Posted inଫୁରସତ

ଏହି କାଫେରେ ମିଳୁଛି ୧୨ଟି ଦେଶର ୧୫୦ ପ୍ରକାର ଚା, ଇସାରାରେ ହୁଏ ଅର୍ଡର

ଝାଡ଼ଖଣ୍ଡର ଜାମସେଦପୁରରେ ଏମିତି ଏକ କାଫେ ଖୋଲାଯାଇଛି, ଯେଉଁଠି ୧୨ଟି ଦେଶର ଚା’ ମିଳୁଛି। ଏହି କାଫେରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ଦେଇ ଚା’ର ମଜା ନେଇପାରିବେ। କାଫେର ସବୁଠୁ ଖାସ୍‌ କଥା ହେଲା ଏଠାରେ କାମ କରୁଥିବା କର୍ମଚାରୀ କଥା କହିପାରନ୍ତି କିନ୍ତୁ ଶୁଣିପାରନ୍ତି ନାହିଁ। ତେଣୁ କେବଳ ଇସାରାରେ ଗ୍ରାହକମାନେ ଅର୍ଡର ଦେଇପାରିବେ। ସେମାନେ ମନ ପସନ୍ଦର ଚା’ ମଧ୍ୟ ଯୋଗାଇଦେବେ।

କାଫେରେ କାମ କରୁଥିବା ୧୨ ଜଣ କର୍ମଚାରୀ କହିବାରେ ଅସମର୍ଥ। କିନ୍ତୁ ଗ୍ରାହକଙ୍କ ପଇସାର ହିସାବ ବେଶ୍‌ ଭଲ ଭାବେ ରଖିଥାନ୍ତି। କାଫେ ମାଲିକ ଅବିନାଶ ଦୁଗଲଙ୍କ କହିବା କଥା ସେ ପ୍ରତିଦିନ ସକାଳୁ ତାଙ୍କ ଟିମ୍‌ଙ୍କ ସହ ପ୍ରାର୍ଥନା କରନ୍ତି। ‘ ଆମେ ଗୋଟିଏ ଦିନ ସଫଳ ହେବା, ମନରେ ବିଶ୍ୱାସ ରଖ। ଏମିତି ଭାବନା ନେଇ କାମ ଆରମ୍ଭ କରିଥାନ୍ତି।

କାଫେର ଡିଜାଇନ୍‌ ଖୁବ୍‌ ସୁନ୍ଦର ଭାବେ କରାଯାଇଛି। ଏଠାରେ ରାଜାରାଜୁଡାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଚା’ ବିକ୍ରି ହେଉଛି। କଲେଜ ପଢୁଆ ପିଲାଙ୍କ ପାଇଁ ମସଲା ଚା’, ଅଫିସ କର୍ମଚାରୀଙ୍କ ପାଇଁ କଡ଼ା ଚା’, ପଡ଼ୋଶୀ ପାଇଁ ମିଠା ଚା’, ହୋଟେଲଙ୍କ ପାଇଁ ହଟ୍‌ ଚା ଏବଂ ଫାଇଭ୍‌ ଷ୍ଟାର ହୋଟେଲ ପରି ଦାମୀ ଚା’ ଏଠାରେ ମିଳିଥାଏ। ମାଲିକ କୁହନ୍ତି, କହିପାରୁ ନ ଥିବା ଶୁଣିପାରୁ ନ ଥିବା ପିଲାମାନଙ୍କୁ ସେ ରୋଜଗାର ଦେଇଛନ୍ତି। ସମସ୍ତେ କରୋନା ଟିକା ମଧ୍ୟ ନେଇ ସାରିଛନ୍ତି। ୩ ଜଣ ଝିଅ, ୯ ଜଣ ପୁଅ ଏଠାରେ କାମ କରୁଛନ୍ତି। ଏମାନେ ସମସ୍ତେ ଗ୍ରାହକଙ୍କଠାରୁ ନିଜ ନିଜ ହିସାବରେ ଅର୍ଡର ରଖି ଚା’ ଦେଇଥାନ୍ତି। ଆମର ଏଠାରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ। ଏହା ବ୍ୟତୀତ ଏଠାରେ ୧୫୦ ପ୍ରକାରର ଚା’ ଏବଂ କଫି, ପିଜା, ପେଷ୍ଟ୍ରି, କେକ୍‌ ଆଦି ମିଳିଥାଏ। ଏଠାରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀ ବହୁତ ଖୁସି ମିଜାଜର। ସେମାନେ କୁହନ୍ତି, ଯଦି ଆମ ଚା’ ଆପଣଙ୍କୁ ଭଲ ଲାଗିବ ତେବେ ଆପଣ ଆଉ ଥରେ ଆସିବେ। ତେଣୁ ଗ୍ରାହକମାନଙ୍କ ସହ ବେଶ୍‌ ଭଲ ବ୍ୟବହାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri