ବର୍ଷେ ପରେ ବି ଘାଇ ମରାମତି ହେଲାନି

ଲୋଇସିଂହା, ୨୮।୬(ଡି.ଏନ.ଏ.)  ଗତବର୍ଷ ଲଗାଣ ବର୍ଷାରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଅଗଲାପାଲି ଗ୍ରାମସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଖଜୁରି କଟାଁ ହୁଡାରେ ଘାଇ ହୋଇଥିଲା। ସେତେବେଳେ କଟାଁର ପାଣି ମାଡିଯାଇ ଚାଷଜମି ବାଲିଚର ହେବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ସମ୍ପ୍ରତି ବର୍ଷାଋତୁ ଆସିଯାଇଥିଲେ ସୁଦ୍ଧା ମୁକୁଳା ଘାଇ ଅଦ୍ୟାବଧି ମରାମତି କରାଯାଇ ନାହିଁ। ବର୍ଷା ଜଳ ସଂରକ୍ଷଣ ହୋଇ ପାରୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାମତେ, ଅଗଲାପାଲି ଗାଁର ତଳମୁଣ୍ଡରେ କ୍ଷୁଦ୍ର ଜଳସଚେତନ ପ୍ରକଳ୍ପ ଖଜୁରି କଟାଁ ରହିଛି। କଟାଁର ପରିସୀମା ପ୍ରାୟ ୧୫ଏକର। କଟାଁର ତଳମୂଣ୍ଡରେ ଥିବା ଅଗଲାପାଲି,ଚୌହାନପାଲି ଓ ସୁବର୍ଣ୍ଣପୁର ଜିଲା ଅଧୀନ କୁମୁଣ୍ଡେ ଓ ନର୍ଡାକଟାଁ ଗାଁର ଶହେରୁ ଊର୍ଦ୍ଧ୍ୱ ଏକର ଚାଷଜମି ରହିଛି ା କଟାଁର ସଂରକ୍ଷିତ ବର୍ଷାପାଣିକୁ ଅନାବୃଷ୍ଟି ସମୟରେ ଚାଷୀମାନେ ବ୍ୟବହାର କରିଥାନ୍ତି। ହେଲେ ଉକ୍ତ ପ୍ରକଳ୍ପ ରକ୍ଷଣାବେକ୍ଷଣ ପ୍ରତି ବିଭାଗ ଆଖିବୁଜି ଦେଇଥିବା ଅଗଲାପାଲି ଗ୍ରାମାବାସୀ ଓ ପ୍ରକଳ୍ପ ତଳମୁଣ୍ଡ ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ୨୦୧୯ ଅଗଷ୍ଟରେ ଲଗାଣ ବର୍ଷା ଲାଗିରହିଥିଲା। ଏଥିଯୋଗୁ ଦୁର୍ବଳ ଥିବା ପ୍ରକଳ୍ପର ହୁଡାରେ ୨୫ରୁ ୩୦ ଫୁଟର ଘାଇ ସୃଷ୍ଟି କରିଥିଲା। ସେତେବେଳେ ପ୍ରକଳ୍ପ ତଳମୁଣ୍ଡକୁ ପାଣି ଓ ବାଲି ମାଡି ଯାଇ ବ୍ୟାପକ ଚାଷ ନଷ୍ଟ ହୋଇଥିଲା। ଚଳିତ ଖରିଫ ଚାଷ ପୂର୍ବରୁ ଘାଇ ମରାମତି ପାଇଁ ଚାଷୀମାନେ ବିଭାଗ ନିକଟରେ ଦାବି କରିଥିଲେ। ହେଲେ ଏପଟେ ଖରିଫ ଚାଷ ଆରମ୍ଭ ହୋଇଯାଇଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଘାଇ ମରାମତି ହୋଇ ନ ଥିବାରୁ ପ୍ରକଳ୍ପରେ ବର୍ଷା ଜଳ ସଂରକ୍ଷିତ ନ ହୋଇ ଅଯଥାରେ ତଳମୁଣ୍ଡକୁ ବୋହିଯାଉଛି। ଜମିରେ ବୁଣା ହୋଇଥିବା ଧାନ ଗଜା ଦେଇଥିବାରୁ ତାହା ନଷ୍ଟ ହେବା ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri