ଦୁର୍ଘଟଣା ପରେ ଜଳିଗଲା ବସ୍‌

ଭୁବନେଶ୍ୱର,୪ା୭(ବ୍ୟୁରୋ): ସୋମବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ଉପରେ ଜଳିଯାଇଛି। ବସ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ବରମୁଣ୍ଡା ନିକଟରେ ନାଳ ବ୍ରିଜ ବାଡ଼ରେ ପିଟି ହୋଇ ଜଳି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦ୍ରୁତଗତିରେ ଥିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।