ଜିଏସ୍‌ଟି ଋଣ ଭାର ରାଜ୍ୟ ଉପରେ ଲଦିବା କେନ୍ଦ୍ରର ବର୍ବରତା ହେବ: ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

କୋଲକାତା,୩୧।୮: କୋଭିଡ୍‌-୧୯ ଯୋଗୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ସଂଗ୍ରହ ଅଢ଼େଇ ଲକ୍ଷ କୋଟି କମିବ। ଅପରପକ୍ଷରେ ରାଜ୍ୟଗୁଡିକ କ୍ଷତିପୂରଣ ଦେବା ଲାଗି ୩ ଲକ୍ଷ କୋଟି ଟଙ୍କା ନିଅଣ୍ଟ ପଡ଼ିବ। ରାଜ୍ୟଗୁଡିକ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି। ଜିଏସ୍‌ଟି ପରିଷଦ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି। ୨ଟି ବିକଳ୍ପରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ନେଇ ଯୋଜନା ରଖାଯାଇଛି। ଏ ନେଇ ବିସ୍ତୃତ ପ୍ରସ୍ତାବ ଶନିବାର ରାଜ୍ୟଗୁଡିକୁ ଅବଗତ କରାଯିବା ସହ ଏହା ଉପରେ ମତ ରଖିବାକୁ କେନ୍ଦ୍ର ୭ ଦିନର ସମୟ ପ୍ରଦାନ କରିଛି। ଯଦି କୌଣସି ପ୍ରସଙ୍ଗରେ ସମସ୍ୟା ଉପୁଜେ ତେବେ ତା’ର ସମାଧାନ ଲାଗି ଅର୍ଥ ସଚିବ ଏବଂ କେନ୍ଦ୍ର ଅର୍ଥ ଏବଂ ରାଜସ୍ବ ସଚିବଙ୍କ ଏକ ବୈଠକ ଅନୁଷ୍ଠିତ କରାଇବାକୁ ଯୋଜନା ରଖାଯାଇଛି। ଏଭଳି ସ୍ଥିତିରେ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଥିବା ବିଳଳ୍ପକୁ ନେଇ ବିରୋଧ ଦେଖାଗଲାଣି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ରବିବାର କହିଛନ୍ତି ଯେ, କେନ୍ଦ୍ର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ ଯେଉଁ ବିକଳ୍ପ ପ୍ରଦାନ କରିଛି ତାହା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ। ଏହା ଦ୍ୱାରା ରାଜ୍ୟଗୁଡ଼ିକର ଆର୍ଥତ୍କ ସ୍ବାସ୍ଥ୍ୟ ଖରାପ ହେବା ଆଶଙ୍କା କରାଯାଇଛି। ଜିଏସ୍‌ଟି ଋଣ ରାଜ୍ୟ ଉପରେ ଲଦିଦେବା କେନ୍ଦ୍ରର ବର୍ବରତା ହେବ ବୋଲି ସେ ମତ ରଖିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୧ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ, କରୋନା ମହାମାରୀ ‘ଆକ୍ଟ ଅଫ୍‌ ଗଡ୍‌’ ବା ଦୈବୀକୃତ। ଏହାଦ୍ୱାରା ଜିଏସ୍‌ଟି ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ସ୍ଥିତିରେ ନାହାନ୍ତି। ଟିକସ ସଂଗ୍ରହ ହ୍ରାସକୁ ଭଗବାନଙ୍କ କାର୍ଯ୍ୟ ବୋଲି ଦୋଷ ଦେଇ ବୃହତ୍‌ ପରିମାଣର ଋଣ ଭାରକୁ ରାଜ୍ୟଗୁଡିକ ଉପରେ ଲଦିଦେବା ଭଳି କାର୍ଯ୍ୟ ଦ୍ୱାରା କେନ୍ଦ୍ର ସରକାର କିଛି ଠିକ୍‌ କାମ କରୁନାହାନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ବିତ୍ତୀୟ ସ୍ବାସ୍ଥ୍ୟ ଏବଂ ସଂଘୀୟ ଢାଞ୍ଚା ଉପରେ ପ୍ରଭାବ ପଡ଼ିଥିବା ମିତ୍ର ମତ ରଖିଛନ୍ତି। ଏହା ଗ୍ରହଣଯୋଗ୍ୟ ହୋଇ ନ ପାରେ। ରାଜ୍ୟଗୁଡିକ ଋଣ କରିବା ପ୍ରସଙ୍ଗକୁ ଦେଶର ୧୫ ବଡ଼ ରାଜ୍ୟ ବିରୋଧ କରୁଛନ୍ତି। ଏହା ମଧ୍ୟରେ ଭାଜପା ଶାସିତ ରାଜ୍ୟ ମଧ୍ୟ ସାମିଲ ରହିଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କ ପ୍ରତିଷ୍ଠାତା ନନ୍ଦନ ନିଲେକାନୀଙ୍କର ଏକ ମତକୁ ଉଦ୍ଧାରକରି ମିତ୍ର ପୁଣି କହିଛନ୍ତି, ୭୦ ହଜାର କୋଟି ଟଙ୍କାର ଜିଏସ୍‌ଟି ଜାଲ୍‌ ନେଣଦେଣ ଦେବାରୁ ରାଜସ୍ବ ହ୍ରାସ ଘଟିଛି। ଏହାକୁ ଭଗବାନଙ୍କ କାର୍ଯ୍ୟ ନା ‘ଆକ୍ଟ ଅଫ୍‌ ଫ୍ରଡ୍‌’ କୁହାଯିବ।
ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା କେନ୍ଦ୍ରର ଦାୟିତ୍ୱ ବୋଲି କୋଭିଡ୍‌ ପୂର୍ବରୁ ମିତ୍ର ଅର୍ଥମନ୍ତ୍ରୀ ସୀତାରାମନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏହାର ଠିକ୍‌ ଓଲଟା କଥା କେନ୍ଦ୍ର ସରକାର କହୁଛନ୍ତି। ଏହାକୁ ଛଳନା କୁହାଯାଇପାରିବ। ରାଜ୍ୟଗୁଡିକ ଯଦି ଋଣ କରନ୍ତି ତାକୁ ଶୁଝିବାକୁ ବିଭିନ୍ନ ସମସ୍ୟା ସାମ୍ନା କରିବେ ବୋଲି ସେ ମତ ରଖିଛନ୍ତି। କେନ୍ଦ୍ର ସରକାର ଏକା ଏହି ଋଣ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରି ସାରିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି ମୋଟ ୩ ଲକ୍ଷ କୋଟି ଟଙ୍କା ନିଅଣ୍ଟିଆ ପଡିବ। ମାତ୍ର ସେସ୍‌ ଲାଗୁ ଦ୍ୱାରା କେନ୍ଦ୍ର ସରକାର ମାତ୍ର ୬୬ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହେବେ। ମୋଟ ୨.୩୫ ଲକ୍ଷ କୋଟି ନିଅଣ୍ଟ ମଧ୍ୟରୁ ଜିଏସ୍‌ଟି ଲାଗୁ ଯୋଗୁ ୯୭ ହଜାର କୋଟି ଏବଂ ଅନ୍ୟ କ୍ଷତି କୋଭିଡ୍‌ ପ୍ରଭାବ ଯୋଗୁ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟଗୁଡିକୁ କେନ୍ଦ୍ର ସରକାର ୨ଟି ବିକଳ୍ପ ପ୍ରଦାନ କରିଛନ୍ତି। ରାଜ୍ୟଗୁଡିକ ମୋଟ ୨.୩୫ ଲକ୍ଷ କୋଟି ଟଙ୍କା ଋଣ ଉଠାଇପାରିବେ। ଦ୍ୱିତୀୟ ବିକଳ୍ପ ଭାବେ ସ୍ବତନ୍ତ୍ର ଓ୍ବିଣ୍ଡୋରୁ ରାଜ୍ୟ ୯୭ ହଜାର କୋଟି ଟଙ୍କାର ପାଣ୍ଠି ଉଠାଣ କରିପାରନ୍ତି। ଏହି ଓ୍ବିଣ୍ଡୋକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏଭଳି ଋଣ ଉଠାଣ କରି ରାଜ୍ୟ ସେମାନଙ୍କ ରାଜସ୍ବ ନିଅଣ୍ଟ ସ୍ଥିତି ସମ୍ଭାଳିପାରିବେ। ମିତ୍ର ପରିଶେଷରେ କହିଛନ୍ତି, ବର୍ତ୍ତମାନ ବିତ୍ତୀୟ ଉତ୍ତରଦାୟିତ୍ୱ ଏବଂ ବଜେଟ ପରିଚାଳନା(ଏଫ୍‌ଆର୍‌ବିଏମ୍‌)ରେ ରହିଥିବା ନିୟମ ପରିବର୍ତ୍ତନ କରାଯାଇନାହିଁ। କେନ୍ଦ୍ର ଭଳି ରାଜ୍ୟ ସରକାର ଋଣ କରିବାକୁ ସମକ୍ଷ ହୋଇପାରିବେ ନାହିଁ। ରାଜସ୍ବ କମିବା ଯୋଗୁ ପଶ୍ଚିମବଙ୍ଗ ବର୍ତ୍ତମାନ ସୁଦ୍ଧା ୧୫ ହଜାର କୋଟି ଟଙ୍କା ଋଣ କରି ସାରିଥିବା ବେଳେ ଏଫ୍‌ଆର୍‌ବିଏମ୍‌ ସୀମାକୁ ଏହା ଟପିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାର ପ୍ରଦାନ କରିଥିବା ବିକଳ୍ପର ବିଭିନ୍ନ ଦିଗକୁ ବିଚାରକରି ଏକ ମିଳିତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗକୁ ଅଧିକ ସ୍ପଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri