ବାଲିଘାଟରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ

ବାରଙ୍ଗ,୧୪।୧୦(ଡି.ଏନ୍‌.ଏ.): କଟକ ଜିଲା ତ୍ରିଶୂଳିଆ ନରଣପୁର ବାଲିଘାଟ କୁଆଖାଇରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ରପୁର ଗ୍ରାମର ବାଦଲ ସାମଲ। ସେ ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଖବରପାଇ ବାରଙ୍ଗଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।