ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର,୭ା୭(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟସ୍ଥ ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଜଣଙ୍କ ହେଲେ ଆଶିଷ ଓଝା। ତାଙ୍କ ଘର ସିଶୋଲୋରେ ବୋଲି ଜଣାଯାଇଛି।

ଗୁରୁବାର ସକାଳେ ଆଶିଷଙ୍କ ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ବାଲିପାଟଣା ପୋଲିସ ପହଞ୍ଚି ଘଟଣା ତଦନ୍ତ କରୁଛି। ଆଶିଷଙ୍କୁ କେହି ମାରି ବିଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।