ତଳି ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍‌। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା ବ୍ୟସ୍ତବହୁଳ ସଡ଼କ। ଲଘୁଚାପଜନିତ ଲଗାଣବର୍ଷାରେ ରବିବାର ଅନୁଗୋଳ ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଡ୍ରେନେଜ୍‌ ଅବ୍ୟବସ୍ଥା, ନର୍ଦ୍ଦମାରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ଅନୁଗୋଳରେ ଶନିବାର ରାତିରୁ ଆରମ୍ଭ ହୋଇଯାଇଥିଲା ମୁଷଳଧାରାରେ ବର୍ଷା। ଦିନ ବଢ଼ିବା ସହିତ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଥିଲା। ଫଳରେ ବ୍ରାହ୍ମଣଦେଈପଡ଼ା, ହେମସୁରପଡ଼ା, ଅମଲାପଡ଼ା, ରାଧାରମଣପଡ଼ା ସମେତ ତଳି ଅଞ୍ଚଳରେ ପାଣି ପଶିଯାଇଥିଲା। ସହରର ବ୍ୟସ୍ତବହୁଳ ସଡ଼କ କୁହାଯାଉଥିବା ବଜାର ଛକଠାରୁ-ଗାନ୍ଧୀ ମାର୍ଗ ଯାଏ ୩ ଫୁଟର ପାଣି ଚାଲିଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶଙ୍କର ସିନେମା ରୋଡ୍‌ରେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ହେମସୁରପଡ଼ାରେ ସ୍ଥିତି ଏମିତି ହୋଇଥିଲା ଯେ, ବର୍ଷା ପାଣି ନିଷ୍କାସନ ହେବାକୁ ବାଟ ପାଇ ନ ଥିଲା। ପୌର କର୍ତ୍ତୃପକ୍ଷ ଜେସିବି ସହାୟତାରେ ରାସ୍ତା ଖୋଳିବା ପରେ ପାଣି ନିଷ୍କାସନ ହୋଇଥିଲା। ମୌସୁମୀ ଋତୁର ପ୍ରଥମ ବଡ଼ ବର୍ଷାରେ ସହରର ଏଭଳି ସ୍ଥିତି ପୌର ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ତେଣୁ ତୁରନ୍ତ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଅନୁରୂପ ଭାବେ ତାଳଚେର ବ୍ଲକ ୨୦ନଂ. ଜିଲା ପରିଷଦ ଜୋନ୍‌ ମୁଣ୍ଡାବଜାର ଅନ୍ତର୍ଗତ ଦଳିତ ସାହିରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି। ଫଳରେ ସାହିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନିୟା ସାହୁ, ବଳରାମ ନାଏକ, ଲକ୍ଷ୍ମୀ ମୁଖୀ, ଡଲି ଦାସ, ବାବୁଲି ନାଏକ, ମଙ୍ଗୁଳୁ ନାଏକ, ଲକ୍ଷ୍ମୀଧର ଜେନା, କମଳକାନ୍ତ ଜେନା, ଦୀପ୍ତିପ୍ରଭା ଜେନା, ରଞ୍ଜୁଲତା ନାଏକ, ସୀତା ନାଏକ, ଜଗବନ୍ଧୁ ଦାସ, ପବିତ୍ର ନାଏକ, ଲକି ନାଏକ, ଚିନ୍ମୟ ଜେନା, ଦାଶରଥୀ ନାଏକ, ବାରିଆ ନାଏକ, ଲିଙ୍ଗା ନାଏକଙ୍କ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି। ତଳିଆ ଅଞ୍ଚଳ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜିଲା ପରିଷଦ ସଦସ୍ୟା ରୀତାରାଣୀ ଦାସ କହିଛନ୍ତି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri