ବ୍ରିଟିଶ ନିର୍ମିତ ବଙ୍ଗଳା ଏବେ ଭୂତକୋଠି

ମହାକାଳପଡ଼ା,୧୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବ୍ରିଟିଶ ଶାସନ ସମୟରେ ହୁକିଟୋଲାଠାରେ ବୃହତ୍‌ ପଣ୍ୟାଗାର, ଜମ୍ବୁ ଗ୍ରାମରେ ଲାଲ୍‌ ରଙ୍ଗର ବ୍ରିଟିଶ ଆଶ୍ରୟସ୍ଥଳ, ଜମ୍ବୁ ଲକ୍‌ଠାରେ ଜଳସେଚନ ବିଭାଗର ବଙ୍ଗଳା ନିର୍ମାଣ ହୋଇଥିଲା। ସୂକ୍ଷ୍ମ କାରିଗରି ଖୁବ୍‌ ସୁନ୍ଦର ଓ ମନଲୋଭା। ବ୍ରିଟିଶ ଶାସନ ସମୟ ଚାଲିଯାଇଛି କିନ୍ତୁ ଅନେକ ଅକୁହା କଥା ଛାଡ଼ି ଦେଇ ଯାଇଛି।
ଜମ୍ବୁ-ମାର୍ଶାଘାଇ କେନାଲ କଟକର ମହାନଦୀ ଜଗତପୁରଠାରୁ ଉତ୍ପତ୍ତି ହୋଇଛି। ଏହି କେନାଲ ଅଞ୍ଚଳ ଜମ୍ବୁ ଲକ୍‌ସ୍ଥିତ ଗୋବରୀ ନଦୀ ଚଟକା ବଙ୍ଗୋପସାଗରଠାରେ ମିଶିଛି। ବ୍ରିଟିଶ ସମୟରେ ନୌବାଣିଜ୍ୟ କାରବାର ବା ଯାତାୟାତ ପାଇଁ ଏହି କେନାଲ ଖନନ କରାଯାଇଥିଲା। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ସମୟରେ କେନାଲ ଜଳପଥରେ ପଣ୍ୟ ଦ୍ରବ୍ୟକୁ ନେଇ କଟକ ମାଲଗୋଦାମରେ ଗଚ୍ଛିତ ରଖି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଯାଉଥିଲା। ସେହିପରି ଏହି କେନାଲ ଜଳ ନିୟନ୍ତ୍ରଣ ପାଇଁ ଜଗତପୁରଠାରୁ ସାଲେପୁର, ଦାନପୁର, ବସୁପୁର, କଳପଡ଼ା, ମାର୍ଶାଘାଇ ଓ ଜମ୍ବୁଠାରେ କଟକ-ବାରବାଟୀ ଗଡ଼ ଖାଇ ବଉଳମାଳିଆ ପଥର ଖଞ୍ଜାଯାଇ ଲକ୍‌ ନିର୍ମାଣ କରାଯାଇଥିଲା। ଏହି ଜଳ ନିଷ୍କାସନ ଓ ନିୟନ୍ତ୍ରଣ ଲକ୍‌ ଲୁହାଗୁଡ଼ିକ କଳଙ୍କି ଲାଗିଲାଣି। ବିଭାଗ ପକ୍ଷରୁ ପ୍ରତିବର୍ଷ ରଙ୍ଗ ଲେପନ ପାଇଁ ଦାବି ହେଉଛି। ଅପରପକ୍ଷରେ ବ୍ରିଟିଶ ଶାସକମାନେ ଜମ୍ବୁ ଲକ୍‌ଠାରେ ଏକ ବଙ୍ଗଳା ନିର୍ମାଣ କରିଥିଲେ। ଏହି ବଙ୍ଗଳା ନିର୍ମାଣ (ଷ୍ଟର୍ମ ୱେଭ ୧୮୮୫) ଏକ ମାର୍ବଲ ଲେଖାରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ତେବେ ବଙ୍ଗଳାର ନିର୍ମାଣ ୧୩୮ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଅଦ୍ୟାବଧି ତା’ର ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ହରାଇଛି। ସ୍ବାଧୀନତା ପରେ ଏହା ଜଳସେଚନ ବିଭାଗ ଅଧୀନରେ ରହିଛି। ୧୯୭୧ ବାତ୍ୟାରେ ଏଠାରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଜୁ ପଟ୍ଟନାୟକ ଏଠାରେ ପହଞ୍ଚତ୍ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହି ବଙ୍ଗଳରେ ଖାଦ୍ୟଶସ୍ୟ ରଖାଯାଇ ବିପନ୍ନ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ଏହାର ମରାମତି ଓ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ସାମାଜିକ କର୍ମୀ ସୁବାସ ସ୍ବାଇଁ, ଲକ୍ଷ୍ମୀକାନ୍ତ ସ୍ବାଇଁ, ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିବା କଥା ଏହି ବ୍ରିଟିଶ୍‌ ନିର୍ମିତ ବଙ୍ଗଳା କୀର୍ତ୍ତିରାଜି ଦିନକୁ ଦିନ ପୂର୍ବ ସୌନ୍ଦର୍ଯ୍ୟ ହରାଇଛି। ତା’ର ନିଜ ପୂର୍ବ ରୂପ ଓ ସୌନ୍ଦର୍ଯ୍ୟ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ବ୍ରିଟିଶ୍‌ ନିର୍ମିତ ବଙ୍ଗଳା ଅଦ୍ୟାବଧି ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ବ୍ରିଟିଶ ନିର୍ମିତ ବଙ୍ଗଳାର ବିକାଶ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିଲେ ନୂତନ ବଙ୍ଗଳା ନିର୍ମାଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri