ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

ଚଣ୍ଡିଖୋଲ,୨୭।୧୦(ଡି.ଏନ୍‌.ଏ): ଯାଜପୁର ଜିଲା ହରିଦାସପୁର-ଧାନମଣ୍ଡଳ ଖୋସାଲିପୁର ରେଳ ଧାରଣା ନିକଟରୁ ଏକ ମୃତଦେହ ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ସକାଳ ସମୟରେ ସ୍ଥାନୀୟଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଜଣାଇଥିଲେ । ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଜିଆରପିକୁ ଘଟଣା ବାବଦରେ ଅବଗତ କରାଇଥିଲେ । ତେବେ ଏବେ ଯାଏ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ ଘଟିଛି କି ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ।