ଖେଳୁଥିବା ବେଳେ କାନ୍ଥ ଭାଙ୍ଗି ବାଳକ ମୃତ

ଠାକୁରମୁଣ୍ଡା,୨୮ା୮(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ଫାଣ୍ଡି ଅଧୀନ ମୁର୍ଗାପାଟ ଗ୍ରାମରେ ରବିବାର କାନ୍ଥ ଭାଙ୍ଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନାଣ୍ଡୁ ବନାରାଙ୍କ ପୁଅ ତୁରାମ(୧୦)। ସୂଚନା ଅନୁଯାୟୀ, ଗ୍ରାମ ନିକଟସ୍ଥ ପଡ଼ିଆରେ ପିଲାମାନେ ଫୁଟବଲ୍‌ ଖେଳୁଥିବା ବେଳେ ବଲ୍‌ଟି ନିକଟରେ ଥିବା ଏକ ଜରାଜୀର୍ଣ୍ଣ ଘରର କାନ୍ଥ ପାଖକୁ ଯାଇଥିଲା। ତୁରାମ ବଲ୍‌ ଆଣିବାକୁ ଯିବା ସମୟରେ କାନ୍ଥଟି ଭାଙ୍ଗି ପଡ଼ିଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ତୁରାମଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଚଢ଼େଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ ହେମ୍ବ୍ରମ ପହଞ୍ଚତ୍ ମୃତଦେହ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି।