ବ୍ରାଣ୍ଡ୍‌ ଅସଲି, ସାମଗ୍ରୀ ନକଲି

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ନକଲି ଓ ଅପମିଶ୍ରତି ସାମଗ୍ରୀରେ ହବ୍‌ ପାଲଟିଛି ଓଡ଼ିଶା। ଅସଲି ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ସାମଗ୍ରୀ। ଜାଲ୍‌ ନୋଟ୍‌ଠାରୁ ଆରମ୍ଭ କରି ପୂଜା ଓ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ଚାଲିଛି। ଏପରି କି ଦିନକୁ ଦିନ ନକଲି ସାମଗ୍ରୀ ତିଆରି କାରଖାନା ବଢ଼ିବାରେ ଲାଗିଛି। ଟଙ୍କା ଦେଇ ଲୋକେ ଖାଦ୍ୟ ସାମଗ୍ରୀ ନାଁରେ ବିଷ କିଣୁଛନ୍ତି। ଗତ ମାସରେ ଝାରସୁଗୁଡ଼ାରୁ ଜାଲ୍‌ ନୋଟ୍‌ କାରଖାନା ଠାବ କରାଯାଇ ବିପୁଳ ପରିମାଣର ନକଲି ନୋଟ୍‌ ଜବତ କରାଯାଇଥିଲା। ସେହିଭଳି କଟକ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ କରାଯାଉଛି। ଯାହାକି ଏବେ ରାଜ୍ୟବାସୀଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି। ତେଲ, ହଳଦୀ ଗୁଣ୍ଡ, ଘିଅ, ଟମାଟୋ କେଚ୍‌ଅପ୍‌ ଭଳି ଖାଦ୍ୟସାମଗ୍ରୀ କିଣିବା ପୂର୍ବରୁ ବହୁବାର ଭାବିବାକୁ ପଡ଼ୁଛି। ଉପରେ ଜଣାଶୁଣା ବ୍ରାଣ୍ଡର ନାଁ ଓ ସମାନ ପ୍ୟାକେଜିଂ ହୋଇଥିଲେ ବି ଭିତରେ ଅପମିଶ୍ରିତ ଭେଜାଲ ସାମଗ୍ରୀ ଭର୍ତ୍ତି କରାଯାଉଛି। ସବୁଠାରୁ ବଡ଼କଥା ହେଲା, ଏବେ ଏହି ନକଲି କାରବାର ସହରାଞ୍ଚଳ ପରିବର୍ତ୍ତେ ଗ୍ରାମୀଣ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମାଡ଼ିଲାଣି।

ବିଭିନ୍ନ ସାମଗ୍ରୀର ବ୍ୟାପକ ଅପମିଶ୍ରଣ କରାଯାଇ ବିପୁଳ ପରିମାଣର ନକଲି ଜିନିଷ ବଜାରରେ ବିକ୍ରି ହେଉଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ନୀରବଦ୍ରଷ୍ଟା ସାଜିଛି। ଖାଦ୍ୟ କମିଶନ ଓ ଅନ୍ୟାନ୍ୟ ବିଭାଗୀୟ ସଂସ୍ଥା ଯେତେ ତତ୍ପର ହେବା କଥା ତାହା ଦେଖାଯାଉନାହିଁ। ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି କୋଟି କୋଟି ଟଙ୍କା ମୂଲ୍ୟର ନକଲି ସାମଗ୍ରୀ ଜବତ କରିବା ଘଟଣା ଖାଉଟି ମହଲରେ ଆତଙ୍କ ସୃଷ୍ଟି କରିଛି। ଯୋଗାଣ ବିଭାଗ ଅଧୀନରେ ପ୍ରତି ଜିଲାରେ ମାନ ନିୟନ୍ତ୍ରଣ ସହିତ ବଜାରରୁ ଗୋଇନ୍ଦା ତଥ୍ୟ ସଂଗ୍ରହ ଲାଗି ସ୍ବତନ୍ତ୍ର ପଦବୀମାନ ରହିଛି। ଯୋଗାଣ ବିଭାଗର ମାର୍କେଟ ଇଣ୍ଟେଲିଜେନ୍ସ ଶାଖା ଅପମିଶ୍ରଣ ତଥା ନକଲି ଖାଦ୍ୟ ସାମଗ୍ରୀ ଓ ଏହାର ବିକ୍ରେତା, ମହଜୁଦକାରୀ ଏବଂ ପ୍ରସ୍ତୁତକାରୀଙ୍କ ସମ୍ପର୍କରେ ଖବର ରଖି ଧରାଇବାର ବ୍ୟସ୍ଥା ରହିଛି। ମାତ୍ର ଗତ କିଛିମାସ ମଧ୍ୟରେ ଯେତେ ପରିମାଣର ନକଲି ଘିଅ, ତେଲ, ମସଲା, ଟମାଟୋ କେଚ୍‌ଅପ୍‌, ଗାଡ଼ିର ଇଞ୍ଜିନ ତୈଳ ଓ ନକଲି ନିଶା କାରଖାନା ଜବତ କରାଯାଇଛି ତାହା କେବଳ ସାଧାରଣ ଲୋକଙ୍କ ଅଭିଯୋଗ ଏବଂ ପୋଲିସର ସକ୍ରିୟ କାର୍ଯ୍ୟାନୁଷ୍ଠାନ ଯୋଗୁ ସମ୍ଭବ ହୋଇଛି। ସମଗ୍ର ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନରେ ନକଲି ପୂଜା ସାମଗ୍ରୀ ବ୍ୟାପକ ଭାବେ ବିକ୍ରି ହେଉଥିଲେ ମଧ୍ୟ ତାହାର ପ୍ରତିକାର କୌଣସି ମନ୍ଦିର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ଦେବତ୍ତୋର ବିଭାଗ, ଆଇନ୍‌ ବିଭାଗ କରୁନାହିଁ। ଲଗାତାର ଭାବେ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନକଲି ଘିଅ କାରଖାନା ଉପରେ ଚଢଉ କରାଯାଇ ଟନ୍‌ ଟନ୍‌ ପରିମାଣର ବିଷାକ୍ତ ଘିଅ, ନକଲି ଗଙ୍ଗାଜଳ ଓ ମହୁ ଜବତ ହେଉଛି। କିନ୍ତୁ ରାଜ୍ୟର ପ୍ରାୟ ସମସ୍ତ ମନ୍ଦିରରେ ପୋଡ଼ା ମୋବିଲ, ପାମୋଲିନ୍‌ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀରେ ପ୍ରସ୍ତୁତ ହୋଇଥିବା ଘିଅ ଖୋଲାଖୋଲି ଭାବେ ବିକ୍ରି ଚାଲିଛି।

୨୦୧୮ରେ କଟକ ଜଗତପୁରରୁ ଠାବ ହୋଇଥିବା ଏକ ନକଲି ତେଲ କାରଖାନାରେ ଅସଲି ବ୍ରାଣ୍ଡ ପ୍ୟାକେଟରେ ନକଲି ତେଲ ବିକ୍ରି ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ସେହିବର୍ଷ କଟକ ସଦରଥାନା ଅନ୍ତର୍ଗତ ପିରବଜାର ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା ଜବତ ହୋଇଥିଲା। ଜଗତପୁରର ଭଇରିପୁର ଅଞ୍ଚଳରେ ଆନ୍ଧ୍ରରୁ କମ୍‌ ଦରରେ ତେଲ କିଣି ନାଲି ରଙ୍ଗ ସାଙ୍ଗକୁ ନଡ଼ିଆ ତେଲ ମିଶାଇ ତାହାକୁ ଅସଲି ମୋବିଲ ରୂପ ଦେଇ ବଜାରରେ ବିକ୍ରି ହେଉଥିବା ଜଣାପଡ଼ିଥିଲା। ୨୦୧୯ରେ କଟକ ବମ୍ପକୁଦ ଓ ମାଲଗୋଦାମ ସମେତ ଭୁବନେଶ୍ୱରର କେତେକ ସ୍ଥାନରୁ ହଜାର ହଜାର ଲିଟର ଭେଜାଲ ତେଲ ଓ ଘିଅ ଜବତ ହୋଇଥିଲା। ୨୦୨୦ରେ ଯୋବ୍ରା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ମହୁ, ଅଗୁରୁ, ଗଙ୍ଗାଜଳ, ବ୍ୟବହୃତ କେମିକାଲ, ଷ୍ଟିକର ଓ ଖାଲି ଡବା ଜବତ କରାଯାଇଥିଲା। ଜଗତପୁର ଥାନା ଅନ୍ତର୍ଗତ ଆଇ.ବି ରୋଡରୁ ସିଝା ଆଳୁ, ଶାଗ, ରଙ୍ଗ ଓ ରାସାୟନିକ ପଦାର୍ଥ ମିାଶାଇ ପ୍ରସ୍ତୁତ ନକଲି ଟମାଟୋ ସସ୍‌, ମାଲଗୋଦାମରୁ ୧୫ କୁଇଣ୍ଟାଲ ଅପମିଶ୍ରିତ ହଲଦୀ ଓ ଲଙ୍କା ଗୁଣ୍ଡ, ନଭେମ୍ବରରେ ପୁଣି ମାଲଗୋଦାମରେ ୩ଟି ଦୋକାନକୁ ପୋଲିସ ଚଢାଉ କରି ୫୦କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ କରିଥିଲା। ନଭେମ୍ବର ୧୪ରେ ଜଗତପୁର ଥାନା ଅନ୍ତର୍ଗତ ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରୁ ୫୦ କୁଇଣ୍ଟାଲର ହଲଦୀ, ଲଙ୍କା ଗୁଣ୍ଡ ସହିତ ବେନାମୀ ନକଲି ମସଲା ଜବତ ହୋଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଏହି ନକଲି ସାମଗ୍ରୀକୁ କମ୍‌ ଟଙ୍କାରେ କିଣି ଫୁଟ୍‌ପାଥ୍‌ ବ୍ୟବସାୟୀ, ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌, ଛୋଟ ବଡ଼ ହୋଟେଲଗୁଡ଼କ ସେଥିରେ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ବିଷ ପରଷୁଛନ୍ତି। ପୋଡ଼ା ମୋବିଲ, ପାମୋଲିନ୍‌ରେ ତଆରି ଘିଅକୁ ହୋଟେଲଗୁଡ଼ିକ ବଟର ରୋଟି ଏବଂ ବଟର୍‌ ନାନ୍‌ ପ୍ରସ୍ତୁତ କରିବାରେ ବ୍ୟବହାର କରୁଛନ୍ତି। ଏହାବାଦ୍‌ ରାସ୍ତାକଡ଼ ଫୁଟ୍‌ଫାଥ୍‌ ବ୍ୟବସାୟୀମାନେ ବିଭିନ୍ନ ବେନାମୀ ବ୍ରାଣ୍ଡର ତେଲ, ଟମାଟୋ ସସ୍‌କୁ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଦିନ ଦ୍ୱିପ୍ରହରେ ଏହା ଖୁଲମ୍‌ଖୁଲା ହେଉଥିଲେ ମଧ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। କେବଳ ମେଳା, ମହୋତ୍ସବରେ ଖାଦ୍ୟର ମାନ ଯାଞ୍ଚ କରିଦେଇ ବାକି ସମୟରେ ଏହି ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି ଥିବା ଭୁବନେଶ୍ୱରର ପ୍ରହଲ୍ଲାଦ ସାହୁ ପ୍ରକାଶ କରିଛନ୍ତି। ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରବାର ବୃଦ୍ଧି ସମ୍ପର୍କରେ ଫୁଡ୍‌ ସେଫ୍ଟି କମିଶନର ଯାମିନୀ ଷଡ଼ଙ୍ଗୀଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ୍‌ ନମ୍ବର ୯୪୩୭୦୪୮୧୭୭ରେ ଏକାଧିକ ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri