ନୂତନତ୍ୱର ଆହ୍ବାନ

ନୀତିନିର୍ଦ୍ଧାରକଙ୍କ ତୁଳନାରେ ଟେକ୍‌ନୋଲୋଜି ପୃଥିବୀକୁ ଶୀଘ୍ର ପରିବର୍ତ୍ତନ କରିଚାଲିଛି। ଫଳରେ ସମାଜ ଧ୍ରୁବୀକୃତ ହେଉଛି, ଅସମାନତା ବୃଦ୍ଧିପାଉଛି ଏବଂ ଏକଚ୍ଛତ୍ରବାଦ ଶାସନ ଓ କର୍ପୋରେଶନଗୁଡ଼ିକ ବାସ୍ତବତାକୁ ପରିବର୍ତ୍ତନ କରିବା ସହ ଗଣତନ୍ତ୍ରକୁ ଅଣଦେଖା କରୁଛନ୍ତି। ନିକଟରେ ଓପନ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା) ସିଇଓ ଶାମ୍‌ ଅଲ୍ଟମ୍ୟାନ ପ୍ରକାଶ କରିଛନ୍ତି ଯେ, ଏଆଇକୁ ନେଇ ସାଧାରଣ ଲୋକମାନେ ଅଧିକ ଭୟଭୀତ ହେଉଛନ୍ତି ଓ ଏହା ପଛରେ କାରଣ ଅଛି। ଶିକ୍ଷା, କାର୍ଯ୍ୟ ଓ ଯୁଦ୍ଧ କ୍ଷେତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଚିନ୍ତା ବଢ଼ାଇଦେଇଛି। ଏମିତିକି ଜଳବାୟୁ ପରିବର୍ତ୍ତନ ବ୍ୟାପକ କ୍ଷତି ଘଟାଇବାର ବହୂୁ ପୂର୍ବରୁ ଏଆଇ ସଭ୍ୟତାକୁ ଅସ୍ଥିର କରିବା ସମ୍ଭାବନା ଦେଖାଯାଇଛି। ଏଣୁ ତାଙ୍କ ଇଣ୍ଡଷ୍ଟ୍ରିକୁ ଆଇନ ନିର୍ମାତାମାନେ ସଞ୍ଚାଳନ କରିବା ଲାଗି ସେ ଆଗ୍ରହ ପ୍ରକାଶ କରିଛନ୍ତି। ଏଆଇ ଆହ୍ବାନର ମୁକାବିଲାରେ ଆମେ ଦୁଇଟି କଥା ଚିନ୍ତା କରିବା ଉଚିତ। ପ୍ରଥମରେ ଯାହା କରାଯିବା ଦରକାର ତାହା ତୁରନ୍ତ ହେବା ଦରକାର। ଯଦି ଆମେ ଅଧିକ ବିଳମ୍ବ କରୁ ତେବେ କ୍ଷତି ହେଲା ପରେ ପଦକ୍ଷେପ ନେଲା ଭଳି ସ୍ଥିତିରେ ଆମେ ରହିବା, ଯାହା ଘଟିଥିଲା ୧୯୬୮ ଆଣବିକ ଅପ୍ରସାର ଚୁକ୍ତି(ଏନ୍‌ପିଟି) କ୍ଷେତ୍ରରେ। ଏହା କରାଯିବାବେଳକୁ ୨୩ ବର୍ଷ ବିଳମ୍ବ ହୋଇଯାଇଥିଲା। ଯଦି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅତିକମ୍‌ରେ କିଛି ଆଇନ ଅଣାଯାଇପାରିଥାଆନ୍ତା ତେବେ ଆଣବିକ ନିରସ୍ତ୍ରୀକରଣ କ୍ଷେତ୍ରରେ ଏନ୍‌ପିଟିର ଅନ୍ତିମ ଲକ୍ଷ୍ୟ ହାସଲ ହୋଇପାରିଥାଆନ୍ତା। ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି, ଅନିଶ୍ଚିତତା। ଏହା ଏଭଳି ଏକ ନୂଆ ବିଶ୍ୱ ଯେଉଁଠି ଏଆଇ ଉପରେ କାମ କରୁଥିବା ବ୍ୟକ୍ତିମାନେ ଜାଣି ନାହାନ୍ତି ଯେ ଆମକୁ ଏହି ଆବିଷ୍କାରଗୁଡ଼ିକ ଶେଷରେ କେଉଁଠି ନେଇ ପହଞ୍ଚାଇବ। ମହତ୍‌ ଉଦ୍ଦେଶ୍ୟ ରଖି ଯଦି ଏକ ଆଇନ ଗଢ଼ାଯାଏ ତେବେ ସକାରାମତ୍କ ପରିଣାମ ମିଳିପାରିବ। ଯେତେବେଳେ ଆମେରିକାର ପ୍ରତିଷ୍ଠାତାମାନେ ଅସ୍ତ୍ର ରଖିବା ଓ ଧାରଣ କରିବା ଅଧିକାରକୁ ନେଇ ଦ୍ୱିତୀୟ ସଂଶୋଧନ ଚିଠା ପ୍ରସ୍ତୁତ କରିଥିଲେ ସେତେବେଳେ ‘ଅସ୍ତ୍ର’ ଶବ୍ଦର ମୂଳ ଅର୍ଥ ବଦଳାଇଦେଲେ। ଫଳରେ ବନ୍ଧୁକ ଟେକ୍‌ନୋଲୋଜି ଭବିଷ୍ୟତରେ ପରିବର୍ତ୍ତନ ହୋଇଗଲା। ବାସ୍ତବରେ ସେମାନେ ସେତେବେଳେ ଏହା ଜାଣି ପାରି ନ ଥିଲେ।
ଅନିଶ୍ଚିତତା ଭାଗ୍ୟବାଦକୁ ପ୍ରତିପାଦିତ କରିପାରେନା। ଏବେ ବି ନୀତିନିର୍ଦ୍ଧାରକମାନେ ବ୍ୟାପକ ବିଚାର କଲେ ଆବିଷ୍କାର ପାଇଁ ପ୍ରଚେଷ୍ଟା ଚାଲିଥିବା ଏଆଇକୁ ପ୍ରଭାବୀଶୈଳୀରେ ନିୟନ୍ତ୍ରଣ କରିପାରିବେ। ଉଦାହରଣ ସ୍ବରୂପ, ଏଭଳି ଗୋଟିଏ ବିଚାର ସାମ୍ନାକୁ ଆସିଥିଲା ନିକଟରେ ହୋଇଥିବା ଆମେରିକାର ଏକ ସିନେଟ ସେସନ୍‌ରେ। କେବଳ ଚୟନ କରାଯାଇଥିବା କର୍ପୋରେଶନଗୁଡ଼ିକୁ ଏଆଇ ଉପରେ କାମ କରିବାକୁ ଅନୁମତି ଦେବାକୁ ଲାଇସେନ୍ସ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଏହା କରାଯାଇଥିଲା। ତେବେ ଏହି ପଦକ୍ଷେପ କିଛି ବିପଦ ସାମ୍ନାକୁ ଆଣିଛି। ଦେଖାଯାଇଛି, ଲାଇସେନ୍ସ ପ୍ରଦାନ ବହୁ ସମୟରେ ସମ୍ପର୍କବାଦ ଆଡକୁ ନେଇଛି। ଏଣୁୁ ଏହି ବ୍ୟବସ୍ଥାରେ କରାଯାଉଥିବା ବିଭ୍ରାଟରୁ ରାଜନୈତିକ ବ୍ୟକ୍ତିମାନଙ୍କୁ ଦୂରେଇ ରଖିବା ଲାଗି ଏକ ନୂଆ ଆଇନ ଆବଶ୍ୟକ। ତେବେ ଅତିରିକ୍ତ ନିୟନ୍ତ୍ରଣ ସହିତ ଗୋଟିଏ ଦେଶର ଏଆଇ ବିକାଶ କରିବା ଅର୍ଥ ନୁହେଁ ଅନ୍ୟଦେଶଗୁଡ଼ିକ ସମାନ ପ୍ରକାର ପଦକ୍ଷେପକୁ ଗ୍ରହଣ କରିବେ। ଏଆଇକୁ ନେଇ ଥିବା ବିରୋଧାଭାସକୁ ତୁମେ ସାମ୍ନା କରିବାର ସମ୍ଭାବନା ଅଛି। ସେଥିପାଇଁ ଅନେକ ଦେଶ ଦ୍ୱାରା ଏଆଇ ଉପରେ ଆଇନ ଅଣାଯାଇ ତାହାକୁ ନିୟନ୍ତ୍ରଣ କରାଯିବା ହିଁ ସବୁଠୁ ଭଲ ହେବ ଏବଂ ଏହା ଏବକାର ବିଶ୍ୱରେ ହିଁ ସବୁଠୁ ଉତ୍ତମ ବ୍ୟବସ୍ଥା।
ଆଉ ଏକ ବଡ଼ ସମସ୍ୟା ହେଉଛି ଶ୍ରମ। ଅତୀତରେ ଆବିଷ୍କୃତ ଆଧୁନିକ ଜ୍ଞାନକୌଶଳ ଯେଭଳି ମାନବ ଶ୍ରମର ଚାହିଦା କମାଇଦେଇଛି ସେହିଭଳି ଚାର୍ଟଜିପିଟି ଭଳି ନୂଆ ଟେକ୍‌ନୋଲୋଜି ଅଫିସ୍‌ରେ କାମ କରୁଥିବା କର୍ମଚାରୀଙ୍କ ଚାହିଦା କମାଇ ଦେଇପାରେ। ଯଦି ଏଆଇ ଦ୍ୱାରା ହେଉଥିବା ଆୟ ଓ ସମ୍ପତ୍ତିକୁ ସମାନ ଭାବେ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ତେବେ ଅତ୍ୟଧିକ ଶ୍ରମଶକ୍ତି ହଟାଇଲେ ବି ସମସ୍ୟା ହେବ ନାହିଁ। ଅବଶ୍ୟ ସମସ୍ୟା ହେଉଛି, କାର୍ଯ୍ୟରୁ ବାଦ ପଡ଼ିବା ପରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ସେମାନେ କିଭଳି ଅବକାଶ ସମୟ କାଟିବେ। ଏହାକୁ ନେଇ ବହୁ ସମୟରେ ପେନ୍‌ସନଭୋଗୀମାନେ ଚିନ୍ତାରେ ରହନ୍ତି। କାରଣ ସେମାନେ କ’ଣ କରିବା ଦରକାର ତାହା ଜାଣନ୍ତି ନାହିଁ ଏବଂ ଏବେ ଏହା ଯୁବପିଢିଙ୍କ ମଧ୍ୟରେ ଅଧିକ ଘଟୁଛି। ଯଦି ଏହାକୁ ରୋକା ନ ଯାଏ ଅପରାଧ, ସଂଘର୍ଷ ଏବଂ ସମ୍ଭବତଃ ଉଗ୍ରବାଦ ଆହୁରି ବଢିବାର ସମ୍ଭାବନା ରହିଛି। ଏଭଳି ନକାରାମତ୍କ ପରିଣାମଗୁଡ଼ିକ ଦୂର କରିବା ଲାଗି ଆମ ଶିକ୍ଷା ବ୍ୟବସ୍ଥାକୁ ବିକଶିତ କରିବା ଦରକାର। ଅବସର ସମୟ କିଭଳି କଟିବ ତାହା ନେଇ ଲୋକଙ୍କୁ୍‌ ପ୍ରସ୍ତୁତ କରିବା ଲାଗି ଏହା ଆବଶ୍ୟକ।
ମିଡିଆକୁ ନେଇ ସମସ୍ୟା ରହିଛି ଏବଂ ଏହା ସତ୍ୟ ଓ ସ୍ବୀକାର୍ଯ୍ୟ। ‘ହାଓ ଟୁ ଷ୍ଟାଣ୍ଡ୍‌ ଅପ୍‌ ଟୁ ଏ ଡିକ୍ଟେଟର’ ପୁସ୍ତକରେ ନୋବେଲ ବିଜେତା ତଥା ସାମ୍ବାଦିକ ମାରିଆ ରେସା ପ୍ରକାଶ କହିଛନ୍ତି ଯେ, ଭୁଲ୍‌ ଖବରକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏକ ଶକ୍ତିଶାଳୀ ସାଧନ ପାଲଟିଛି। ତାଙ୍କ ପୁସ୍ତକର ମୁଖବନ୍ଧରେ ଅମଲ କ୍ଲୁନେ ଉଲ୍ଲେଖ କରିଛନ୍ତି , ଏକଚ୍ଛତ୍ରବାଦ ନେତାମାନେ ଏବେ ରିମୋଟ୍‌ ନିୟନ୍ତ୍ରିତ ଏଆଇ ସେନା ଉପରେ ନିର୍ଭର କରିବେ। ତେବେ ଏଆଇ ସମ୍ପର୍କରେ ଅଧିକାଂଶ ଲୋକ ଯାହା ଭାବୁଛନ୍ତି ତାହାଠାରୁ ଏହା ଏକ ବଡ଼ ଆହ୍ବାନ ବୋଲି ବିଚାର କରିବାକୁ ହେବ। ଏପରିକି ଆମେ ସ୍ବଚାଳିତ ଭୁଲ୍‌ ତଥ୍ୟକୁ ରୋକିବା ପାଇଁ ଆଇନ ପାସ୍‌ କଲେ ବି ଏହା ଦୂର ହେବ ନାହିଁ। ୪୦ ବର୍ଷ ପୂର୍ବେ ଅମର୍ତ୍ତ୍ୟ ସେନ୍‌ ଉଲ୍ଲେଖ କରଥିଲେ, ସବୁ ବିଷୟ ବର୍ଣ୍ଣନା କରିବାରେ ପସନ୍ଦ ରହିବା ଦରକାର। ବାସ୍ତବତା ଏତେ ଜଟିଳ ଯେ, ସେଥିରେ କ’ଣ ସାମିଲ କରିବା ଏବଂ କ’ଣ ବାଦ୍‌ ଦେବା, ସେ ସମ୍ପର୍କରେ ନିିଷ୍ପତ୍ତି ନ ନେଇ ତାହାକୁ ଆମେ ଉପସ୍ଥାପନ କରିବା ସମ୍ଭବ ହୋଇପାରିବ ନାହିଁ। ତଥ୍ୟ ଭିତରେ ବୁଡ଼ି ରହିଥିବା ଏକ ବିଶ୍ୱରେ ପ୍ରତିଷ୍ଠିତ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଖବର ସଂଯୋଜନା କରିବା ଦରକାର ପଡ଼ୁନାହିଁ। ଏମିତି ସ୍ଥିତି ଉପୁଜିଛି ଯେ,ସେମାନେ ଯାହା ରିପୋର୍ଟ କରିବାକୁ ପସନ୍ଦ କରନ୍ତି ତା’ପକ୍ଷକୁ ଢଳିପାରିବେ। ଖବର ପ୍ରସାରଣ ସଂସ୍ଥାଗୁଡ଼ିକ ଭୋଟରମାନଙ୍କ ମତକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଉପାୟରେ ପ୍ରଭାବିତ କରିପାରିବେ। ତେବେ ଫକ୍ସ ନ୍ୟୁଜ୍‌ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ଙ୍କ ଭାବମୂର୍ତ୍ତି ଉପରେ ପ୍ରସାରଣ କରିଥିବା ତା’ ପସନ୍ଦର ଖବରକୁ ତୁଳନା କରନ୍ତୁ ଏହାର ପ୍ରମାଣ ମିଳିଯିବ।
ଭୁଲ୍‌ କିମ୍ବା ନକଲି ଖବର ଉପରେ ପ୍ରତିବନ୍ଧକ ଲଗାଇ ଆମେ ଏକଚ୍ଛତ୍ରବାଦୀ ନେତାଙ୍କ ପ୍ରଭାବରୁ ସୃଷ୍ଟି ସମସ୍ୟାକୁ ସମାଧାନ କରିପାରିବା ନାହିଁ। ପନର୍ବାର ଉଲ୍ଲେଖ କରୁଛି ଯେ, କେବଳ ଶିକ୍ଷା ବ୍ୟବସ୍ଥାର ବିକାଶ କରି ଲୋକଙ୍କୁ ଏଥିରେ ଅଧିକ ଯୋଡ଼ି ପାରିଲେ ଏହା ଦୂର ହେବ ବୋଲି ଆଶା କରିବା। ଲୋକେ କିଭଳି ବିଚାରଶୀଳ ଓ ଦୁର୍ନୀତି ପ୍ରତି କମ୍‌ ସମ୍ବେଦନଶୀଳ ହେବେ ତାହା ଉପରେ ଶିକ୍ଷା ଦେବା ସବୁଠୁ ଭଲ କାର୍ଯ୍ୟ ହେବ ଏବଂ ଏହା କରାଯିବା ଦରକାର। ଶିକ୍ଷାରେ ନୂତନତ୍ୱ ସହ ଆଇନ ଓ ନୀତିର ନୂତନତ୍ୱ ତାଳ ଦେଇ ଚାଲିବା ଆବଶ୍ୟକ । ସର୍ବୋପରି ଟେକ୍‌ନୋଲୋଜିର ନୂତନତ୍ୱ ସହ ଆମକୁ ଜଡ଼ିତ ହେବାକୁ ପଡ଼ିବ।

– କୌଶିକ ବସୁ
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱ ବ୍ୟାଙ୍କ;
ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା,
ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri