ଗାନ୍ଧୀମାର୍ଗ ରଣକ୍ଷେତ୍ର, ବିଧାନସଭା ଅଚଳ

ଭୁବନେଶ୍ୱର,୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଇତିମଧ୍ୟରେ ମାସେ ପୂରିଥିବାବେଳେ ସରକାର ହତ୍ୟାର କାରଣ ଜାଣିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଧାନସଭାରେ ତୁମ୍ବିତୋଫାନ ଚାଲିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା, ଅରାଜକତା ଓ କୁଶାସନ ବିରୋଧରେ ଭାଜପା ଯୁବ ମୋର୍ଚ୍ଚା ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛି। ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମୋହିତ ଚହଲ୍‌ ଓ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରାଯାଇଛି। ଏହି ସମୟରେ କମିଶନରେଟ ପୋଲିସ ଓ ଭାଜପା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ଧସ୍ତାଧସ୍ତି ସହ ଅଣ୍ଡା ଓ ପଥର ମାଡ଼ ହେବାରୁ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା। ଏଥିରେ ୨୧ ପୋଲିସ, ୪୦ରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟାହ୍ନରେ ୫ ହଜାରରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରଥମେ ରାମମନ୍ଦିର ନିକଟରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ବିଧାୟକ ଓ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ଏହାପରେ ସେଠାରୁ ବିଧାନସଭା ଘେରାଉ ଲାଗି ଶୋଭାଯାତ୍ରା ବାହାରି ଥିଲା। ସେମାନେ ଗାନ୍ଧୀମାର୍ଗରେ ଥିବା ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଯିବା ପାଇଁ ଚେଷ୍ଟା କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏତେ ସଂଖ୍ୟାରେ ଭାଜପା କର୍ମୀଙ୍କୁ ଅଟକାଯିବାରୁ ସ୍ଥିତି ଅଣାୟତ୍ତ ହୋଇ ଯାଇଥିଲା। ଭାଜପା କର୍ମୀଙ୍କ ପକ୍ଷରୁ ପୋଲିସ ଉପରକୁ ପାଣି ବୋତଲ, ପାଣି ପାଉଚ୍‌, ଢେଲା ପଥର, ଅଣ୍ଡା ମାଡ଼ କରାଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ କଟକ ସହାରଞ୍ଚଳ ପୋଲିସ ଜିଲା ଅନ୍ତର୍ଗତ ଜୋନ-୨ ଏସିପି ଅମିତାଭ ମହାପାତ୍ରଙ୍କ ମୁଣ୍ଡରେ ଢେଲା ବାଜି କ୍ଷତ ସୃଷ୍ଟି ହୋଇଥିଲା। ଏହା ପରେ ଶାନ୍ତ ଥିବା ପୋଲିସ ଗୋଡ଼ାଇ ଗୋଡ଼ାଇ ଭାଜପା କର୍ମୀମାନଙ୍କ ଉପରେ ଲାଠିଚାଳନା କରିଥିଲା। ଏହି ସମୟରେ କେତେଜଣ ଭାଜପା କର୍ମୀ କିରୋସିନ ଢାଳି ପୋଲିସ ଭ୍ୟାନ୍‌କୁ ନିଆଁ ଲଗାଇବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏପରି କି କେତେଜଣ ଭାଜପା କର୍ମୀ ପୋଲିସ ଭ୍ୟାନ୍‌ରେ ଚଢ଼ିଯାଇ ଦଳୀୟ ପତାକା ଧରି ପୋଲିସ ଓ ବିଜେଡି ସରକାର ବିରୋଧରେ ନାରାବାଜି ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିଥିଲା। ପର୍ଯ୍ୟାୟକ୍ରମେ ଭାଜପା କର୍ମୀମାନଙ୍କୁ ପୋଲିସ ଭ୍ୟାନ୍‌ରେ ଉଠାଇନେବାକୁ ଚେଷ୍ଟା କରିଥିଲା। ହେଲେ ଭ୍ୟାନ୍‌ରୁ ପୋଲିସକୁ ଠେଲି ଭାଜପା କର୍ମୀ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା। ଶେଷରେ ଇରାଶିଷଙ୍କ ସମେତ ଶତାଧିକ କର୍ମୀଙ୍କୁ ପୋଲିସ ଲୋୟର ପିଏମ୍‌ଜିରୁ ଉଠାଇ ନେଇଥିଲା। ଘଟଣାରେ ଯାଜପୁର ଜିଲା ଭାଜପା ଯୁବମୋର୍ଚ୍ଚାର ଉପ-ସଭାପତି ଗୀତାଞ୍ଜଳୀ ରାଉତଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଆହତ ହୋଇଛନ୍ତି। ଅପରପକ୍ଷରେ ଢେଲା ପଥର ମାଡ଼ରେ ଏସିପିଙ୍କ ସମେତ ୨୧ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ମହିଳା ପୋଲିସ ବଦଳରେ ପୁରୁଷ ପୋଲିସ ମହିଳା କର୍ମୀମାନଙ୍କୁ ଉଠାଇନେବା ସହ ଆକ୍ରମଣ କରିଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଇରାଶିଷ କହିଛନ୍ତି, ରାଜ୍ୟରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ହତ୍ୟା କରିଛି। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଯୁବମୋର୍ଚ୍ଚା ଏହାର ଜବାବ୍‌ ମାଗିବାକୁ ଆସିଛି। ଓଡ଼ିଶାର ଯୁବକ, ମହିଳା କେହି ସୁରକ୍ଷିତ ନାହାନ୍ତି। ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଗାଦି ଛାଡ଼ିନାହାନ୍ତି, ବିଜେଡି ସରକାର ରାଜ୍ୟରୁ ଯାଇନାହିଁ। ସେ ପର୍ଯ୍ୟନ୍ତ ଭାଜପା ଯୁବମୋର୍ଚ୍ଚା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ସେ କହିଛନ୍ତି।
ଘଟଣା ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆକ୍ରମଣକୁ ଅତି ନିନ୍ଦନୀୟ କହିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି। ଡିସିପି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ବିକ୍ଷୋଭକାରୀମାନେ ଢେଲାମାଡ଼ କରି ୪ରୁ ୫ରୁ ପୋଲିସ ଭ୍ୟାନ୍‌କୁ ଭାଙ୍ଗି ଦେଇଛନ୍ତି। ଗାଡ଼ିକୁ ଜଳାଇବା ସହ ପୋଲିସ ଫୋର୍ସ ଉପରେ ଆକ୍ରମଣ କରାଯିବାକୁ ଭାଜପା ପକ୍ଷରୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି। ବିକ୍ଷୋଭକାରୀ ଭାଜପାକର୍ମୀଙ୍କ ବିରୋଧରେ ଏକ ମାମଲା (ନଂ.୧୩୫/୨୦୨୩) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ ୨୨ରୁ ଅଧିକ ଭାଜପା କର୍ମୀଙ୍କୁ ଅଟକ ରଖାଯାଇଛି ବୋଲି କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ବିକ୍ଷୋଭକାରୀ ଭାଜପାକର୍ମୀଙ୍କ ବିରୋଧରେ ଏକ ମାମଲା (ନଂ.୧୩୫/୨୦୨୩) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଇତିମଧ୍ୟରେ ୨୨ରୁ ଅଧିକ ଭାଜପା କର୍ମୀଙ୍କୁ ଅଟକ ରଖାଯାଇଛି ବୋଲି କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ସେପଟେ ପୋଲିସ ମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା କର୍ମୀମାନଙ୍କୁ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତାମାନେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri