ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ,୨୦।୧୨(ଡି.ଏନ.ଏ.): ସେଲଫି ନେବା ବେଳେ ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ୍‌ ଦୀର୍ଘ ସମୟ ପରେ ନିଖୋଜ ରାଉରକେଲା ସେକ୍ଟର-୧୫ର ସୋମେଶ ମଲ୍ଲିକ(୨୫)ଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ସୋମେଶ ଗତ ରବିବାର ରାଉରକେଲାରୁ କାର ଯୋଗେ ତାଙ୍କର ୪ଜଣ ସାଙ୍ଗଙ୍କ ସହ ସୁନ୍ଦରଗଡ ତଳସରା ଥାନା ଅନ୍ତର୍ଗତ ଇବ ନଦୀର ଘୋଘର କନାକୁଣ୍ଡ ଘାଟକୁ ପିକନିକ କରିବାକୁ ଆସିଥିଲେ। ଏହି ସମୟରେ ସୋମେଶ ସେଠାରେ ସେଲଫି ନେଉଥିବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ପଡିଯାଇଥିଲେ। ଏହାପରେ ସୋମେଶଙ୍କ ସାଙ୍ଗ ଓ ସେଠାରେ ଉପସ୍ଥିତ ଲୋକେ ଖୋଜାଖୋଜି ପରେ ତାଙ୍କୁ ପାଇନଥିଲେ। ପରେ ଖବରପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ସର୍ଚ୍ଚ ଅପରେସନ ପରେ ମଙ୍ଗଳବାର ପାଣି ଭିତରୁ ସୋମେଶଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ତଳସରା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri