ଆଜିଠୁ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ,ଖେଳିବେ ୩୦୦ରୁ ଅଧିକ ଖେଳାଳି

କଟକ ଅଫିସ, ୨୫।୧: ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଖେଳାଯିବ । ଏହି ପ୍ରତିଯୋଗିତାରେ ୧୮ଟି ଦେଶର ୩୦୦ରୁ ଅଧିକ ବଛାବଛା ଖେଳାଳି ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ବର୍ଗରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଇଭେଣ୍ଟ ଖେଳାଯିବ । ଓଡିଶାରୁ ୫ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ କୋଭିଡ୍‌ କଟକଣା ପାଇଁ ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ହେବ।