ଏଆଇ ଉପରେ ଆଇନ ଅଣାଯାଇ ତାହାକୁ ନିୟନ୍ତ୍ରଣ କରାଯିବା ହିଁ ସବୁଠୁ ଭଲ ହେବ ଏବଂ ଏହା ଏବକାର ବିଶ୍ୱରେ ହିଁ ସବୁଠୁ ଉତ୍ତମ ବ୍ୟବସ୍ଥା।
ଆଉ ଏକ ବଡ଼ ସମସ୍ୟା ହେଉଛି ଶ୍ରମ। ଅତୀତରେ ଆବିଷ୍କୃତ ଆଧୁନିକ ଜ୍ଞାନକୌଶଳ ଯେଭଳି ମାନବ ଶ୍ରମର ଚାହିଦା କମାଇଦେଇଛି ସେହିଭଳି ଚାର୍ଟଜିପିଟି ଭଳି ନୂଆ ଟେକ୍‌ନୋଲୋଜି ଅଫିସ୍‌ରେ କାମ କରୁଥିବା କର୍ମଚାରୀଙ୍କ ଚାହିଦା କମାଇ ଦେଇପାରେ। ଯଦି ଏଆଇ ଦ୍ୱାରା ହେଉଥିବା ଆୟ ଓ ସମ୍ପତ୍ତିକୁ ସମାନ ଭାବେ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ଅତ୍ୟଧିକ ଶ୍ରମଶକ୍ତି ହଟାଇଲେ ବି ସମସ୍ୟା ହେବ ନାହିଁ। ଅବଶ୍ୟ ସମସ୍ୟା ହେଉଛି, କାର୍ଯ୍ୟରୁ ବାଦ ପଡ଼ିବା ପରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ସେମାନେ କିଭଳି ଅବକାଶ ସମୟ କାଟିବେ। ଏହାକୁ ନେଇ ବହୁ ସମୟରେ ପେନ୍‌ସନଭୋଗୀମାନେ ଚିନ୍ତାରେ ରହନ୍ତି। କାରଣ ସେମାନେ କ’ଣ କରିବା ଦରକାର ତାହା ଜାଣନ୍ତି ନାହିଁ ଏବଂ ଏବେ ଏହା ଯୁବପିଢିଙ୍କ ମଧ୍ୟରେ ଅଧିକ ଘଟୁଛି। ଯଦି ଏହାକୁ ରୋକା ନ ଯାଏ ଅପରାଧ, ସଂଘର୍ଷ ଏବଂ ସମ୍ଭବତଃ ଉଗ୍ରବାଦ ଆହୁରି ବଢିବାର ସମ୍ଭାବନା ରହିଛି। ଏଭଳି ନକାରାମତ୍କ ପରିଣାମଗୁଡ଼ିକ ଦୂର କରିବା ଲାଗି ଆମ ଶିକ୍ଷା ବ୍ୟବସ୍ଥାକୁ ବିକଶିତ କରିବା ଦରକାର। ଅବସର ସମୟ କିଭଳି କଟିବ ତାହା ନେଇ ଲୋକଙ୍କୁ୍‌ ପ୍ରସ୍ତୁତ କରିବା ଲାଗି ଏହା ଆବଶ୍ୟକ।
ମିଡିଆକୁ ନେଇ ସମସ୍ୟା ରହିଛି ଏବଂ ଏହା ସତ୍ୟ ଓ ସ୍ବୀକାର୍ଯ୍ୟ। ‘ହାଓ ଟୁ ଷ୍ଟାଣ୍ଡ୍‌ ଅପ୍‌ ଟୁ ଏ ଡିକ୍ଟେଟର’ ପୁସ୍ତକରେ ନୋବେଲ ବିଜେତା ତଥା ସାମ୍ବାଦିକ ମାରିଆ ରେସା ପ୍ରକାଶ କହିଛନ୍ତି ଯେ, ଭୁଲ୍‌ ଖବରକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏକ ଶକ୍ତିଶାଳୀ ସାଧନ ପାଲଟିଛି। ତାଙ୍କ ପୁସ୍ତକର ମୁଖବନ୍ଧରେ ଅମଲ କ୍ଲୁନେ ଉଲ୍ଲେଖ କରିଛନ୍ତି , ଏକଚ୍ଛତ୍ରବାଦ ନେତାମାନେ ଏବେ ରିମୋଟ୍‌ ନିୟନ୍ତ୍ରିତ ଏଆଇ ସେନା ଉପରେ ନିର୍ଭର କରିବେ। ତେବେ ଏଆଇ ସମ୍ପର୍କରେ ଅଧିକାଂଶ ଲୋକ ଯାହା ଭାବୁଛନ୍ତି ତାହାଠାରୁ ଏହା ଏକ ବଡ଼ ଆହ୍ବାନ ବୋଲି ବିଚାର କରିବାକୁ ହେବ। ଏପରିକି ଆମେ ସ୍ବଚାଳିତ ଭୁଲ୍‌ ତଥ୍ୟକୁ ରୋକିବା ପାଇଁ ଆଇନ ପାସ୍‌ କଲେ ବି ଏହା ଦୂର ହେବ ନାହିଁ। ୪୦ ବର୍ଷ ପୂର୍ବେ ଅମର୍ତ୍ତ୍ୟ ସେନ୍‌ ଉଲ୍ଲେଖ କରଥିଲେ, ସବୁ ବିଷୟ ବର୍ଣ୍ଣନା କରିବାରେ ପସନ୍ଦ ରହିବା ଦରକାର। ବାସ୍ତବତା ଏତେ ଜଟିଳ ଯେ, ସେଥିରେ କ’ଣ ସାମିଲ କରିବା ଏବଂ କ’ଣ ବାଦ୍‌ ଦେବା, ସେ ସମ୍ପର୍କରେ ନିିଷ୍ପତ୍ତି ନ ନେଇ ତାହାକୁ ଆମେ ଉପସ୍ଥାପନ କରିବା ସମ୍ଭବ ହୋଇପାରିବ ନାହିଁ। ତଥ୍ୟ ଭିତରେ ବୁଡ଼ି ରହିଥିବା ଏକ ବିଶ୍ୱରେ ପ୍ରତିଷ୍ଠିତ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଖବର ସଂଯୋଜନା କରିବା ଦରକାର ପଡ଼ୁନାହିଁ। ଏମିତି ସ୍ଥିତି ଉପୁଜିଛି ଯେ,ସେମାନେ ଯାହା ରିପୋର୍ଟ କରିବାକୁ ପସନ୍ଦ କରନ୍ତି ତା’ପକ୍ଷକୁ ଢଳିପାରିବେ। ଖବର ପ୍ରସାରଣ ସଂସ୍ଥାଗୁଡ଼ିକ ଭୋଟରମାନଙ୍କ ମତକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଉପାୟରେ ପ୍ରଭାବିତ କରିପାରିବେ। ତେବେ ଫକ୍ସ ନ୍ୟୁଜ୍‌ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ଭାବମୂର୍ତ୍ତି ଉପରେ ପ୍ରସାରଣ କରିଥିବା ତା’ ପସନ୍ଦର ଖବରକୁ ତୁଳନା କରନ୍ତୁ ଏହାର ପ୍ରମାଣ ମିଳିଯିବ।
ଭୁଲ୍‌ କିମ୍ବା ନକଲି ଖବର ଉପରେ ପ୍ରତିବନ୍ଧକ ଲଗାଇ ଆମେ ଏକଚ୍ଛତ୍ରବାଦୀ ନେତାଙ୍କ ପ୍ରଭାବରୁ ସୃଷ୍ଟି ସମସ୍ୟାକୁ ସମାଧାନ କରିପାରିବା ନାହିଁ। ପନର୍ବାର ଉଲ୍ଲେଖ କରୁଛି ଯେ, କେବଳ ଶିକ୍ଷା ବ୍ୟବସ୍ଥାର ବିକାଶ କରି ଲୋକଙ୍କୁ ଏଥିରେ ଅଧିକ ଯୋଡ଼ି ପାରିଲେ ଏହା ଦୂର ହେବ ବୋଲି ଆଶା କରିବା। ଲୋକେ କିଭଳି ବିଚାରଶୀଳ ଓ ଦୁର୍ନୀତି ପ୍ରତି କମ୍‌ ସମ୍ବେଦନଶୀଳ ହେବେ ତାହା ଉପରେ ଶିକ୍ଷା ଦେବା ସବୁଠୁ ଭଲ କାର୍ଯ୍ୟ ହେବ ଏବଂ ଏହା କରାଯିବା ଦରକାର। ଶିକ୍ଷାରେ ନୂତନତ୍ୱ ସହ ଆଇନ ଓ ନୀତିର ନୂତନତ୍ୱ ତାଳ ଦେଇ ଚାଲିବା ଆବଶ୍ୟକ । ସର୍ବୋପରି ଟେକ୍‌ନୋଲୋଜିର ନୂତନତ୍ୱ ସହ ଆମକୁ ଜଡ଼ିତ ହେବାକୁ ପଡ଼ିବ।

– କୌଶିକ ବସୁ
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱ ବ୍ୟାଙ୍କ;
ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା,
ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?