ସକାଳୁ ଶୋଇଥିବାବେଳେ ଘର ଉପରକୁ ମାଡ଼ିଗଲା ଲକ୍ଷ୍ମୀ ବସ୍‌, ଆଉ ତା’ପରେ…

ଥୁଆମୂଳ ରାମପୁର,୬।୧୧-(ଦୁର୍ଗା କୀର୍ତ୍ତି): ପୂର୍ବ ବିଜେଡି ସରକାରଙ୍କ ଶାସନ ସମୟରେ ଲୋକଙ୍କ ଗମନାଗମନର ସୁବିଧା ସୁଯୋଗ ଆଖିଆଗରେ ରଖି ଲକ୍ଷ୍ମୀ ବସ୍‌ ଚଳାଚଳ ବ୍ୟବସ୍ଥା କରି ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ଲକ୍ଷ୍ମୀ ବସ୍‌ କେବେ କେଉଁଠି ଅଟକି ଯାଉଥିବା ବେଳେ କେବେ କେଉଁଠି ଯାନ୍ତ୍ରିକ ସୃଷ୍ଟି ଦେଖା ଦେଉଛି । ଯାହାଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ କମ୍ପାନୀ ଦୃଷ୍ଟି ଦେଉଛି କି ନାହିଁ ତାହା କହି ହେବ ନାହିଁ, ଏପରିସ୍ଥଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ଦିନରୁ ଲକ୍ଷ୍ମୀ ବସର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏପରିକି କି କମ୍ପାନୀ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଦାୟିତ୍ୱ ହିନ କାମ ଯୋଗୁ ଲକ୍ଷ୍ମୀ ବସକୁ ଠେଲିବା କାମ ଆରମ୍ଭ ହୋଇଗଲାଣି। ଏମିତି କି ବସ୍‌ ସବୁ ରଖିବା ପାଇଁ କୌଣସି ବସ ଷ୍ଟାଣ୍ଡର ବ୍ୟବସ୍ଥା ନ ଥିବା ବେଳେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ହିଁ ଏହି ବସ ସବୁ ରହିବା ବ୍ୟବସ୍ଥା କରାଯାଇଛି। ବସର ଯାନ୍ତ୍ରିକ ତ୍ରୁଟି ଥିବା ସମୟରେ ଉକ୍ତ ବସ୍‌ କମ୍ପାନୀ କର୍ମଚାରୀ ପ୍ରାୟ ସମୟ ବସ୍‌କୁ ଠେଲି ଷ୍ଟାର୍ଟ କରନ୍ତି । ଏଭଳି ସ୍ଥଳେ ବସକୁ ଠେଲିବା ବେଳେ ସିଧା ବ୍ଳକ କାର୍ଯ୍ୟଳୟଠାରୁ ବ୍ଳକ ସୁରକ୍ଷା ପାଚେରୀ ଭାଙ୍ଗି ଯାଇ ସିଧାସଳଖ ଏକ ଜନବସତି ପଡାର ଘର ଉପରେ ମାଡିଯାଇଥିଲା। ଫଳରେ ଘରର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ଜଗନ୍ନାଥ କଲୋନୀ (ଶାନ୍ତି ନଗର ପଡ଼ା) ନିକଟରେ।

ସୂଚନାକ୍ରମେ ବୁଧବାର  ସକାଳ ସମୟ ପ୍ରାୟ ୫ଟା ୩୦ ସମୟରେ ଲକ୍ଷ୍ମୀ ବସ୍‌ ବ୍ଲକ କାର୍ଯ୍ୟାଳୟ ପରିସରରୁ ନାକରୁଣ୍ଡି ଅଭିମୁଖେ ଯିବା ପାଇଁ ବାହାରିଥିବା ବେଳେ ବସ୍‌ ଷ୍ଟାର୍ଟ ନ ହେବାରୁ ତାକୁ କିଛି କର୍ମଚାରୀ ଠେଲିକି ଷ୍ଟାର୍ଟ କରୁଥିଲେ। ଏତିକି ଏତିକି ବ୍ଲକ ପାଖ ଗଡାଣିଆ ରାସ୍ତା ପାଖ ଶାନ୍ତି ନଗର ପଡ଼ାକୁ ଲାଗି ରହିଥିବା ବ୍ଲକ କାର୍ଯ୍ୟାଳୟ ପାଚେରୀକୁ ଭାଙ୍ଗି ସିଧାସଳଖ ସୁରେନ୍ଦ୍ର ନାଏକଙ୍କ ଘରକୁ ଧକ୍କା ଦେଇଥିଲା। ଫଳରେ ଘରର କିଛି କାନ୍ଥ ଏବଂ ନିର୍ମାଣାଧିନ ପାଇଖାନା ସହ ବାହାରେ ଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଘରେ ଶୋଇଥିବା ମାଲିକ ସୁରେନ୍ଦ୍ର ନାଏକ ଏବଂ ତାଙ୍କ ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି। ଠିକ ସେଭଳି ସୁରେନ୍ଦ୍ର ନାଏକ ଘର ପାଖ ଆଉ ଜଣେ ପରିବାର ଯାହାକି ତ୍ରିନାଥ ନାଏକଙ୍କ ପାଇଖାନା ମଧ୍ୟ ବସ ଧକ୍କାରେ ଭାଙ୍ଗିଯାଇଛି। ଦୁର୍ଘଟଣା ଘଟାଇ ଥିବା ଓଡି୦୮ଭି୩୩୮୯ ନମ୍ବର ବିଶିଷ୍ଟ ଲକ୍ଷ୍ମୀ ବସ୍‌ର ଆଗ ପଟ ଲାଇଟ, ପ୍ଲାଷ୍ଟିକ ଫାଇବର, କାଚ ସବୁ ଭାଙ୍ଗିଥିବା ବେଳେ ଡ୍ରାଇଭରଙ୍କ କୌଣସି ଅସୁବିଧା ହୋଇନାହିଁ।

ପ୍ରକାଶ ଯୋଗ୍ୟ ଯେ, ଲକ୍ଷ୍ମୀ ବସ୍‌ କମ୍ପାନୀର କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଆଜି ଜଣେ ପରିବାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି। ରକ୍ଷଣାବେକ୍ଷଣ ଘୋର ଅଭାବରୁ ଠେଲା ଗାଡ଼ି ପାଲଟିଛି ଏହି ଲକ୍ଷ୍ମୀ ବସ୍‌। ଠିକ ସମୟରେ ବସ୍‌ର କିଛି ଯାନ୍ତ୍ରିକ ତ୍ରୁଟି ଥିଲେ ମରାମତି କରିବାରେ ଅବହେଳା କାହିଁକି କରୁଛି ଠିକା ସଂସ୍ଥା ବୋଲି ଅଞ୍ଚଳର ଜନସାଧାରଣ ତଥା କିଛି ସମାଜସେବୀଙ୍କ ସମେତ କ୍ଷୟକ୍ଷତି ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ କ୍ଷୟକ୍ଷତି ହୋଇଥିବା ପରିବାରବର୍ଗଙ୍କୁ ବସ୍‌ ଠିକା ସଂସ୍ଥା ପକ୍ଷରୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଇ ବୋଲି ସାଧାରଣରେ ଦାବି ହେଉଛି ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri