ବ୍ୟାସନଗର ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠିତ

ଯାଜପୁର ଅଫିସ,୧୦।୧୧: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ପଛୁଆବର୍ଗଙ୍କ ପାଇଁ ୭ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳା ଓ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୫ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୮ଟି ୱାର୍ଡ ଅଣସଂରକ୍ଷିତ ରହିଥିବା ସଂକ୍ରାନ୍ତରେ ଯାଜପୁର ଜିଲାପାଳ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏଥିରେ ଯଦି କୌଣସି ବିରୋଧ କିମ୍ବା ପ୍ରସ୍ତାବ ରହିଥାଏ, ୧୦ ଦିନ ମଧ୍ୟରେ ଆବେଦନ କରାଯାଇ ପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବିଜ୍ଞପ୍ତିରୁ ପ୍ରକାଶ, ଯୋଡ଼ାବର, ଗଲି ରୋଡ, ଫେରୋକ୍ରୋମ ପ୍ଲାଣ୍ଟ ଅଫିସର କଲୋନୀ, ସିକ୍ୟୁରିଟି ବ୍ୟାରେକ୍‌, ଚୌଷଠିପଡା କଲୋନୀ ଓ ଆଖଣ୍ଡଳମଣି ଛକ ଅଞ୍ଚଳକୁ ନେଇ ଗଠିତ ୧ ନମ୍ବର ୱାର୍ଡ ଏବଂ ଫେରୋକ୍ରୋମ ପ୍ଲାଣ୍ଟ ଷ୍ଟାଫ୍‌ କଲୋନୀ, ପନାସିଆର ବାଙ୍କିସାହିଠାରୁ ପାଦୁକା ଆଶ୍ରମ ଓ ଅଫିସର କଲୋନୀ ୨ ନମ୍ବର ୱାର୍ଡ ଅଣସଂରକ୍ଷିତ ରହିଛି। ଫେରୋକ୍ରୋମ ପ୍ଲାଣ୍ଟ ଗେଟରୁ ମାଝିସାହି ଏବଂ ସାପଗଡିଆଠାରୁ ବଙ୍ଗାଳି ସାହି ୩ ନମ୍ବର ୱାର୍ଡ ପଛୁଆବର୍ଗ (ମହିଳା), ଆଖଣ୍ଡଳମଣି ଛକଠାରୁ ରୁବେର ଫେକ୍ଟୋରି, ଲକ୍ଷ୍ମୀବଜାର ଓ ଓଏମ୍‌ସି କଲୋନୀକୁ ନେଇ ଗଠିତ ୪ ନମ୍ବର ୱାର୍ଡ ତଫସିଲଭୁକ୍ତ ଜନଜାତି (ମହିଳା), ସାତକଣିଆ, ରମ୍ପାସ ଗ୍ରାମ ଓ ଯୋଗୀସାହିକୁ ନେଇ ଗଠିତ ୫ ନମ୍ବର ୱାର୍ଡ ଅଣସଂରକ୍ଷିତ, ମାଲିସାହି, ଜେସିସିଟି ଅଫିସ, ସୋବରା ପୋଷ୍ଟ ଅଫିସ, ନେସ୍କୋ ଷ୍ଟୋର ରୋଡ଼ଠାରୁ ଖୋସଲପୁର ଏବଂ କୁସୁନପୁର ଗ୍ରାମର ପ୍ରାଥମିକ ସ୍କୁଲ ଓ ଧବଳଗିରି ହାଇସ୍କୁଲ କଲୋନୀକୁ ନେଇ ଗଠିତ ୬ ନମ୍ବର ୱାର୍ଡ ତଫସିଲଭୁକ୍ତ ଜାତି ମହିଳା, ପାଇକରାପୁର, ସୋବରା, ଜାବରା, ଆମ୍ବେଦକର କଲୋନୀ ଏବଂ ଟିଟିଏସ୍‌ କଲୋନୀକୁ ନେଇ ଗଠିତ ୭ ନମ୍ବର ୱାର୍ଡ ପଛୁଆବର୍ଗ, କୋର୍ଟଛକ ଠାରୁ କାଚହୁଡି ଗ୍ରାମ ଏବଂ ଡିଡିଏମ୍‌ କଲୋନୀ, ଲାବରେଟୋରି କଲୋନୀ, ଭିଏନ୍‌ କଲେଜ କ୍ୟାମ୍ପସ, ସେଣ୍ଟ୍ରାଲ ୱାରହାଉସ୍‌ କଲୋନୀ ୮ ନମ୍ବର ୱାର୍ଡ ପଛୁଆବର୍ଗ, ଚୋର୍ଦ୍ଦାଛକଠାରୁ ଶିଶୁ ମନ୍ଦିର, ଚୋର୍ଦ୍ଦାଛକଠାରୁ କହ୍ନେଇପୁର ଶିବ ମନ୍ଦିର ରୋଡର ଉଭୟ ପାର୍ଶ୍ୱ ୯ ନମ୍ବର ୱାର୍ଡ ପଛୁଆବର୍ଗ (ମହିଳା), କାଚହୁଡିଠାରୁ ସେଣ୍ଟମେରୀ ସ୍କୁଲ, ହିଙ୍ଗୁଳା ଛକଠାରୁ ଚାନ୍ଦମା ଛକ ୧୦ ନମ୍ବର ୱାର୍ଡ ମହିଳା, ଚାନ୍ଦମା ଗ୍ରାମର ଉଭୟ ପାର୍ଶ୍ୱ ରାସ୍ତା ୧୧ ନମ୍ବର ୱାର୍ଡ ମହିଳା, ଦାଣ୍ଡିକିରି, ଭାଟିଆ ଓ ନହକା ଗ୍ରାମ ରୋଡର ଉଭୟ ପାର୍ଶ୍ୱ ଅଞ୍ଚଳ ୧୨ ନମ୍ବର ତଫସିଲଭୁକ୍ତ ଜାତି (ମହିଳା), ରେଳୱେ କଲୋନୀର ଦକ୍ଷିଣ ଓ ପୂର୍ବ କ୍ରସିଂ, ବସଷ୍ଟାଣ୍ଡ ବାଇପାସଠାରୁ ମିଶ୍ରିଲାଲ ପେଟ୍ରୋଲ ପମ୍ପ ଏବଂ ଗୋପବନ୍ଧୁ ଛକ, ମହିପାଳ କଲୋନୀ ରାଇସ୍‌ମିଲ, ଆଦିବାସୀ ସାହି, ନୂତନ ଗୋପବନ୍ଧୁ ନଗର ୧୩ ନମ୍ବର ୱାର୍ଡ ଅଣସଂରକ୍ଷିତ, ଚୋର୍ଦ୍ଦା ଗ୍ରାମଠାରୁ ପୁରୁଣା ପୋଷ୍ଟ ଅଫିସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଡ. ପି. ନାୟକ ରାସ୍ତାର ଅଜୟ ମଲିକ ଘରଠାରୁ ବୈଷ୍ଣବ ଜେନା ଘର ୧୪ ନମ୍ବର ୱାର୍ଡ ତଫସିଲଭୁକ୍ତ ଜାତି, ସେଣ୍ଟ୍ରାଲ ୱେରହାଉସ ଛକଠାରୁ ମିଶ୍ରିଲାଲ ପେଟ୍ରୋଲ ପମ୍ପ, ପ୍ରିୟଦର୍ଶିନୀ ରୋଡ, କଣ୍ଟିଗଡିଆ, ହରିଜନ ସାହି, ମିଶ୍ରିଲାଲ ପେଟ୍ରୋଲ ପମ୍ପ ଦକ୍ଷିଣ ପାର୍ଶ୍ୱ ଏବଂ ଚୋର୍ଦ୍ଦା-ଡୁବୁରୀ ରାସ୍ତା ୧୫ ନମ୍ବର ୱାର୍ଡ ପଛୁଆବର୍ଗ (ମହିଳା), ବସଷ୍ଟାଣ୍ଡଠାରୁ ସିଆଇ ଅଫିସ ସମ୍ମୁଖ ରାସ୍ତା ସହ ଉମାପଡାଠାରୁ ହାଉସିଂ ବୋର୍ଡ କଲୋନୀ ଓ ନୀଳାଦ୍ରି ବିହାର ୧୬ ନମ୍ବର ୱାର୍ଡ ଅଣସଂରକ୍ଷିତ, ପୋଲିସ ସିଆଇ ଅଫିସ ସମ୍ମୁଖ ରାସ୍ତାଠାରୁ ସାପଗଡିଆ ଛକ, ସାପଗଡିଆ ଛକ(ପଦମପୁର) ଏବଂ ମୁଖିସାହି ସହ ସାପଗଡିଆ ଗ୍ରାମ, ସାହାରାସାହି, ଗାୟତ୍ରୀ ବିହାର, ବ୍ୟାଙ୍କ କଲୋନୀ ୧୭ ନଂ.ୱାର୍ଡ ମହିଳା, ମହତାବନଗର କଲୋନୀ, ନିଉ ମାର୍କେଟ ଛକ, ଗୋଶାଳା ଛକ ଏବଂ ତାରିଣୀ ମାର୍କେଟ ଛକଠାରୁ ଗଣେଶ ବଜାର ଏବଂ ସାଇ ମନ୍ଦିର, ମେଡିକାଲ କ୍ୟାମ୍ପସ, ଏନ୍‌ସି ହାଇସ୍କୁଲ ୧୮ ନଂ. ୱାର୍ଡ ମହିଳା, ନିଉ ମାର୍କେଟ ଛକଠାରୁ ବିକଳ ରାଉସ ଗୋଦାମ ଛକ, ଏସ୍‌ବିଆଇ ଛକ, ଡାକବଙ୍ଗଳା, ସାହୁ ମାର୍କେଟ, ମେଟୁଆଣି ହୁଡା, ପୃଷ୍ଟି କଲୋନୀ ଏବଂ ନୃସିଂହ ପରିଡା କଲୋନୀ ୧୯ ନମ୍ବର ଅଣସଂରକ୍ଷିତ, ଡାକବଙ୍ଗଳା ଛକଠାରୁ ଦଳା ଗ୍ରାମ ସହ ଅହମଦ ନଗର ଓ ୨୧୫ ଏନ୍‌ଏଚ୍‌ର ଉତ୍ତର ପାର୍ଶ୍ୱ ୨୦ ନମ୍ବର ଅଣସଂରକ୍ଷିତ, ଏସ୍‌ବିଆଇ ଛକଠାରୁ ଇନ୍ଦିରା ମହିଳା କଲେଜ, ସନ୍ତରା, ପୁରୁଷୋତ୍ତମ ପରିଡା ନିଉ ବିଲ୍ଡିଂ ଠାରୁ ନୀଳମଣି ସାମଲ ଘର ୨୧ ନମ୍ବର ମହିଳା, ସିଂଗଡିଆ ପୋଖରୀ (ନଟପଡା ଛକଠାରୁ ନିଉ ମାର୍କେଟ ମହାଦେବ ମନ୍ଦିର, ଝାଟିଆସାହି, ନୀଳକଣ୍ଠେଶ୍ୱର ମନ୍ଦିର ଓ କଲୋନୀ ୨୨ ନମ୍ବର ପଛୁଆବର୍ଗ (ମହିଳା), ବହଳିଆସାହି ଠାରୁ ବୀଣାପାଣି ସାହି, ମହନ୍ତସାହି ଓ କୋପଣ୍ଡଠାରୁ ନିମାଇଁ ଚରଣ ନାୟକ ଘର, ଥନାପତି ମନ୍ଦିର ନିକଟ ହରିଜନ ସାହି ୨୩ ନଂ ଅଣସଂରକ୍ଷିତ, କୋପଣ୍ଡ ଛକଠାରୁ ମୁଣ୍ଡୋମାଳ ଛକ, ସରୋବର ଛକ ଠାରୁ ବୀରମିତ୍ରପୁର ୨୪ନଂ. ପଛୁଆବର୍ଗ, ଗୋଶାଳା ଛକଠାରୁ ଶିଶୁ ମନ୍ଦିର ପଛପାର୍ଶ୍ୱ, ଟିନା ହଟିଂ, ମାଝିସାହି, ରିଫ୍ୟୁଜି କଲୋନୀ, ଗୋଶାଳା ଓ କୋପଣ୍ଡ ହରିଜନ ସାହିଠାରୁ କୋପଣ୍ଡ ଛକ, ବ୍ୟାସଦେବ ରାଘବ ମନ୍ଦିର, ଲେପ୍ରୋସି କଲୋନୀ, ପୁରୁଣା ଟାଟା ପ୍ଲଟ ଆଦିବାସୀ ସାହି ୨୫ ନମ୍ବର ତଫସିଲଭୁକ୍ତ ଜନଜାତି ଏବଂ ଖଣ୍ଡହତା, ଜଗନ୍ନାଥ ଆଦିବାସୀସାହି, ଅରବିନ୍ଦ ସ୍କୁଲଠାରୁ ଶିଶୁ ମନ୍ଦିର ପଛ ପାର୍ଶ୍ୱ ଛକ, ଜଗନ୍ନାଥ ମନ୍ଦିର, ଡମସାହି, କେଳସାହି, ଡହି ସାହି, ସଲିଲସିଲ କଲୋନୀ ୨୬ନଂ ୱାର୍ଡ ତଫସିଲଭୁକ୍ତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ପାଉଣାରୁ କଟିବ ଟିକେଟ ଖର୍ଚ୍ଚ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ବାହାରୁ ଫେରିବାକୁ ଥିବା ଶ୍ରମିକମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ...

ନବୀନ ନିବାସ ଅଭିମୁଖେ ଅଲଚିକି ଶିକ୍ଷକଙ୍କ ପଦଯାତ୍ରା

ବାରିପଦା ଅଫିସ,୧୬।୧୧: ମୟୂରଭଞ୍ଜ ଜିଲାରେ ୧୫ ବର୍ଷ ଧରି ଦିନକୁ ଶହେ ଟଙ୍କା ମଜୁରି ପାଉଥିବା ଠିକା ନିଯୁକ୍ତି ଶିକ୍ଷକଙ୍କୁ ନିୟମିତ ଦାବି ନେଇ ୩୪...

ଧାନ କିଣାରେ ଅସୁବିଧା ନେଇ ଅସନ୍ତୋଷ

ପାଲଲହଡ଼ା, ୧୦ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତର ଧାନମଣ୍ଡିରେ ଧାନ ବିକ୍ରିରେ ଅସୁବିଧା ଉପୁଜିବାକୁ ନେଇ ରବିବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତେବେ...

ରାଜନଗର ବନ୍ଦ ସଫଳ

ରାଜନଗର,୨୧।୬(ଡି.ଏନ୍‌.ଏ.): ରାଜନଗର ବ୍ଲକ ବିଜୁ ଜନତା ଦଳ, ବୃଦ୍ଧିଜୀବୀ, ଯୁବଛାତ୍ରଙ୍କ ଆହ୍ବାନ କ୍ରମେ ଶୁକ୍ରବାର ୬ ଘଣ୍ଟିଆ ରାଜନଗର ବନ୍ଦ କରାଯାଇଛି। ସକାଳ ୬ଟାରୁ ୧୨...

ସେଲ୍‌ଫି ନେବାବେଳେ ନଦୀରେ ଖସିପଡ଼ିଲେ ଯୁବତୀ: ଉଦ୍ଧାର କରିବାକୁ ଯାଇ ଯୁବକ ଗୁରୁତର

ସୁନ୍ଦରଗଡ଼/ବାଲିଶଙ୍କରା/ରାଜଗାଙ୍ଗପୁର,୩।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ରବିବାର ଅଘଟଣ ଘଟିଛି। ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି...

ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୨।୭: ଭୁବନେଶ୍ୱର ସାମପୁର ଓ୍ବାର୍ଡ ନମ୍ବର-୨୩ ସ୍ଥିତ ଜିମଖାନା ପାମ୍‌ ହାଇଟ୍‌ ଆପାର୍ଟମେଣ୍ଟର ବ୍ଲକ ‘ଇ’କୁ ସିଲ କରିଛି ବିଏମ୍‌ସି। ଉକ୍ତ ବ୍ଳକରୁ ଏକାଧିକ କୋଭିଡ୍‌...

ଚାକିରିଦେବା ନାଁରେ ଯୁବତୀଙ୍କୁ ବଳାତ୍କାର: ଫାଇନାନ୍ସ କମ୍ପାନୀର ରାଜ୍ୟ ମୁଖ୍ୟ ଗିରଫ

କଟକ ରୋଡ,୩।୯(ଡି.ଏନ୍‌.ଏ.): କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଚାକିରି ଦେବା ନାଁରେ...

ବଢ଼ୁଛି ଦୈନିକ ସଂକ୍ରମଣ: ଦିନକରେ ୧୧୦୮୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ ୧୧୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

Advertisement
Archives

Model This Week