ରେଳଧାରଣାରୁ ମିଳିଲା ମହିଳା, ଯୁବକଙ୍କ ମୃତଦେହ

ବ୍ରହ୍ମପୁର ଅଫିସ,୧୪ା୭: ରେଳବାଇ ପୋଲିସ (ଜିଆରପି) ପୃଥକ୍‌ ରେଳଧାରଣାରୁ ଜଣେ ମହିଳାଙ୍କ ସମେତ ଅନ୍ୟଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ଏନେଇ ଜିଆର୍‌ପି ପୋଲିସ ୨ଟି ଅପମୃତ୍ୟୁ ମାମଲା (ନଂ.୩୮/୨୧ ଓ ୩୯/୨୧) ରୁଜୁ କରି ତଦନ୍ତ ଚଳାଇଛି। ବୁଧବାର ଉଭୟ ମୃତଦେହ ଏମ୍‌କେସିଜି ମେଡିକାଲର ଏଫ୍‌ଏମ୍‌ଟିରେ ବ୍ୟବଚ୍ଛେଦ କରାଯାଇଛି। ଉଭୟ ମୃତଦେହର ପରିଚୟ ସ୍ପଷ୍ଟ ହୋଇପାରି ନ ଥିବା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ନାୟକ ସୂଚନା ଦେଇଛନ୍ତି। ଆସନ୍ତା ୩ ଦିନ ଯାଏ ମୃତଦେହ ସଂରକ୍ଷଣ ଗୃହରେ ରଖାଯିବ ବୋଲି ସେ କହିଛନ୍ତି। ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲୀ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଥିଲା। ତାଙ୍କ ବୟସ ଆନୁମାନିକ ୪୦ ବର୍ଷ ହେବ ବୋଲି ପୋଲିସ କହିଛି। ସେହିପରି ସନ୍ଧ୍ୟାରେ ରମ୍ଭା ଷ୍ଟେଶନ ନିକଟ ରେଳଧାରଣାରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ରେଳଧାରଣା ପାର ବେଳେ ଟ୍ରେନ୍‌ ଧକ୍କାରେ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁକାଳୀନ ସହାୟତା ଲୁଟ୍‌, ୨ ବନ ଅଧିକାରୀ ନିଲମ୍ବିତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): କେନ୍ଦୁପତ୍ର ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ କୁଡୁମୁଲୁଗୁମ୍ମା ମହିଳା ଫରେଷ୍ଟଗାର୍ଡ ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା...

ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟନା: ପରୀକ୍ଷା ଲାଗି ନମୁନା ବାହାରକେ ପଠାଗଲା

  ଗୁଡ଼ଭେଲା,୨୭ା୮(ଡି.ଏନ୍‌.ଏ.): ଗଲା ୧୯ ତାରିଖ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର...

ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର,୨୩।୬: ଓଡ଼ିଶାରେ ମୌସୁମୀ ପ୍ରବେଶ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି । ଗୁରୁବାର ଜଳସ୍ତର ୬୦୦.୩୯ ଫୁଟ ଥିବା ବେଳେ ତାହା ଶୁକ୍ରବାର ବୃଦ୍ଧି...

ଅନୁଗୋଳ ସହରରେ ପରୀକ୍ଷାମୂଳକ ସିସିଟିଭି କାର୍ଯ୍ୟ ଆରମ୍ଭ: ଥାନା ଛକ ହେବ ଜିରୋ ଟଲରେନ୍ସ ଜୋନ

ଅନୁଗୋଳ ଅଫିସ, ୧୭।୭-ଅନୁଗୋଳ ସହରକୁ ସିସିଟିଭି ନଜରରେ ରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହା କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶା ପୋଲିସ...

ଶେରଗଡ଼ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭୭; ସୁସ୍ଥ ହେଲେଣି ୨୫୪, ୨ ମୃତ

ଶେରଗଡ଼, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା...

ପାଟଣାରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ପାଟଣା,୨୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଜଣେ ୧୯ ବର୍ଷୀୟ ଯୁବକ ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା...

୧ ଲକ୍ଷ ଶିଶୁଙ୍କୁ ପୋଲିଓ ପ୍ରତିଷେଧକ

ଅନୁଗୋଳ ଅଫିସ, ୨୦।୧: ଅନୁଗୋଳ ଜିଲାରେ ରବିବାରଠାରୁ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ...

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

Advertisement
Archives

Model This Week