ବୁଦା ଭିତରେ ପଡ଼ିଛି ଅଜଣା ବ୍ୟକ୍ତିର ମୃତଦେହ

ଚୌଦାର, ୨୭।୧୨(ଡି. ଏନ୍‌. ଏ): ମଙ୍ଗୁଳି – ଚୌଦାର ପିଏଚ୍‌ରେ ଥିବା ବିଶ୍ରାମଗାର ନିକଟ ଏକ ବୁଦା ଭିତରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ପଡ଼ି ରହିଛି। ଚଳନ୍ତା ଟ୍ରେନରୁ ବ୍ୟକ୍ତିଟି ଛିଟିକି ପଡ଼ିଥିବା ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଆର୍‌ପି କିମ୍ବା କୌଣସି ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି । ମୃତଦେହଟି ନଷ୍ଟ ହେବାକୁ ବସିଲାଣି। ବର୍ତ୍ତମାନ ସୁଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।