ସ୍କୁଟିକୁ ପଛରୁ ଧକ୍କା ଦେଲା ବସ୍‌: ଚାଲିଗଲା ଆରୋହୀଙ୍କ ଜୀବନ

ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଗୁରୁବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ସ୍କୁଟି ଆରୋହୀ ଜଣକ ହେଉଛନ୍ତି ଘଟଗାଁ ଥାନା ଡଳଙ୍ଗପାଣି ଗ୍ରାମର ଧରଣୀଧର ନାଏକ ।
ସୂଚନା ଅନୁଯାୟୀ ଡଲଫିନ୍‌ ନାମକ ଏକ ଘରୋଇ ବସ୍‌ କେନ୍ଦୁଝର ପଟରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ସ୍କୁଟିକୁ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।