ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ

ପଦ୍ମପୁର, ୫।୬ (ଡି.ଏନ.ଏ.): ପ୍ରେମିକଙ୍କୁ ପ୍ରତାରଣା କରି ପ୍ରେମିକା ଅନ୍ୟ ଜଣେ ଯୁବକଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ପ୍ରେମିକ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଏଣୁ ବିବାହ ପରେ ରାସ୍ତାରେ ଯାଉଥିବା ବେଳେ ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଶନିବାର ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁରଠାରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ସାବରଙ୍ଗ ଥାନା ଅଧୀନ ବରାଙ୍ଗ ଗ୍ରାମର ଦୀନବନ୍ଧୁ ବାରିକ(୨୭) ପ୍ରାୟ ୭ବର୍ଷ ହେଲା ବାସୁଦେବପୁର ଥାନା ଲୁଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏପରିକି ଯୁବତୀଙ୍କ ପରିବାର ସହ କଥା ହୋଇ ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା। ଦୀନବନ୍ଧୁ ସହ ଝିଅକୁ ବାହା ଦେବା ପାଇଁ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇଥିଲେ। ଯୁବତୀଙ୍କ ବାପା ଦୀନବନ୍ଧୁଙ୍କ ପାଖରୁ ଟଙ୍କା ମଧ୍ୟ ନେଇଥିଲେ। ଦୁଇ ପରିବାର ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ଥିବାବେଳେ ଶୁକ୍ରବାର ରାତିରେ ପ୍ରେମିକାଙ୍କ ବାହାଘର ଅନ୍ୟତ୍ର ହେବାକୁ ଯାଉଛି ବୋଲି ସେ ଶୁଣିବାକୁ ପାଇଥିଲେ। ପ୍ରେମିକା ଓ ତାଙ୍କ ବାପାଙ୍କ ସହ ସେ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନ ଥିଲେ। ଫଳରେ ଏନେଇ ଦୀନବନ୍ଧୁ ଶୁକ୍ରବାର ବିଳମ୍ବିତ ରାତିରେ ସାବରଙ୍ଗ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସଠାରୁ କୌଣସି ସହଯୋଗ ନ ପାଇବାରୁ ବାହାଘର ସାରି ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଫେରୁଥିବା ବରକନ୍ୟାଙ୍କ ଗାଡ଼ିକୁ ଇଚ୍ଛାପୁରଠାରେ ଦୀନବନ୍ଧୁ ଅଟକାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଘେରି ଯାଇଥିଲେ। ଖବରପାଇ ସାବରଙ୍ଗ ପୋଲିସ ପହଞ୍ଚି ବରକନ୍ୟାଙ୍କ ସମେତ ସମସ୍ତଙ୍କୁ ଥାନାକୁ ନେଇଯାଇଥିଲା। ସେଠାରେ ୩ ପକ୍ଷ ମଧ୍ୟରେ ବୁଝାମଣା କରାଇବା ପରେ ପୋଲିସ ଅନ୍ୟମାନଙ୍କୁ ଛାଡ଼ି ଦେଇ ଦୀନବନ୍ଧୁ ଓ ଯୁବତୀଙ୍କ ବାପାଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ବୁଝାଶୁଝା କରିବା ସହ ଭବିଷ୍ୟତରେ କେହି କାହା ପ୍ରତି କୌଣସି ଆକ୍ଷେପ ମୂଳକ ପଦକ୍ଷେପ ନେବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାଡ଼ି ଦିଆଯାଇଥିବା ଥାନାଧିକାରୀ ଶୋଭେନ କୁମାର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri