ଜିଏସ୍‌ଟି ଋଣ ଭାର ରାଜ୍ୟ ଉପରେ ଲଦିବା କେନ୍ଦ୍ରର ବର୍ବରତା ହେବ: ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

କୋଲକାତା,୩୧।୮: କୋଭିଡ୍‌-୧୯ ଯୋଗୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ସଂଗ୍ରହ ଅଢ଼େଇ ଲକ୍ଷ କୋଟି କମିବ। ଅପରପକ୍ଷରେ ରାଜ୍ୟଗୁଡିକ କ୍ଷତିପୂରଣ ଦେବା ଲାଗି ୩ ଲକ୍ଷ କୋଟି ଟଙ୍କା ନିଅଣ୍ଟ ପଡ଼ିବ। ରାଜ୍ୟଗୁଡିକ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି। ଜିଏସ୍‌ଟି ପରିଷଦ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି। ୨ଟି ବିକଳ୍ପରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ନେଇ ଯୋଜନା ରଖାଯାଇଛି। ଏ ନେଇ ବିସ୍ତୃତ ପ୍ରସ୍ତାବ ଶନିବାର ରାଜ୍ୟଗୁଡିକୁ ଅବଗତ କରାଯିବା ସହ ଏହା ଉପରେ ମତ ରଖିବାକୁ କେନ୍ଦ୍ର ୭ ଦିନର ସମୟ ପ୍ରଦାନ କରିଛି। ଯଦି କୌଣସି ପ୍ରସଙ୍ଗରେ ସମସ୍ୟା ଉପୁଜେ ତେବେ ତା’ର ସମାଧାନ ଲାଗି ଅର୍ଥ ସଚିବ ଏବଂ କେନ୍ଦ୍ର ଅର୍ଥ ଏବଂ ରାଜସ୍ବ ସଚିବଙ୍କ ଏକ ବୈଠକ ଅନୁଷ୍ଠିତ କରାଇବାକୁ ଯୋଜନା ରଖାଯାଇଛି। ଏଭଳି ସ୍ଥିତିରେ ରାଜ୍ୟଗୁଡିକୁ ପ୍ରଦାନ କରାଯାଇଥିବା ବିଳଳ୍ପକୁ ନେଇ ବିରୋଧ ଦେଖାଗଲାଣି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ରବିବାର କହିଛନ୍ତି ଯେ, କେନ୍ଦ୍ର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ନେଇ ଯେଉଁ ବିକଳ୍ପ ପ୍ରଦାନ କରିଛି ତାହା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ। ଏହା ଦ୍ୱାରା ରାଜ୍ୟଗୁଡ଼ିକର ଆର୍ଥତ୍କ ସ୍ବାସ୍ଥ୍ୟ ଖରାପ ହେବା ଆଶଙ୍କା କରାଯାଇଛି। ଜିଏସ୍‌ଟି ଋଣ ରାଜ୍ୟ ଉପରେ ଲଦିଦେବା କେନ୍ଦ୍ରର ବର୍ବରତା ହେବ ବୋଲି ସେ ମତ ରଖିଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୪୧ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ ଯେ, କରୋନା ମହାମାରୀ ‘ଆକ୍ଟ ଅଫ୍‌ ଗଡ୍‌’ ବା ଦୈବୀକୃତ। ଏହାଦ୍ୱାରା ଜିଏସ୍‌ଟି ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ସ୍ଥିତିରେ ନାହାନ୍ତି। ଟିକସ ସଂଗ୍ରହ ହ୍ରାସକୁ ଭଗବାନଙ୍କ କାର୍ଯ୍ୟ ବୋଲି ଦୋଷ ଦେଇ ବୃହତ୍‌ ପରିମାଣର ଋଣ ଭାରକୁ ରାଜ୍ୟଗୁଡିକ ଉପରେ ଲଦିଦେବା ଭଳି କାର୍ଯ୍ୟ ଦ୍ୱାରା କେନ୍ଦ୍ର ସରକାର କିଛି ଠିକ୍‌ କାମ କରୁନାହାନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ବିତ୍ତୀୟ ସ୍ବାସ୍ଥ୍ୟ ଏବଂ ସଂଘୀୟ ଢାଞ୍ଚା ଉପରେ ପ୍ରଭାବ ପଡ଼ିଥିବା ମିତ୍ର ମତ ରଖିଛନ୍ତି। ଏହା ଗ୍ରହଣଯୋଗ୍ୟ ହୋଇ ନ ପାରେ। ରାଜ୍ୟଗୁଡିକ ଋଣ କରିବା ପ୍ରସଙ୍ଗକୁ ଦେଶର ୧୫ ବଡ଼ ରାଜ୍ୟ ବିରୋଧ କରୁଛନ୍ତି। ଏହା ମଧ୍ୟରେ ଭାଜପା ଶାସିତ ରାଜ୍ୟ ମଧ୍ୟ ସାମିଲ ରହିଛନ୍ତି। ଜିଏସ୍‌ଟି ନେଟ୍‌ଓ୍ବର୍କ ପ୍ରତିଷ୍ଠାତା ନନ୍ଦନ ନିଲେକାନୀଙ୍କର ଏକ ମତକୁ ଉଦ୍ଧାରକରି ମିତ୍ର ପୁଣି କହିଛନ୍ତି, ୭୦ ହଜାର କୋଟି ଟଙ୍କାର ଜିଏସ୍‌ଟି ଜାଲ୍‌ ନେଣଦେଣ ଦେବାରୁ ରାଜସ୍ବ ହ୍ରାସ ଘଟିଛି। ଏହାକୁ ଭଗବାନଙ୍କ କାର୍ଯ୍ୟ ନା ‘ଆକ୍ଟ ଅଫ୍‌ ଫ୍ରଡ୍‌’ କୁହାଯିବ।
ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା କେନ୍ଦ୍ରର ଦାୟିତ୍ୱ ବୋଲି କୋଭିଡ୍‌ ପୂର୍ବରୁ ମିତ୍ର ଅର୍ଥମନ୍ତ୍ରୀ ସୀତାରାମନଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏହାର ଠିକ୍‌ ଓଲଟା କଥା କେନ୍ଦ୍ର ସରକାର କହୁଛନ୍ତି। ଏହାକୁ ଛଳନା କୁହାଯାଇପାରିବ। ରାଜ୍ୟଗୁଡିକ ଯଦି ଋଣ କରନ୍ତି ତାକୁ ଶୁଝିବାକୁ ବିଭିନ୍ନ ସମସ୍ୟା ସାମ୍ନା କରିବେ ବୋଲି ସେ ମତ ରଖିଛନ୍ତି। କେନ୍ଦ୍ର ସରକାର ଏକା ଏହି ଋଣ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ମଧ୍ୟ ସ୍ପଷ୍ଟ କରି ସାରିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥତ୍କ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ଲାଗି ମୋଟ ୩ ଲକ୍ଷ କୋଟି ଟଙ୍କା ନିଅଣ୍ଟିଆ ପଡିବ। ମାତ୍ର ସେସ୍‌ ଲାଗୁ ଦ୍ୱାରା କେନ୍ଦ୍ର ସରକାର ମାତ୍ର ୬୬ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହେବେ। ମୋଟ ୨.୩୫ ଲକ୍ଷ କୋଟି ନିଅଣ୍ଟ ମଧ୍ୟରୁ ଜିଏସ୍‌ଟି ଲାଗୁ ଯୋଗୁ ୯୭ ହଜାର କୋଟି ଏବଂ ଅନ୍ୟ କ୍ଷତି କୋଭିଡ୍‌ ପ୍ରଭାବ ଯୋଗୁ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟଗୁଡିକୁ କେନ୍ଦ୍ର ସରକାର ୨ଟି ବିକଳ୍ପ ପ୍ରଦାନ କରିଛନ୍ତି। ରାଜ୍ୟଗୁଡିକ ମୋଟ ୨.୩୫ ଲକ୍ଷ କୋଟି ଟଙ୍କା ଋଣ ଉଠାଇପାରିବେ। ଦ୍ୱିତୀୟ ବିକଳ୍ପ ଭାବେ ସ୍ବତନ୍ତ୍ର ଓ୍ବିଣ୍ଡୋରୁ ରାଜ୍ୟ ୯୭ ହଜାର କୋଟି ଟଙ୍କାର ପାଣ୍ଠି ଉଠାଣ କରିପାରନ୍ତି। ଏହି ଓ୍ବିଣ୍ଡୋକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏଭଳି ଋଣ ଉଠାଣ କରି ରାଜ୍ୟ ସେମାନଙ୍କ ରାଜସ୍ବ ନିଅଣ୍ଟ ସ୍ଥିତି ସମ୍ଭାଳିପାରିବେ। ମିତ୍ର ପରିଶେଷରେ କହିଛନ୍ତି, ବର୍ତ୍ତମାନ ବିତ୍ତୀୟ ଉତ୍ତରଦାୟିତ୍ୱ ଏବଂ ବଜେଟ ପରିଚାଳନା(ଏଫ୍‌ଆର୍‌ବିଏମ୍‌)ରେ ରହିଥିବା ନିୟମ ପରିବର୍ତ୍ତନ କରାଯାଇନାହିଁ। କେନ୍ଦ୍ର ଭଳି ରାଜ୍ୟ ସରକାର ଋଣ କରିବାକୁ ସମକ୍ଷ ହୋଇପାରିବେ ନାହିଁ। ରାଜସ୍ବ କମିବା ଯୋଗୁ ପଶ୍ଚିମବଙ୍ଗ ବର୍ତ୍ତମାନ ସୁଦ୍ଧା ୧୫ ହଜାର କୋଟି ଟଙ୍କା ଋଣ କରି ସାରିଥିବା ବେଳେ ଏଫ୍‌ଆର୍‌ବିଏମ୍‌ ସୀମାକୁ ଏହା ଟପିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାର ପ୍ରଦାନ କରିଥିବା ବିକଳ୍ପର ବିଭିନ୍ନ ଦିଗକୁ ବିଚାରକରି ଏକ ମିଳିତ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗକୁ ଅଧିକ ସ୍ପଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri