ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ

ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦ ଲକ୍ଷ ଟଙ୍କାର ବଜେଟ ହୋଇଛି। ଏହି ଚିଠା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିବା ପରେ ବିଧିବଦ୍ଧ ଭାବେ ଚଳିତବର୍ଷର ବଜେଟ୍‌ ଉପରେ ମୋହର ବାଜିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି। ବୈଠକ ପରେ ସେ କହିଛନ୍ତି, ଜୁନରେ ହେବାକୁ ଯାଉଥିବା ରଥଯାତ୍ରା ପାଇଁ ୧୧ କୋଟି, ସେବାୟତମାନଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ୫୦ଲକ୍ଷ, ସେବାୟତଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସହାୟତା ପାଇଁ ୫ କୋଟି ଓ ଗୁରୁକଳ ବିଦ୍ୟାଳୟ ପ୍ରତିଷ୍ଠା ନେଇ ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି। ଜେଲରୋଡ୍‌ସ୍ଥିତ ଭକ୍ତନିବାସ ଓ ହବିଷିଆଳିମାନଙ୍କ ରହଣି ପାଇଁ ଗୋଟିଏ ଧର୍ମଶାଳା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି ଏକ ଭକ୍ତନିବାସ ନିର୍ମାଣ ନେଇ ପ୍ରସ୍ତୁତି ଚାଲିଛି। ସେହିଭଳି ଖଣିଖାଦନରୁ ୧୦କୋଟି ଅର୍ଥ ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଭକ୍ତଙ୍କ ଦାନାର୍ଥକୁ କିଭଳି ବଢ଼ାଯିବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିବା କୁମାର କହିଛନ୍ତି। ବଜେଟରେ ଶ୍ରୀମନ୍ଦିର ପ୍ରଶାସନ ରାଜସ୍ବ ଆୟ ବାବଦକୁ ୯୦ କୋଟି ୮୭ ଲକ୍ଷ ଓ ରାଜସ୍ବ ବ୍ୟତୀତ ଅନ୍ୟ ଆୟ ବାବଦକୁ ୯୦ କୋଟି ୨୬ ଲକ୍ଷ ଟଙ୍କା ମିଳିବା ନେଇ ଉଲ୍ଲେଖ କରିଛି। ତେବେ ଶ୍ରୀମନ୍ଦିର ପ୍ରଶାସନିକ ଖର୍ଚ୍ଚ ରାଜସ୍ବ ବାବଦକୁ ୮୮ କୋଟି ୯୪ ଲକ୍ଷ ଓ ଅନ୍ୟ ବ୍ୟୟ ୧୧୨ କୋଟି ୭୬ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍‌ ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଶାସନ ଚଳିତବର୍ଷ ୨୦ କୋଟି ୫୭ ଲକ୍ଷର ଅର୍ଥ ରାଶି ନିଅଣ୍ଟରେ ରହିଛି। କର୍ପସ ଫଣ୍ଡ ସୁଧ ବାବଦକୁ ଶ୍ରୀମନ୍ଦିର ପ୍ରଶାସନକୁ ଚଳିତବର୍ଷ ୧୮ କୋଟି ୭୦ ଲକ୍ଷ, ଶ୍ରୀମନ୍ଦିର ହୁଣ୍ଡି ସୁଧ ବାବଦକୁ ୧୪ କୋଟି ୨୦ ଲକ୍ଷ ଓ ସରକାରଙ୍କ ଗ୍ରାଣ୍ଟ ବାବଦକୁ ୧୬ କୋଟି ୩୭ ଲକ୍ଷ ଟଙ୍କା ଆୟ ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଜମି ବିକ୍ରି ବାବଦକୁ ୬୦କୋଟି, ହୁଣ୍ଡି ଅର୍ଥ ଆଦାୟ ବାବଦକୁ ୧୩ କୋଟି ୫୦ ଲକ୍ଷ ଓ ହୁଣ୍ଡି ବ୍ୟତୀତ ଅନ୍ୟାନ୍ୟ ଅର୍ଥ ଆଦାୟ ମୂଲ୍ୟ ୩ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବୈଠକରେ ଜିଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ଅର୍ଥ ସବକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri