ପୁସ୍ତକ ଅସୁମାରି ସ୍ବପ୍ନ ସମାଜ ପାଇଁ ଆଲୋକ ବର୍ତ୍ତିକା

ସୋନପୁର,୨୬ା୧(ନି.ପ୍ର.) – ପୁସ୍ତକ ଅସୁମାରି ସ୍ବପ୍ନ ଏକ ପ୍ରବନ୍ଧ ସଙ୍କଳନ। ଏହା ସମାଜରେ ସୁଧାର ଆଣିବ। ସମସାମୟିକ ସାମାଜିକ ସମସ୍ୟା ସମ୍ପର୍କରେ ଏଥିରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଶିଶୁ ଅଧିକାର, ସୁରକ୍ଷା, ବାଲ୍ୟ ବିବାହ ଓ ପ୍ରାଥମିକ ଶିକ୍ଷା ସମ୍ପର୍କିତ ରୁଚି ସମ୍ପନ୍ନ ଲେଖା ରହିଛି। ସରକାର ଓ ବ୍ୟବସ୍ଥାକୁ କେବଳ ସମାଲୋଚନା କରା ନ ଯାଇ ସମାଧାନର ବାଟ ଦର୍ଶାଯାଇଛି। ତେଣୁ ପୁସ୍ତକଟି ସମାଜ ପାଇଁ ଆଲୋକ ବର୍ତ୍ତିକ ସଦୃଶ ବୋଲି ସ୍ତମ୍ଭକାର ଘାସିରାମ ପଣ୍ଡାଙ୍କ ପ୍ରବନ୍ଧ ସଙ୍କଳନ ଅସୁମାରି ସ୍ବପ୍ନର ସମୀକ୍ଷା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଇଙ୍କଫେଷ୍ଟ୍‌ ଓ ଆ କାର ପ୍ରକାଶନ ଦ୍ୱାରା ସୋନପୁର ଏନଜିଓସିସି ସଭାଗୃହରେ ସୋମବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଡ. ଦେବାଶିଷ ପାଣ୍ଡିଆ ଓ ସାମାଜିକକର୍ମୀ ଗୌରିଶ୍ୟାମ ପଣ୍ଡା ସମୀକ୍ଷକଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଲେଖକ ସ୍ତମ୍ଭକାର ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡା ଲେଖନୀୟ ଅନୁଭୂତି ପ୍ରକାଶ କରିଥିଲେ। ପୁସ୍ତକ ଲେଖକଙ୍କ ନିଜସ୍ବ ଅନୁଭୂତି ଆଧାରିତ ଅଟେ। ପ୍ରବନ୍ଧଗୁଡିକ ଭିତରେ ପ୍ରାଥମିକ ବିଦ୍ୟାଳୟ ବନ୍ଦର ପ୍ରଭାବଠାରୁ ଆରମ୍ଭ କରି ଭେଦଭାବ ମୁକ୍ତ ବିଦ୍ୟାଳୟ, ଶିକ୍ଷା ପାଇଁ ବ୍ୟୟ ବୋଝ ନହେଁ, ବିଦ୍ୟାଳୟ ବାହାରେ କେତେ ପିଲା, ବିଦ୍ୟାଳୟରେ ଯୌନ ନିର୍ଯାତନା ଓ ଅଧିକାରୀଙ୍କ ଦାୟିତ୍ୱ, ଦେଶାନ୍ତରୀ ଶିଶୁଙ୍କ ଶିକ୍ଷାଧିକାର, ବାଲ୍ୟ ବିବାହ ବଢେଇବ କରୋନା, ବିବାହ ବୟସ, ଶିଶୁ ଓ ସାଇବର ଅପରାଧ, କରୋନା ଓ ପ୍ରଭାବିତ ଶୈଶବ, କେଉଁ ଯଶବାନା ଉଡାଇବ ହେ ! ଭଳି କିଛି ପ୍ରସଙ୍ଗ ବେଶ ପ୍ରଶଂସିତ ହୋଇଛି । ଲେଖକ ପଣ୍ଡାଙ୍କ ମୋଟ ୩୬ଟି ପ୍ରବନ୍ଧ ପୁସ୍ତକରେ ପ୍ରକାଶ ପାଇଛି। ଏଭଳି ଲେଖା ବୌଦ୍ଧିକ ପରିସରରେ ନିଶ୍ଚୟ ଅପୂରଣୀୟ ରହିବ ବୋଲି ଅତିଥି ଓ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି । ଇଙ୍କ୍‌ଫେଷ୍ଟର ସଭାପତି ସ୍ବାଧୀନ କୁମାର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅମ୍ବୁଜ ବିହାରୀ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆ କାର ପ୍ରକାଶନ ସଂସ୍ଥାର ପ୍ରଭୁଦତ୍ତ ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡ. ପୁରୁଷୋତ୍ତମ ମିଶ୍ର, ନାଟ୍ୟଶ୍ରୀ ଗଦାଧର ବାରିକ୍‌, ଗତିକୃଷ୍ଣ ମିଶ୍ର, ବେଣୁଧର ପ୍ରଧାନ, ଶ୍ୟାମା ଓଁ ପ୍ରସାଦ ମିଶ୍ର ଓ ଆର୍ତ୍ତତ୍ରାଣ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri