ଚିଲିକାରେ ନୌକାୟନ ଅଭିଯାନ

କଟକ ଅଫିସ, ୧୩ା୧୦: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ଚିଲିକା ହ୍ରଦରେ ନୌକାୟନ ଅଭିଯାନ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। କଟକସ୍ଥିତ ଏନ୍‌ସିସି ଗ୍ରୁପ୍‌ ହେଡକ୍ବାର୍ଟରର ଗ୍ରୁପ କମାଣ୍ଡର କର୍ନେଲ ରଜନୀଶ କାପୁର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ନୌକାୟନ ଅଭିଯାନ ୧୦ ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ୬୦ ଜଣ କ୍ୟାଡେଟ୍‌ ନୌକାୟନରେ ସାମିଲ ହୋଇ ଚିଲିକା ହ୍ରଦରେ ୨୧୦ କିଲୋମିଟର ଦୂରତା ଅତିକ୍ରମ କରିବେ ବୋଲି ଜଣାପଡିଛି। ଏଥିସହ କ୍ୟାଡେଟମାନେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମରେ ଭାଗ ନେବେ। କ୍ୟାଡେଟ୍‌ମାନଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଅନୁଶାସନ ଭାବନା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଉକ୍ତ କାର୍ଯ୍ୟକ୍ରମରେ କ୍ୟାମ୍ପ କମାଣ୍ଡର ପୀୟୂଷ ଦାସ ଉପସ୍ଥିତ ଥିଲେ।