ବର୍ଷେ ନ ପୂରୁଣୁ ଦବିଲା ବ୍ରିଜ୍‌

ନୂଆପଡ଼ା ଅଫିସ,୨୧।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ଉଭୟ ପାର୍ଶ୍ୱ ଦବିବାରେ ଲାଗିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜିଲା ପ୍ରଶାସନ ରାସ୍ତା ସିଲ କରି ଯୁଦ୍ଧକାଳୀନ ଭିତିରେ ମରାମତି କାର୍ଯ୍ୟ କରୁଛି। ଏହି ରାସ୍ତାରେ ଜରୁରୀକାଳୀନ ସେବା ଗାଡି ଓ ଦୁଇ ଚକିଆ ଗାଡି ଯାଉଛି। ଭାରିଯାନ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଅନ୍ୟ ରାସ୍ତା ଦେଇ ଯାତାୟାତ କରୁଛି। ପୋଲିସ ୨୪ ଘଣ୍ଟିଆ ପହଁରା ଦେଇ ୩ ସ୍ଥାନରେ କ୍ୟାମ୍ପ କରି ଗାଡି ଚାଳକଙ୍କୁ ରାସ୍ତା ଦେଖାଉଛି। ନୂଆପଡା-ଖଡିଆଳ ରାସ୍ତା ସିଲ କରିଥିବାରୁ ନୂଆପଡା ପଟୁ ଯାଉଥିବା ଭାରିଯାନକ ଘାଟିପଡାଠାରେ କିମ୍ବା କ୍ରିଷ୍ଣା ଛକରୁ ଭେଲା ଦେଇ ବିଜୁ ଏକ୍ସପ୍ରେସ ଫୋରୱେରେ ବୋଡେନ ବ୍ଲକ ଖଇରା ଦେଇ ଖଡ଼ିଆଳ ଯିବାକୁ ପଡୁଛି। ଖଡିଆଳ ପଟୁ ଆସୁଥିବା ଗାଡି ସେହି ରାସ୍ତା ଦେଇ ଆସିବାକୁ ପଡୁଛି। ୩୫୩ ନମ୍ବର ଜାତୀୟ ରାଜପଥ ଯାତାୟାତ ଠପ୍‌ ଥିବାରୁ ଅନ୍ୟ ଜିଲାକୁ ଯୋଗାଯୋଗ ବ୍ୟାହତ ହୋଇଛି। ବ୍ରିଜ ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ବର୍ଷେ ନ ପୂରୁଣୁ ବ୍ରିଜ ଦବିଯାଇଛି। ଏହି ରାସ୍ତା ଦେଇ ଓଡିଶାରୁ ଛତିଶଗଡ, ଆନ୍ଦ୍ରପ୍ରଦେଶ ସହ ଅନ୍ୟ ରାଜ୍ୟକୁ ସଂଯୋଗ କରୁଥିବା ବେଳେ ପ୍ରତିଦିନ ହଜାର ହଜାର ଗାଡି ଯାତାୟାତ କରୁଛି। ଏ ସମ୍ପର୍କରେ ଜିଲାପାଳ ହେମକାନ୍ତ ସାଏଙ୍କୁ ପଚାରିବାରୁ ଆମକୁ ଖବର ଆସିବା କ୍ଷଣି ସାଙ୍ଗେ ସାଙ୍ଗେ ଯାଇ ଅନୁଧ୍ୟାନ କରିଥିଲୁ। ସେମିତି ବଡ ବିପଦ ନାହିଁ। ବ୍ରିଜର ତଳରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଳିର ଗଛିତ ପାଣି ରହିଥିବାରୁ ମାଟି ଖାଇ ଦବିବା ଆରମ୍ଭ ହେଉଥିଲା। ୭ ଦିନ ଭିତରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ଯୁଦ୍ଧକାଳୀନ ଭିତିରେ ମରାମତି କାମ ଚାଲିଥିବାରୁ ଭାରିଯାନ ଉକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri