ବସ୍‌ଷ୍ଟାଣ୍ଡ ଅଛି, ବସ୍‌ ଆସୁନାହିଁ

ବଲାଙ୍ଗୀର ଅଫିସ, ୨ା୩: ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଅଦୂରଦର୍ଶିତା ତଥା ବିଚିତ୍ର ନିଷ୍ପତ୍ତି ବଲାଙ୍ଗୀର ସହରର ଚଳଚଞ୍ଚଳ ସରକାରୀ ବସଷ୍ଟାଣ୍ଡକୁ ଏବେ ଜନଶୂନ୍ୟ କରିଦେଇଛି। ଦୂରଦୃଷ୍ଟିର ଅଭାବ ଯୋଗୁ ଯାତ୍ରୀମାନେ କିଭଳି ହନ୍ତସନ୍ତ ହୁଅନ୍ତି ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି। ଏଠାରେ ବସଷ୍ଟାଣ୍ଡ ତ ରହିଛି, ମାତ୍ର କୌଣସି ବସ ଆସୁ ନ ଥିତ୍ବାରୁ ପ୍ରତିଦିନ ଲୋକେ ଏଠାକୁ ଆସି ହଇରାଣ ହରକତ ହେଉଛନ୍ତି। ଏନେଇ ସ୍ଥାନୀୟ ଜିଲା ପ୍ରଶାସନ ଏବଂ ରାଜ୍ୟ ସଡକ ପରିବହନ ନିଗମ କେବଳ ନୀରବଦ୍ରଷ୍ଟା ସାଜି ଚୁପ୍‌ ବସିଛି। ଗତ ୨୦୨୨ ଜୁଲାଇ ୧ ତାରିଖ ଦିନ ବଲାଙ୍ଗୀର ଆରଟିଓ ଅଫିସ ନିକଟରେ ତିଆରି ହୋଇଥିବା ନୂତନ ବସ ଟର୍ମିନାଲ କାର୍ଯ୍ୟକାରୀ କରାଯାଇଥିଲା। ଏଠାରୁ ଉଭୟ ସରକାରୀ ଓ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିଲା। ଜିଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ବସ ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପୂର୍ବରୁ ସହରର ମଧ୍ୟସ୍ଥଳରେ ଏକ ସରକାରୀ ବସଷ୍ଟାଣ୍ଡ ଏବଂ ଘରୋଇ ଭଡା ଜାଗାରେ ଏକ ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହେଉଥିଲା। ବିଶେଷକରି ଘରୋଇ ବସଷ୍ଟାଣ୍ଡରେ ଭିଡ ଏବଂ ଟ୍ରାଫିକ ପରିଚାଳନା ସୁଚାରୁ ରୂପେ ସମ୍ପାଦନ ହେଉ ନ ଥିବାରୁ ଯାତ୍ରୀ ଏବଂ ସହରବାସୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫଳରେ ବସଷ୍ଟାଣ୍ଡ ସ୍ଥାନାନ୍ତରଣ ଦାବି ହୋଇ ଆସୁଥିଲା।

ନୂଆ ବସ ଟର୍ମିନାଲ କାର୍ଯ୍ୟକାରୀ ହେଲା ପରେ ସହର ଭିତରେ ଥିବା ପୁରୁଣା ସରକାରୀ ବସଷ୍ଟାଣ୍ଡକୁ ଆଗଭଳି ଉଭୟ ସରକାରୀ ଏବଂ ଘରୋଇ ବସ ଯିବ ଏବଂ ସେଠାରୁ ମଧ୍ୟ ଯାତ୍ରୀମାନେ ବସରେ ଯିବା ଆସିବା ସୁବିଧା ପାଇପାରିବେ ବୋଲି କୁହାଯାଇଥିଲା। ମାତ୍ର ବସ ଟର୍ମିନାଲ କାର୍ଯ୍ୟକାରୀ ହେବାର କିଛି ଦିନ ମଧ୍ୟରେ ସରକାରୀ ବସଷ୍ଟାଣ୍ଡକୁ ଆଉ ସରକାରୀ କିମ୍ବା ଘରୋଇ ବସ ଯିବା ଆସିବା ବନ୍ଦ କରିଦେଲେ। ଫଳରେ ଯାତ୍ରୀମାନେ ସରକାରୀ ବସଷ୍ଟାଣ୍ଡକୁ ଆସିଲେ ବି ରାସ୍ତାର ଉଭୟ କଡରେ ଠିଆ ହୋଇ ବସକୁ ଅପେକ୍ଷା କରୁଛନ୍ତି। ପିଲାଛୁଆ, ପରିବାର ସଦସ୍ୟ ଏବଂ ବୟସ୍କ ଯାତ୍ରୀମାନେ ଏହାଦ୍ୱାରା ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍‌ ନିୟନ୍ତ୍ରଣ ନଁାରେ ପାଟଣା ହୋଟେଲ ଛକରୁ କଚେରି ଛକ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶାସନ ୱାନ୍‌ ୱେ ଘୋଷଣା କରି ଡିଭାଇଡର ନିର୍ମାଣ କରିଥିଲେ। ତେବେ ସରକାରୀ ବସଷ୍ଟାଣ୍ଡକୁ ବସ ଯିବା ଆସିବା ପାଇଁ ରାସ୍ତା ଛଡା ଯାଇଥିଲା। ମାତ୍ର ରାତ୍ରୀକାଳୀନ ଭାରୀଯାନ ଗୁଡିକ ଓଣଓସାରିଆ ୱାନ୍‌ ୱେରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା କାରଣରୁ ସରକାରୀ ବସଷ୍ଟାଣ୍ଡ ଭିତର ପ୍ରବେଶ ପଥକୁ ଗୋଟିଏ ପଟ ରାସ୍ତାରୁ ବନ୍ଦ କରି ଦିଆଗଲା ା ଫଳରେ ସୋନପୁର, ବୌଦ୍ଧ, କଟକ, ଭୁବନେଶ୍ୱର ଏବଂ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ପଟରୁ ଆସୁଥିବା ବସ ଆଉ ସରକାରୀ ବସଷ୍ଟାଣ୍ଡକୁ ପଶି ପାରିଲେ ନାହିଁ। ଏଭଳି ଭାବେ ବସ ଟର୍ମିନାଲ ଆରମ୍ଭ ହେବାର ମାତ୍ର ୩-୪ ମାସ ଭିତରେ ସରକାରୀ ବସଷ୍ଟାଣ୍ଡ ଅଲୋଡା ଏବଂ ଜନଶୂନ୍ୟ ହୋଇପଡିଛି। ସରକାରୀ ବସଷ୍ଟାଣ୍ଡ ଭିତରେ ଏକ ଟିକଟ କାଉଣ୍ଟର ରହିଛି। ଲୋକେ ଏଠାକୁ ଟିକେଟ କାଟିବାକୁ ଆସୁଛନ୍ତି ା ମାତ୍ର ୨-୩ଟି ଲମ୍ବାରୁଟ୍‌ ବସକୁ ଛାଡିଦେଲେ ଅନ୍ୟ କୌଣସି ବସ ଆସୁ ନ ଥିବାରୁ ଲୋକେ ଘୋର ହଇରାଣ ହରକତ ହେଉଛନ୍ତି। ପ୍ରତିଦିନ ଦୂରଦୂରାନ୍ତର ଯାତ୍ରୀମାନେ ଏଠାକୁ ଆସି ଢ଼େର ସମୟ ଅତିବାହିତ କରିବା ପରେ ସ୍ଥାନୀୟ ଲୋକଙ୍କୁ ପଚାରି ଏହି ବସଷ୍ଟାଣ୍ଡକୁ ବସ ଆସୁ ନ ଥିବା ଜାଣି ପୁଣି ନୂଆ ବସ ଟର୍ମିନାଲକୁ ଯାଉଛନ୍ତି। ଯାତ୍ରୀମାନେ ପ୍ରତିଦିନ ଘୋର ହଇରାଣ ହରକତ ହେଉଥିଲେ ମଧ୍ୟ ଓଏସ୍‌ଆରଟିସି ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ବସ ଆସୁ ନ ଥିବାରୁ ବସଷ୍ଟାଣ୍ଡ ଭିତରେ ଚଢ଼ାଦରରେ ଷ୍ଟଲ ଭଡା ନେଇଥିବା ପ୍ରାୟ ୨୦ଟି ଦୋକାନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏନେଇ ପରିବହନ ମ୍ୟାନେଜର ଅମିତ ମିଶ୍ରଙ୍କୁ ପଚାରିବାରୁ ସେଠାକୁ ବସ ଯାଉଛି ବୋଲି ସେ ଜାଣିଥିବା କହିବା ସହ ଏନେଇ ପଚାରି ବୁଝିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri