Posted inଫୁରସତ

ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରେମିକ ନେଲେ ଏମିତି ପଦକ୍ଷେପ, ଯାହା କେବେ ଶୁଣି ନ ଥିବେ

ଯାହାକୁ ଆପଣ ହୃଦୟ ଦେଇ ଭଲ ପାଇଥିବେ ଯଦି ସେ ଆପଣଙ୍କଠାରୁ ଦୂରେଇ ଯିବେ ତେବେ ନିଶ୍ଚିତ କଷ୍ଟ ଲାଗିବ। ଏହା ପରେ କିଏ କେତେ କ’ଣ କାଣ୍ଡ ଘଟାଇଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି, ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ। ଥରେ ଧୋକ୍କା ପାଇବା ପରେ ଆଉ କାହାକୁ ପ୍ରେମ କରିବା ଅପେକ୍ଷା ନିଜକୁ ବେଶି ଭଲ ପାଇବସନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲ୍‌ରେ।
ବ୍ରାଜିଲର ଜଣେ ଯୁବକ ପ୍ରେମିକାଙ୍କଠାରୁ ବ୍ରେକ୍‌ଅପ୍‌ ହେବା ପରେ ନିଜକୁ ନିଜେ ବିବାହ କରିଛନ୍ତି। ଯାହାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


ଏକ ରିପୋର୍ଟ ଅନୁଯାୟୀ, ଡକ୍ଟର ଡିଓଗୋ ରବେଲୋଙ୍କ ତାଙ୍କ ପ୍ରେମିକା ବିଟୋର ୟୁନୋଙ୍କ ସହ ଗତବର୍ଷ ନଭେମ୍ବରରେ ନିର୍ବନ୍ଧ ହୋଇଥିଲା। ଚଳିତବର୍ଷ ତାଙ୍କର ବିବାହ ହୋଇଥାନ୍ତା। ମାତ୍ର ଏହା ପୂର୍ବରୁ ତାଙ୍କର ବ୍ରେକ୍‌ଅପ୍‌ ହୋଇଗଲା। ତେଣୁ ଡକ୍ଟର ଡିଓଗୋଙ୍କ ମନରେ ଏହାକୁ ନେଇ ଆଉ କିଛି ଚାଲିଲା। ସେ ନିଷ୍ପତ୍ତି ନେଲେ ନିଜ ମନ ମୁତାବକ ବିବାହ କରିବେ ଏବଂ କୌଣସି ପାର୍ଟି ବନ୍ଦ ହେବ ନାହିଁ। ଏହା ପରେ ସେ ନିଜେ ନିଜକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ। ଏଥିପାଇଁ ଉତ୍ତରପୂର୍ବ ରାଜ୍ୟର ଇଟାକାରେର ଏକ ରିସୋର୍ଟରେ ବିବାହ ପାର୍ଟିର ଆୟୋଜନ କରିଥିଲେ। କରୋନା ଭାଇରସ ଯୋଗୁ ଏହି ସମାରୋହରେ କେବଳ ୪୦ ଲୋକ ସାମିଲ ହୋଇଥିଲେ। ଡିଓଗୋ ନିଜ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ କହିଥିଲେ, ଆଜି ମୋ’ ଜୀବନର ସବୁଠୁ ଖୁସିର ଦିନ। କାରଣ ଜୀବନରେ ମୁଁ ଏହି ଲୋକଙ୍କ ସହିତ ଅଛି, ଯାହାଙ୍କୁ ମୁଁ ଅଧିକ ଭଲ ପାଏ।
ଏଥିସହିତ ସେ ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଯାହାଙ୍କ ସମର୍ଥନରେ ନିଜ ଜୀବନରେ ଅନେକ ପ୍ରେମ ମିଳିଛି। ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ତାଙ୍କର ଶୁଭକାମନା କରିଛନ୍ତି। ସେ ଲେଖିଛନ୍ତି, ତୁମକୁ ମୁଁ ବହୁତ ସମ୍ମାନ କରେ। ମୁଁ ଚାହେଁ ତୁମେ ଆଜିଠାରୁ ସ୍ବତନ୍ତ୍ର ରୁହ ଆଉ ଯେଉଁଠି ଚାହୁଁଛି ସେଠି ଭଲରେ ରୁହ। ପ୍ରେମିକାଙ୍କ ଡିଓଗୋଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri