Posted inଫୁରସତ

ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରେମିକ ନେଲେ ଏମିତି ପଦକ୍ଷେପ, ଯାହା କେବେ ଶୁଣି ନ ଥିବେ

ଯାହାକୁ ଆପଣ ହୃଦୟ ଦେଇ ଭଲ ପାଇଥିବେ ଯଦି ସେ ଆପଣଙ୍କଠାରୁ ଦୂରେଇ ଯିବେ ତେବେ ନିଶ୍ଚିତ କଷ୍ଟ ଲାଗିବ। ଏହା ପରେ କିଏ କେତେ କ’ଣ କାଣ୍ଡ ଘଟାଇଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି, ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ। ଥରେ ଧୋକ୍କା ପାଇବା ପରେ ଆଉ କାହାକୁ ପ୍ରେମ କରିବା ଅପେକ୍ଷା ନିଜକୁ ବେଶି ଭଲ ପାଇବସନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲ୍‌ରେ।
ବ୍ରାଜିଲର ଜଣେ ଯୁବକ ପ୍ରେମିକାଙ୍କଠାରୁ ବ୍ରେକ୍‌ଅପ୍‌ ହେବା ପରେ ନିଜକୁ ନିଜେ ବିବାହ କରିଛନ୍ତି। ଯାହାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


ଏକ ରିପୋର୍ଟ ଅନୁଯାୟୀ, ଡକ୍ଟର ଡିଓଗୋ ରବେଲୋଙ୍କ ତାଙ୍କ ପ୍ରେମିକା ବିଟୋର ୟୁନୋଙ୍କ ସହ ଗତବର୍ଷ ନଭେମ୍ବରରେ ନିର୍ବନ୍ଧ ହୋଇଥିଲା। ଚଳିତବର୍ଷ ତାଙ୍କର ବିବାହ ହୋଇଥାନ୍ତା। ମାତ୍ର ଏହା ପୂର୍ବରୁ ତାଙ୍କର ବ୍ରେକ୍‌ଅପ୍‌ ହୋଇଗଲା। ତେଣୁ ଡକ୍ଟର ଡିଓଗୋଙ୍କ ମନରେ ଏହାକୁ ନେଇ ଆଉ କିଛି ଚାଲିଲା। ସେ ନିଷ୍ପତ୍ତି ନେଲେ ନିଜ ମନ ମୁତାବକ ବିବାହ କରିବେ ଏବଂ କୌଣସି ପାର୍ଟି ବନ୍ଦ ହେବ ନାହିଁ। ଏହା ପରେ ସେ ନିଜେ ନିଜକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ। ଏଥିପାଇଁ ଉତ୍ତରପୂର୍ବ ରାଜ୍ୟର ଇଟାକାରେର ଏକ ରିସୋର୍ଟରେ ବିବାହ ପାର୍ଟିର ଆୟୋଜନ କରିଥିଲେ। କରୋନା ଭାଇରସ ଯୋଗୁ ଏହି ସମାରୋହରେ କେବଳ ୪୦ ଲୋକ ସାମିଲ ହୋଇଥିଲେ। ଡିଓଗୋ ନିଜ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ କହିଥିଲେ, ଆଜି ମୋ’ ଜୀବନର ସବୁଠୁ ଖୁସିର ଦିନ। କାରଣ ଜୀବନରେ ମୁଁ ଏହି ଲୋକଙ୍କ ସହିତ ଅଛି, ଯାହାଙ୍କୁ ମୁଁ ଅଧିକ ଭଲ ପାଏ।
ଏଥିସହିତ ସେ ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ଯାହାଙ୍କ ସମର୍ଥନରେ ନିଜ ଜୀବନରେ ଅନେକ ପ୍ରେମ ମିଳିଛି। ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ତାଙ୍କର ଶୁଭକାମନା କରିଛନ୍ତି। ସେ ଲେଖିଛନ୍ତି, ତୁମକୁ ମୁଁ ବହୁତ ସମ୍ମାନ କରେ। ମୁଁ ଚାହେଁ ତୁମେ ଆଜିଠାରୁ ସ୍ବତନ୍ତ୍ର ରୁହ ଆଉ ଯେଉଁଠି ଚାହୁଁଛି ସେଠି ଭଲରେ ରୁହ। ପ୍ରେମିକାଙ୍କ ଡିଓଗୋଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri