ସଙ୍କଟରେ ବଜେଟ ହୋଟେଲ ଶିଳ୍ପ: ନିଯୁକ୍ତି ହରାଇଲେଣି ୨୦ ହଜାର କର୍ମଚାରୀ

ଭୁବନେଶ୍ୱର,୨୭।୭(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ ଟ୍ରାଭେଲ ଓ ହସ୍ପିଟାଲିଟି ଶିଳ୍ପ ବିଶେଷଭାବେ କ୍ଷତିଗସ୍ତ ହୋଇଛି। ୩ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଶିଳ୍ପରେ ତାଲା ଝୁଲୁଥିବାବେଳେ ଗତ ପ୍ରାୟ ମାସେ ହେବ ରାଜ୍ୟ ସରକାର ୩୦% ଅକୁପାନ୍ସିରେ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଏହାପରେ ମଧ୍ୟ ହୋଟେଲ ଶିଳ୍ପ ସଙ୍କଟ ମଧ୍ୟଦେଇ ଗତିକରୁଛି। ବିଶେଷକରି ରାଜ୍ୟରେ ଥିବା ବଜେଟ ହୋଟେଲ ଏବଂ ଗେଷ୍ଟ୍‌ ହାଉସ୍‌ଗୁଡ଼ିକ କରୋନା ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମାଲିକମାନେ କୋଟି କୋଟି ଟଙ୍କାର କ୍ଷତି ସହିଥିବାବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। କେବଳ ଭୁବନେଶ୍ୱରରୁ ୫ ହଜାର କର୍ମଚାରୀ ଛଟେଇ ହୋଇଥିବା ରାଜ୍ୟ ବଜେଟ ହୋଟେଲ ଆଣ୍ଡ୍‌ ଗେଷ୍ଟ୍‌ହାଉସ୍‌ ଓନର୍ସ ଆସୋସିଏଶନ ତଥ୍ୟରୁ ଜଣାପଡିଛି।
ଆସୋସିଏଶନ କହିଛି ଯେ, ରାଜ୍ୟ ସରକାର ହୋଟେଲ ଖୋଲିବା ପାଇଁ ଯେଉଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ତାହା କେବଳ ତାରକା ହୋଟେଲ ପାଇଁ ଉପଯୁକ୍ତ। ବଡ଼ ବଡ଼ ହୋଟେଲଗୁଡ଼ିକରେ ଅଧିକ ସଂଖ୍ୟକ ରୁମ୍‌ ଥିବାରୁ ୩୦% ଖୋଲିବା ଦ୍ୱାରା ସେମାନେ କ୍ଷତି ସହିବେ ନାହିଁ। ମାତ୍ର ବଜେଟ୍‌ ହୋଟେଲଗୁଡ଼ିକ ୧୦ରୁ ୨୦ଟି ରୁମ୍‌ ଥିବା ଛୋଟ ଛୋଟ ୟୁନିଟ୍‌ ହୋଇଥିବାରୁ ୩୦% ଅନୁସାରେ ଖୋଲିଲେ ମାତ୍ର ୨ରୁ ୪ଟି ରୁମ୍‌କୁ ନେଇ ବ୍ୟବସାୟ କରିବା ସମ୍ଭବ ନୁହେଁ। ମିଳୁଥିବା ଅର୍ଥରେ ଘରଭଡ଼ା ମଧ୍ୟ ଦେଇହେଉ ନାହିଁ। ତେଣୁ ୩୦%ରେ ଖୋଲିବା ଅପେକ୍ଷା ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଅଧିକାଂଶ ହୋଟେଲ ମାଲିକ ଉଚିତ ମଣୁଛନ୍ତି। ବାଧ୍ୟହୋଇ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଓଡ଼ିଶାରେ ଏବେ ପଞ୍ଜୀକୃତ ପ୍ରାୟ ୫ ହଜାର ବଜେଟ ହୋଟେଲ ଥିବାବେଳେ ଅଣପଞ୍ଜୀକୃତକୁ ମିଶାଇଲେ ୭୫୦୦ ହୋଟେଲ ଓ ଗେଷ୍ଟ୍‌ହାଉସ୍‌ ରହିଛି। ଏଥିରୁ ଲକ୍ଷାଧିକ ଲୋକ ରୋଜଗାର ପାଉଥିଲେ। ବିଶେଷକରି ପଛୁଆ ତଥା ଆଭ୍ୟନ୍ତରୀଣ ଅଞ୍ଚଳର ବହୁ ଗରିବ ପିଲା ଏହି ରୋଜଗାରରେ ନିଜ ସହ ପରିବାର ଚଳାଉଥିଲେ। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏହି ପିଲାମାନେ ଏବେ ବେରୋଜଗାର ହୋଇ ଘରେ ବସିଛନ୍ତି।
ଆସୋସିଏଶନ ସଭାପତି ମନୋଜ କୁମାର ବିଶ୍ୱାଳ କହିଛନ୍ତି, ବଜେଟ ହୋଟେଲଗୁଡ଼ିକ ସାଧାରଣତଃ ଲିଜ୍‌ ବିଲ୍ଡିଂରେ ଚାଲିଥାଏ। ଆମ ବ୍ୟବସାୟ ବନ୍ଦ ଥିଲେ ମଧ୍ୟ ଘରମାଲିକମାନେ ଭଡ଼ା କାଟୁନାହାନ୍ତି। ଏପଟେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁକରଣ କରି ଯଦି ଆମେ ହୋଟେଲ ଚଲାଉଛୁ ତା’ହେଲେ ସାନିଟେଶନ ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ବଳିଯାଉଛି। ସେହିଭଳି ବାରମ୍ବାର ଦୌଡ଼ିଲେ ବି ବିଏମ୍‌ସି ଟ୍ରେଡ୍‌ ଲାଇସେନ୍ସ ଦେଉନି। କର୍ମଚାରୀ ନାହାନ୍ତି କହି ଆମକୁ ଭୁଆଁ ବୁଲାଉଛନ୍ତି। ଏନେଇ ଆମେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ବଜେଟ ହୋଟେଲଗୁଡ଼ିକୁ ସମ୍ପୂର୍ଣ୍ଣଭାବେ ଖୋଲିବାକୁ ସରକାର ଅନୁମତି ଦିଅନ୍ତୁ। ଘରଭଡ଼ା କିଛି ସମୟ ପାଇଁ ନ ମାଗିବାକୁ ଘରମାଲିକଙ୍କୁ କୁହାଯାଉ। ନଚେତ୍‌ ଏଭଳି ପରିସ୍ଥିତି ଲାଗିରହିଲେ ଆହୁରି ଅଧିକ କର୍ମନିଯୁକ୍ତି ପ୍ରଭାବିତ ହେବ ବୋଲି ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri