ବକ୍ସାଇଟ ଆମଦାନୀ ବିଲ୍‌ ଯୋଗାଣ ଚେନ୍‌ରେ ବିନିଯୋଗ ହେଉ

ନୂଆଦିଲ୍ଲୀ: ଆଲୁମିନିୟମ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍‌ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଏଥିଯୋଗୁ ୫୧.୯୭ ନିୟୁତ ଡଲାର(୩୯୦ କୋଟି ଟଙ୍କା)ର କ୍ଷତି ହୋଇଥିବା ଇଣ୍ଡିଆନ ଇଣ୍ଡଷ୍ଟ୍ର୍ରିଆଲ ଭାଲ୍ୟୁ ଚେନ୍‌ କଲେକ୍ଟିଭ (ଆଇଆଇଭିସିସି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ଉତ୍ତୋଳନ, ପରିବହନ, ପ୍ରକ୍ରିୟାକରଣ ଏବଂ ବକ୍ସାଇଟ୍‌ ଯୋଗାଣ ତଥା ଶେଷ ଉପତ୍ାଦ ପ୍ରସ୍ତୁତିରେ ବିସ୍ତୃତ ପରିମାଣର ଭାଲ୍ୟୁଚେନ୍‌ ଉପଲବ୍ଧ ହୋଇପାରିଥାନ୍ତା। ଏହି ଅବସରରେ ଆଇଆଇଭିସିସିର ସଦସ୍ୟ ତଥା ପବ୍ଲିକ୍‌ ରେସପନ୍ସ ଏଗନେଷ୍ଟ୍‌ ହେଲ୍ପଲେସ୍‌ ଆଣ୍ଡ୍‌ ଆକ୍ସନ ଫର୍‌ ରିଡ୍ରେସାଲ୍‌(ପିଆର୍‌ଏଏଚ୍‌ଏଆର୍‌)ର ସଭାପତି ଅଭୟରାଜ ମିଶ୍ର କହିଛନ୍ତି, କୌଣସି ଅଞ୍ଚଳର ପ୍ରାକୃତିକ ସମ୍ପଦର ସୁବିନିଯୋଗ ଏହାର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ହେବା ଆବଶ୍ୟକ। ଏପରିସ୍ଥଳେ ଭାରତ ପୃଥିବୀର ପଞ୍ଚମ ବୃହତ୍‌ ବକ୍ସାଇଟ୍‌ ଗଚ୍ଛିତ ଥିବା ଦେଶର ମାନ୍ୟତା ହାସଲ କରିଛି।
ଓଡ଼ିଶାରେ ୫୦ ପ୍ରତିଶତ ବକ୍ସାଇଟ୍‌ ସମ୍ପଦ ମହଜୁଦ୍‌ ଥିଲେ ମଧ୍ୟ ବାହାର ଦେଶରୁ ଏହା ଲଗାତର ଆମଦାନୀ ଦ୍ୱାରା ଗତ ୬ ବର୍ଷ ମଧ୍ୟରେ ଦେଶ ୫୭୧ ନିୟୁତ ଡଲାର (୪,୪୦୦କୋଟି ଟଙ୍କା)ର ବିଦେଶୀ ମୁଦ୍ରାର କ୍ଷତି ସହିଛି। ଭାରତରେ ୩.୮ ବିଲିୟନ୍‌ ଟନ୍‌ ବକ୍ସାଇଟ୍‌ ଗଚ୍ଛିତ ଥିଲେ ମଧ୍ୟ ଚାହିଦା ପୂରଣ ପାଇଁ ବାହାର ଦେଶରୁ ଏହା ଆମଦାନୀ କରାଯାଉଛି। ଦେଶରେ ଗୋଟିଏ ବକ୍ସାଇଟ୍‌ ଖଣି ନିଲାମ କରାଗଲେ ୫ ହଜାର କୋଟିର ରାଜସ୍ବ ସଂଗ୍ରହ ହେବା ସହିତ ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ହୋଇପାରିବ। ଏହାଦ୍ୱାରା ସାମାଜିକ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଭାରତ ବକ୍ସାଇଟ୍‌ ଆମଦାନୀ ଯୋଗୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ହରାଉଛି। ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଥିବା ଇମ୍ପୋର୍ଟ-ଏକ୍ସପୋର୍ଟ ଡାଟାବ୍ୟାଙ୍କ ଅନୁସାରେ ଗତ ୬ ବର୍ଷ ମଧ୍ୟରେ ବକ୍ସାଇଟ୍‌ ଆମଦାନୀ ୩୦୦ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri