ବିଲୀନ ହେବ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ, ୨୨।୧୦:ମାନବ ସଭ୍ୟତାକୁ ଶାନ୍ତିର ବାର୍ତ୍ତା ଦେଇଛି ବୈଦ୍ଧ ଧର୍ମ। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ। ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ପରିକଳ୍ପିତ ‘ହୀରକ ତ୍ରିଭୂଜ’ ବିଶ୍ୱ ମାନଚିତ୍ରରେ ବୌଦ୍ଧ ଧର୍ମର ଗୁରୁତ୍ୱ ବଢ଼ାଇଛି। ହେଲେ ହୀରକ ତ୍ରିଭୁଜ ଅନ୍ତର୍ଭୁକ୍ତ ତଥା ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀର ସର୍ବପୁରାତନ ବୌଦ୍ଧସ୍ତୂପ ‘ପାରାଭାଡ଼ି’ ରକ୍ଷଣାବେକ୍ଷଣ ଅଭାବରୁ ବିଲୀନ ହେବାକୁ ବସିଛି। ଅବକ୍ଷୟ ହୋଇ ଏହି ସ୍ତୂପର ଉଚ୍ଚତା ୪୦ ଫୁଟରୁ ୧୫ ଫୁଟରେ ପହଞ୍ଚତ୍ଲାଣି। ଏହି ଐତିହାସିକ ସ୍ମାରକର ସଂରକ୍ଷଣ ଲାଗି ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନ ହେବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅବହେଳାକୁ ପଦାରେ ପକାଇଛି।
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବନ୍ଦରେଶ୍ୱର ପାହାଡ଼ର ଶୀର୍ଷରେ ରହିଛି ବୌଦ୍ଧସ୍ତୂପ ପାରାଭାଡ଼ି। ୧୯୭୫-୮୨ ମସିହା ମଧ୍ୟରେ ଲଳିତଗିରିର ଉତ୍‌ଖନନ ସମୟରେ ଏହାର ସନ୍ଧାନ ମିଳିଥିଲା। ୧୯୯୪ରେ ଏହା ଏଏସ୍‌ଆଇ ଅଧୀନକୁ ଯାଇଥିଲା। ହେଲେ ଏହି ପ୍ରାଚୀନ ବୌଦ୍ଧପୀଠର ସଂରକ୍ଷଣ କିମ୍ବା ଉତ୍‌ଖନନ କରାଯାଇନାହିଁ। ଫଳରେ ଏହା ଅସ୍ତିତ୍ୱ ହରାଇବାକୁ ବସିଛି। ଏ ସମ୍ପର୍କରେ ସୂଚନା ଦେଇ ବିଶିଷ୍ଟ ଐତିହାସିକ ତଥା ବୌଦ୍ଧଧର୍ମ ଗବେଷକ ଡ. ହରିଶଚନ୍ଦ୍ର ପୃଷ୍ଟି କୁହନ୍ତି, ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ଭ୍ରମଣରେ ଆସିଥିବା ସମୟରେ ଏହି ସ୍ତୂପର ଅନୁଧ୍ୟାନ କରିଥିଲେ। ସେ ନିଜ ପୁସ୍ତକରେ ପାରାଭାଡ଼ି ବିଷୟରେ ଉଲ୍ଲେଖ କରିଛନ୍ତି। ସାରନାଥ, ସାଞ୍ଚତ୍, ନାଗାର୍ଜୁନ କେଣ୍ଡା ଓ ଜାଭାର ବର୍ବୋଦରସ୍ଥିତ ବୌଦ୍ଧ ମହାସ୍ତୂପଗୁଡ଼ିକ ସହ ପାରାଭାଡ଼ିର ଅନେକ ସାମଞ୍ଜସ୍ୟ ରହିଛି। ପାରାବୋଧିର ଅପଭ୍ରଂଶରୁ ପାରାଭାଡ଼ି ସୃଷ୍ଟି ହୋଇଛି। ଲଳିତଗିରି ସହ ପଞ୍ଚଗିରି ଅନ୍ତର୍ଗତ ପାରାଭାଡ଼ି ପାହାଡ଼ ଉପରେ ଯେଉଁ ସ୍ତୂପ ରହିଛି ତାକୁ ଗବେଷକମାନେ ପାରାବୋଧି ବୋଲି କହିଥାନ୍ତି। ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ତପସୁ ଏବଂ ଭଲୁକ ଏହି ସ୍ତୂପ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଲାଗି ଲଳିତଗିରିର ଲଣ୍ଡା ପାହାଡ଼ରେ ଥିବା ବୌଦ୍ଧ ସ୍ତୂପ ଓ ପାରାଭାଡ଼ି ସ୍ତୂପ ସମକାଳୀନ ଭାବେ ନିର୍ମାଣ କରାଯାଇଥିଲା। ସମ୍ରାଟ ଅଶୋକ ବିଶ୍ୱରେ ବୌଦ୍ଧଧର୍ମ ପ୍ରଚାର କରିବା ସହ ମୂଲ୍ୟବାନ ଦ୍ରବ୍ୟ ଏବଂ ସ୍ତୂପଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଲଳିତଗିରିର ସ୍ତୂପରୁ ବୁଦ୍ଧଙ୍କ ଅସ୍ଥି ପେଟିକା ମିଳିଥିଲା। ୩ ଫରୁଆରେ ସଂରକ୍ଷିତ ଏହି ପେଟିକାର ପ୍ରଥମ କାଠ, ଦ୍ୱିତୀୟ ରୂପା ଏବଂ ତୃତୀୟ ସୁନା ଫରୁଆରେ ଆବଦ୍ଧ ହୋଇ ରହିଥିଲା। ଗତବର୍ଷ ଲଳିତଗିରିରେ ନିର୍ମିତ ବୁଲେଟ୍‌ ପ୍ରୁଫ୍‌ ମ୍ୟୁଜିୟମରେ ଏହାକୁ ସଂରକ୍ଷିତ କରି ରଖାଯାଇଛି। ଏଏସ୍‌ଆଇ ଅଧୀନକୁ ଯିବା ସମୟରେ ପରାଭାଡ଼ି ସ୍ତୁପର ଉଚ୍ଚତା ୪୦ଫୁଟ ଥିଲା। ହେଲେ କ୍ରମାଗତ ଅବକ୍ଷୟ ଘଟି ଏହାର ଉଚ୍ଚତା ୧୫ ଫୁଟରେ ପହଞ୍ଚତ୍ଛି। ସେହିପରି ୨ଶହ ଏକର ଜମିରେ ଏହାର ପରିସୀମା ଚିହ୍ନଟ କରାଯାଇଥିଲେ ମଧ୍ୟ ଏହାର ସଂରକ୍ଷଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆ ନ ଯିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ଏଏସ୍‌ଆଇ ତରଫରୁ ପାରାଭାଡ଼ି ସ୍ତୂପକୁ ଉତ୍‌ଖନନ କରାଗଲେ ବୌଦ୍ଧଧର୍ମ ସଂକ୍ରାନ୍ତ ଅନେକ ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ଏଏସ୍‌ଆଇର ସହକାରୀ ଅଧୀକ୍ଷକ ମାନସ ରଞ୍ଜନ ସାହୁ କୁହନ୍ତି ୧୯୯୪ରୁ ଏହା ଏଏସ୍‌ଆଇ ଅଧୀନକୁ ଆସିଥିଲା। ଟଙ୍କା ଅଭାବରୁ ଏହାର ରକ୍ଷଣାବେକ୍ଷଣା ହୋଇପାରିନାହିଁ। ବଜେଟ କରାଗଲେ ଏହାର ଏହାର ଉତ୍‌ଖନନ ଓ ସଂରକ୍ଷଣ କରାଯାଇ ପାରିବ।

ପ୍ରଦୀପ୍ତ କୁମାର ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?