ପୂରଣ ହେଉନି ବସ୍‌ଷ୍ଟାଣ୍ଡ ପ୍ରତିଶ୍ରୁତି

ଛେଣ୍ଡିପଦା,୨୧ା୧୨ (ସ୍ବ.ପ୍ର.) ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକରେ ରହିଛି କୋଇଲା ଖଣି। ଦୈନିକ ଶତାଧିକ ଟ୍ରକ୍‌ରେ ଏଠାରୁ କୋଇଲା ବିଭିନ୍ନ କାରଖାନାକୁ ଯାଉଛି। ଆଗାମୀ ଦିନରେ ଆହୁରି ଅଧିକ କୋଇଲା ଖଣି ଖୋଳାଯିବାର ଯୋଜନା ସରକାରଙ୍କ ନିକଟରେ ରହିଛି। ବ୍ଲକ ସଦରମହକୁମାରୁ ମାତ୍ର ୨୫ କିଲୋମିଟର ଦୂରରେ ଅଛି ଜରପଡ଼ା ରେଳଷ୍ଟେଶନ ଓ ଜିନ୍ଦଲ ପ୍ଲାଣ୍ଟ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳରେ ଏକ ବସ୍‌ଷ୍ଟାଣ୍ଡ ନାହିଁ। ରାଜ୍ୟର ସମସ୍ତ ବ୍ଲକରେ ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସରକାର ୨୦୧୮ରେ ଘୋଷଣା କରିବା ପରେ ଛେଣ୍ଡିପଦାବାସୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ହେଲେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଉକ୍ତ ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ଛେଣ୍ଡିପଦା ବ୍ଲକ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିଳ୍ପାଞ୍ଚଳ ଛେଣ୍ଡିପଦାରୁ ପ୍ରତ୍ୟକ ଦିନ ହଜାର ହଜାର ଲୋକ ଅନୁଗୋଳ, ସମ୍ବଲପୁର, କୁଚିଣ୍ଡା, ଦେବଗଡ, ରେଙ୍ଗାଳି, ରେଢାଖୋଲ, ରାଉରକେଲା, କଟକ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର, କେନ୍ଦୁଝର ଆଦି ଅଞ୍ଚଳକୁ ଯାଇଥାନ୍ତି। ପ୍ରତ୍ୟକ ଅଧଘଣ୍ଟା ବ୍ୟବଧାନରେ ଏଠାରୁ ବସ୍‌ ଚଳାଚଳ କରିଥାଏ। ସେହିପରି ଟ୍ରେନ୍‌ ଯୋଗେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଜରପଡ଼ା ଷ୍ଟେଶନରେ ଓହ୍ଲାଇ ଛେଣ୍ଡିପଦାରୁ ବିଭିନ୍ନ ଅଞ୍ଚଳକୁ ବସ୍‌ ଧରିଥାନ୍ତି। କୋଇଲା ଖଣି ଓ ଜିନ୍ଦଲ ପ୍ଲାଣ୍ଟ ଥିବାରୁ କାମ କରୁଥିବା ବାହାର ଅଞ୍ଚଳର ବହୁ ଲୋକଙ୍କ ଆତଯାତ ରହିଛି। ଏତେ ସଂଖ୍ୟକ ବସ୍‌ ଚଳାଚଳ କରୁଥିଲେ ମଧ୍ୟ ଛେଣ୍ଡିପଦାରେ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇ ନାହିଁ। ଫଳରେ ଗାଡ଼ିକୁ ଅପେକ୍ଷା କରୁଥିବା ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରା, ବର୍ଷା ଦିନେ ସେମାନଙ୍କ ସମସ୍ୟା ବଢ଼ିଯାଉଛି। ନା ଅପେକ୍ଷା କରିବାକୁ ଭଲ ଯାତ୍ରୀ ବିଶ୍ରାମାଗର ଅଛି ନା ସୁଲଭ ଶୌଚାଳୟ ବ୍ୟବସ୍ଥା ହୋଇଛି। ବିଶେଷକରି ମହିଳା ଯାତ୍ରୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶୁଦ୍ଧ ପାଣି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏହାଛଡ଼ା ବଜାର ଦେଇ ଯାଇଥିବା ରାଜପଥ ଉପରେ ବସ୍‌ଗୁଡ଼ିକ ଠିଆ ହୋଇ ରହୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାର ଛେଣ୍ଡିପଦାକୁ ଏନ୍‌ଏସି ମାନ୍ୟତା ଦେବାକୁ ଯୋଜନା କରିଥିବାବେଳେ ଏଠାରେ ବସ୍‌ଷ୍ଟାଣ୍ଡଟିଏ ନିର୍ମାଣ କରା ନ ଯିବା ଅସନ୍ତୋଷର କାରଣ ହୋଇଛି।

ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଉ
ଆଗାମୀ ଦିନରେ ଛେଣ୍ଡିପଦା ଏକ ବ୍ୟସ୍ତବହୁଳ ଶିଳ୍ପାଞ୍ଚଳରେ ପରିଣତ ହେବ। ପୂର୍ବାପେକ୍ଷା ଏହାର ଗୁରୁତ୍ୱ ଅଧିକ ବଢ଼ିଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଲୋକ ଦୈନିକ ଏଠାକୁ ଯାତାୟାତ କରିବେ। ଏଠାରେ ବିଶ୍ୱସ୍ତରୀୟ ବସ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକ ପଡ଼ିବ। ସରକାର ଦୁଇ ବର୍ଷ ତଳେ ଦେଇଥିବା ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରତିଶ୍ରୁତି ପୂରଣ କରନ୍ତୁ।
-ଅଗସ୍ତୀ ବେହେରା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ରୋଜଗାର ବୃଦ୍ଧିରେ ସହାୟକ ହେବ
ବଡ଼ ବସ୍‌ଷ୍ଟାଣ୍ଡ ନିର୍ମାଣ ହେଲେ ଅଧିକ ସଂଖ୍ୟକ ବସ୍‌ ଚଳାଚଳ କରିବ। ଫଳରେ ଗମନାଗମନର ସୁବିଧା ସହ ଗରିବ, ଖଟିଖିଆମାନେ ଦୂର ସ୍ଥାନକୁ କାମ କରିବାକୁ ଯାଇପାରିବେ। ବସ୍‌ଷ୍ଟାଣ୍ଡ ପାର୍ଶ୍ୱରେ ଦୋକାନ ବଜାର କରି ଅଞ୍ଚଳର ବହୁ ଯୁବତୀ ଯୁବକ ରୋଜଗାରକ୍ଷମ ହୋଇପାରିବେ।
-ସୁଦୀପ୍ତ ପ୍ରଧାନ, ଶ୍ରମିକ ନେତା

ଟ୍ରାଫିକ ସମସ୍ୟା ଦେଖାଦେଉଛି
ଦିନକୁ ଦିନ ଜନ ସଂଖ୍ୟା ସହ ଯାନବାହନ ସଂଖ୍ୟା ବୃଦ୍ଧି ପାଉଛି। ରାଜପଥରେ ଦୈନିକ ହଜାର ହଜାର ଗାଡ଼ି ଯାତାୟାତ କରୁଛି। ବସ୍‌ଷ୍ଟାଣ୍ଡ ଅଭାବରୁ ବସ୍‌ଗୁଡ଼ିକ ରାସ୍ତା ଉପରେ ଠିଆ ହୋଇ ରହୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଶୌଚାଳୟଟିଏ ନ ଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ଉମେଶ ପ୍ରଧାନ, ଜଗନ୍ନାଥ ବସ୍‌ ମାଲିକ ସଂଘ ସଭାପତି, ଛେଣ୍ଡିପଦା

ବସ୍‌ଷ୍ଟାଣ୍ଡ ନିହାତି ଆବଶ୍ୟକ
ଛେଣ୍ଡିପଦାରେ କୋଇଲା ଖଣି ରହିଛି। ଆଗାମୀ ଦିନରେ ଆହୁରି ଦୁଇଟି ଖଣି ଖୋଲିବାର ଯୋଜନା ସରକାରଙ୍କ ନିକଟରେ ଅଛି। ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। ଜିନ୍ଦଲ ବଜାର ସହ କୋଶଳା, ବାଗଡିଆ, ଜରପଡା, ବାଲିପଟା ଆଦି ବଜାରକୁ ଦୂର ଦୂରାନ୍ତରୁ ଲୋକେ ଦୈନିକ ଆସୁଥିବାରୁ ସଦର ମହକୁମାରେ ବସ୍‌ଷ୍ଟାଣ୍ଡ ନିହାତି ଆବଶ୍ୟକ।
– ସମରେଶ ନାଥ, ବୁଦ୍ଧିଜୀବୀ

ଜାଗା ଯୋଗାଇ ଦିଆଯାଇଛି
ଛେଣ୍ଡିପଦାରେ ଖୁବ୍‌ଶୀଘ୍ର ଏକ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ। ଏଥିନିମନ୍ତେ ତହସିଲ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି। ଛେଣ୍ଡିପଦା ଦମକଳ କାର୍ଯ୍ୟାଳୟ ନିକଟରେ ଥିବା ଖାତା ନଂ. ୧୦୦୬ ର ତିନଟି ପ୍ଲଟରୁ ୧ ଏକରରୁ ଅଧିକ ଜମି ଯୋଗାଇ ଦିଆଯାଇଛି।
-ଡାନିଏଲ ଏକ୍କା, ତହସିଲଦାର, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri