ଡଙ୍ଗା ବୁଡ଼ି ୭ ନିଖୋଜ: ଜଣେ ମୃତ

ଚିତ୍ରକୋଣ୍ଡା,୨୫।୫(ଡି.ଏନ୍‌.ଏ.): ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଘଟିଛି ଅଘଟଣ। ଡଙ୍ଗା ବୁଡ଼ି ୭ ଜଣ ନିଖୋଜ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ। ସେଲେରୁ ନଦୀରେ ପାରି ହେଉଥିଲା ବେଳେ ଡଙ୍ଗା ବୁଡି ଯାଇଥିଲା। ଡଙ୍ଗା ବୁଡ଼ିବା ପରେ ୩ ଜଣ ବ୍ୟକ୍ତି ପହଁରି କୂଳକୁ ଆସିଥିଲେ। ତେବେ ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ। ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଚାଲିଆସିଥିଲେ। ଫଳରେ ଅଧିକ ଲୋକ ପାଇଁ ଅନ୍ୟ ଡଙ୍ଗାଟି ବୁଡ଼ି ଯାଇଥିଲା। ଓଡ୍ରାଫ, ଅଗ୍ନିଶମ ଟିମ୍ର ରେସକ୍ୟୁ ଅପରେଶନ ଜାରି ରଖିଛନ୍ତି।