୧୪ ଘଣ୍ଟା ପରେ ଉଠାଗଲା ମୃତଦେହ

ଅନୁଗୋଳ ଅଫିସ୍‌, ୧୩ା୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ କରୋନା ସନ୍ଦେହରେ ଦୀର୍ଘ ୧୪ ଘଣ୍ଟା ମୃତଦେହ ପକାଇ ରଖାଯାଇଥିଲା। ରବିବାର ଅପରାହ୍ନ ୪ଟାରେ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ହୁଲୁରୁସିଂହା ଅଞ୍ଚଳର ସୁଦର୍ଶନ ବାରିକ(୬୫) ଗତମାସ ୨୬ ତାରିଖରେ ଦୁର୍ଘଟଣାରେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରୁ ତାଙ୍କୁ କଟକ ପଠାଇ ଦିଆଯାଇଥିଲା। ତେବେ କଟକ ବଡ଼ ମେଡିକାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଡାକ୍ତର ଗତ ୬ ତାରିଖରେ ସୁଦର୍ଶନଙ୍କୁ ଅନୁଗୋଳ ମେଡିକାଲ ଫେରାଇ ଦେଇଥିଲେ। କଟକରୁ ଆସି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ତାଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଆଡମିଶନ କରାଯାଇଥିଲା। ପରଦିନ କରୋନା ଆଇସୋଲେଶନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ୮ ତାରିଖରେ ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲେ ହେଁ ୧୧ ତାରିଖ ଯାଏ ରିପୋର୍ଟ ଆସି ନ ଥିଲା। ତେବେ ଶନିବାର ବିଳମ୍ବିତ ରାତିରେ ସୁଦର୍ଶନଙ୍କ ମୃତ୍ୟୁ ହୋଇଯାଇଥିଲା। ରିପୋର୍ଟ ଆସି ନ ଥିବାରୁ ମୃତଦେହ ଶବାଗାରକୁ ସ୍ଥାନାନ୍ତର କରାଯାଇ ନ ଥିଲା କି ରବିବାର ସକାଳେ ବ୍ୟବଚ୍ଛେଦ ହୋଇ ନ ଥିଲା। ଦୀର୍ଘ ୧୪ ଘଣ୍ଟା ଧରି ଓ୍ବାର୍ଡ ମଧ୍ୟରେ ମୃତଦେହ ପକାଇ ରଖାଯାଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଠିକ୍‌ ଭାବେ ଚିକିତ୍ସା କରା ନ ଯିବାରୁ ସୁଦର୍ଶନଙ୍କ ମୃତ୍ୟୁ ହୋଇଥିବା ପୁଅ ଦିଲୀପ ବାରିକ ଅଭିଯୋଗ କରିବା ସହ ୩ ଦିନ ହେଲା କାହିଁକି ରିପୋର୍ଟ ଆସୁନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ଅପରାହ୍ନ ୪ଟାରେ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଅଭୟ କୁମାର ଦାଶ କହିଛନ୍ତି, ୮ ତାରିଖରେ ସ୍ବାବ୍‌ ସଂଗ୍ରହ କରାଯାଇ ୯ ତାରିଖରେ ପରୀକ୍ଷା ପାଇଁ ପଠାଯାଇଥିଲା। କିନ୍ତୁ ପରୀକ୍ଷା କେନ୍ଦ୍ର ସାନିଟାଇଜ୍‌ କରାଯାଉଥିବାରୁ ରିପୋର୍ଟ ଆସି ନ ଥିଲା। ସେଥିପାଇଁ ବ୍ୟବଚ୍ଛେଦ ବିଳମ୍ବ ହୋଇଥିବା ସିଡିଏମ୍‌ଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri