ଗାନ୍ଧୀମାର୍ଗ ରଣକ୍ଷେତ୍ର, ବିଧାନସଭା ଅଚଳ

ଭୁବନେଶ୍ୱର,୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଇତିମଧ୍ୟରେ ମାସେ ପୂରିଥିବାବେଳେ ସରକାର ହତ୍ୟାର କାରଣ ଜାଣିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଧାନସଭାରେ ତୁମ୍ବିତୋଫାନ ଚାଲିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା, ଅରାଜକତା ଓ କୁଶାସନ ବିରୋଧରେ ଭାଜପା ଯୁବ ମୋର୍ଚ୍ଚା ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛି। ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମୋହିତ ଚହଲ୍‌ ଓ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରାଯାଇଛି। ଏହି ସମୟରେ କମିଶନରେଟ ପୋଲିସ ଓ ଭାଜପା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଧସ୍ତାଧସ୍ତି ସହ ଅଣ୍ଡା ଓ ପଥର ମାଡ଼ ହେବାରୁ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା। ଏଥିରେ ୨୧ ପୋଲିସ, ୪୦ରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟାହ୍ନରେ ୫ ହଜାରରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରଥମେ ରାମମନ୍ଦିର ନିକଟରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ବିଧାୟକ ଓ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ଏହାପରେ ସେଠାରୁ ବିଧାନସଭା ଘେରାଉ ଲାଗି ଶୋଭାଯାତ୍ରା ବାହାରି ଥିଲା। ସେମାନେ ଗାନ୍ଧୀମାର୍ଗରେ ଥିବା ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଯିବା ପାଇଁ ଚେଷ୍ଟା କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏତେ ସଂଖ୍ୟାରେ ଭାଜପା କର୍ମୀଙ୍କୁ ଅଟକାଯିବାରୁ ସ୍ଥିତି ଅଣାୟତ୍ତ ହୋଇ ଯାଇଥିଲା। ଭାଜପା କର୍ମୀଙ୍କ ପକ୍ଷରୁ ପୋଲିସ ଉପରକୁ ପାଣି ବୋତଲ, ପାଣି ପାଉଚ୍‌, ଢେଲା ପଥର, ଅଣ୍ଡା ମାଡ଼ କରାଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ କଟକ ସହାରଞ୍ଚଳ ପୋଲିସ ଜିଲା ଅନ୍ତର୍ଗତ ଜୋନ-୨ ଏସିପି ଅମିତାଭ ମହାପାତ୍ରଙ୍କ ମୁଣ୍ଡରେ ଢେଲା ବାଜି କ୍ଷତ ସୃଷ୍ଟି ହୋଇଥିଲା। ଏହା ପରେ ଶାନ୍ତ ଥିବା ପୋଲିସ ଗୋଡ଼ାଇ ଗୋଡ଼ାଇ ଭାଜପା କର୍ମୀମାନଙ୍କ ଉପରେ ଲାଠିଚାଳନା କରିଥିଲା। ଏହି ସମୟରେ କେତେଜଣ ଭାଜପା କର୍ମୀ କିରୋସିନ ଢାଳି ପୋଲିସ ଭ୍ୟାନ୍‌କୁ ନିଆଁ ଲଗାଇବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏପରି କି କେତେଜଣ ଭାଜପା କର୍ମୀ ପୋଲିସ ଭ୍ୟାନ୍‌ରେ ଚଢ଼ିଯାଇ ଦଳୀୟ ପତାକା ଧରି ପୋଲିସ ଓ ବିଜେଡି ସରକାର ବିରୋଧରେ ନାରାବାଜି ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ପର୍ଯ୍ୟାୟକ୍ରମେ ଭାଜପା କର୍ମୀମାନଙ୍କୁ ପୋଲିସ ଭ୍ୟାନ୍‌ରେ ଉଠାଇନେବାକୁ ଚେଷ୍ଟା କରିଥିଲା। ହେଲେ ଭ୍ୟାନ୍‌ରୁ ପୋଲିସକୁ ଠେଲି ଭାଜପା କର୍ମୀ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା। ଶେଷରେ ଇରାଶିଷଙ୍କ ସମେତ ଶତାଧିକ କର୍ମୀଙ୍କୁ ପୋଲିସ ଲୋୟର ପିଏମ୍‌ଜିରୁ ଉଠାଇ ନେଇଥିଲା। ଘଟଣାରେ ଯାଜପୁର ଜିଲା ଭାଜପା ଯୁବମୋର୍ଚ୍ଚାର ଉପ-ସଭାପତି ଗୀତାଞ୍ଜଳୀ ରାଉତଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଆହତ ହୋଇଛନ୍ତି। ଅପରପକ୍ଷରେ ଢେଲା ପଥର ମାଡ଼ରେ ଏସିପିଙ୍କ ସମେତ ୨୧ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ମହିଳା ପୋଲିସ ବଦଳରେ ପୁରୁଷ ପୋଲିସ ମହିଳା କର୍ମୀମାନଙ୍କୁ ଉଠାଇନେବା ସହ ଆକ୍ରମଣ କରିଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଇରାଶିଷ କହିଛନ୍ତି, ରାଜ୍ୟରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ହତ୍ୟା କରିଛି। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଯୁବମୋର୍ଚ୍ଚା ଏହାର ଜବାବ୍‌ ମାଗିବାକୁ ଆସିଛି। ଓଡ଼ିଶାର ଯୁବକ, ମହିଳା କେହି ସୁରକ୍ଷିତ ନାହାନ୍ତି। ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଗାଦି ଛାଡ଼ିନାହାନ୍ତି, ବିଜେଡି ସରକାର ରାଜ୍ୟରୁ ଯାଇନାହିଁ। ସେ ପର୍ଯ୍ୟନ୍ତ ଭାଜପା ଯୁବମୋର୍ଚ୍ଚା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ସେ କହିଛନ୍ତି।
ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆକ୍ରମଣକୁ ଅତି ନିନ୍ଦନୀୟ କହିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି। ଡିସିପି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ବିକ୍ଷୋଭକାରୀମାନେ ଢେଲାମାଡ଼ କରି ୪ରୁ ୫ରୁ ପୋଲିସ ଭ୍ୟାନ୍‌କୁ ଭାଙ୍ଗି ଦେଇଛନ୍ତି। ଗାଡ଼ିକୁ ଜଳାଇବା ସହ ପୋଲିସ ଫୋର୍ସ ଉପରେ ଆକ୍ରମଣ କରାଯିବାକୁ ଭାଜପା ପକ୍ଷରୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି। ବିକ୍ଷୋଭକାରୀ ଭାଜପାକର୍ମୀଙ୍କ ବିରୋଧରେ ଏକ ମାମଲା (ନଂ.୧୩୫/୨୦୨୩) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ ୨୨ରୁ ଅଧିକ ଭାଜପା କର୍ମୀଙ୍କୁ ଅଟକ ରଖାଯାଇଛି ବୋଲି କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ବିକ୍ଷୋଭକାରୀ ଭାଜପାକର୍ମୀଙ୍କ ବିରୋଧରେ ଏକ ମାମଲା (ନଂ.୧୩୫/୨୦୨୩) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ ୨୨ରୁ ଅଧିକ ଭାଜପା କର୍ମୀଙ୍କୁ ଅଟକ ରଖାଯାଇଛି ବୋଲି କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ସେପଟେ ପୋଲିସ ମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା କର୍ମୀମାନଙ୍କୁ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତାମାନେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri